ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ପରିସରରେ ନବ ନିର୍ମିତ ବ୍ଳକ ମିଶନ ଶକ୍ତି ଭବନ ଉଦଘାଟିତ 

ରାଇରଙ୍ଗପୁର ବ୍ଳକ ପରିସରରେ ନବ ନିର୍ମିତ ବ୍ଳକ ମିଶନ ଶକ୍ତି ଭବନ ଉଦଘାଟିତ 

 ମୟୂରଭଞ୍ଜ – ୮/୧୨ ( ମସିହା)ରାଜ୍ୟ ସରକାର ମହିଳାଙ୍କ ଉତ୍ଥାନ ପାଇଁ ଵହୁକିଛି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମହିଳାମାନେ ସମାଜର ମେରୁଦଣ୍ଡ । ମହିଳାମାନେ ସଶକ୍ତିକରଣ ହେଲେ ସମାଜର ପ୍ରଗତି ଦୃତ ଗତିରେ ବୃଦ୍ଧି ପାଇବ । ମହିଳାମାନଙ୍କୁ ମିଶନ ଶକ୍ତି ଜରିଆରେ ଋଣ,ତଦସହ ଉତ୍ତମ ତାଲିମ ପ୍ରଦାନ କରି ସେମାନଙ୍କୁ ଦକ୍ଷତା କରାଇ ଆତ୍ମନିର୍ଭରଶୀଳ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିପାଇଁ ରାଇରଙ୍ଗପୁର ବ୍ଳକ ପରିସରରେ ୫୦ ଲକ୍ଷ ଟଙ୍କାର ଅଟକଳରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରିଛନ୍ତି ।ସେଠାରେ ମିଶନ ଶକ୍ତି ମହିଳାମାନେ ବୈଠକ କରିବା ସହ ଏଠାରେ ବିଭିନ୍ନ ବିଭାଗରେ ତାଲିମ ପ୍ରଦାନ କରାଯିବ ତଦସହ ସଠିକ ପରିଚାଳନା କରିପାରିଵେ।ଏହି ମିଶନ ଶକ୍ତି ଗୃହକୁ ଶୁକ୍ରବାର ଅପରାହ୍ନ ୫ ଘଟିକା ରେ ବଆମନଘଆଟଇ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ଫିତାକାଟି ଶୁଭ ଉଦ୍ଘାଟନ କରିଛନ୍ତି । ତାଙ୍କ ସହିତ ଵିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା,ସିଡିପିଓ କୁଇଲିମଣି ଟୁଡୁ, ଜିଲ୍ଲା ମିଶନ ଶକ୍ତି ଅଧିକାରୀ ନିରଞ୍ଜନ ପଣ୍ଡା, ଜିଲ୍ଲା ମିଶନ ଶକ୍ତି ଫେଡେରେସନ ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ,ସଂପାଦିକା ସୁଦିପ୍ତା ବାରିକ, କୋଷାଧ୍ୟକ୍ଷା ଚିତ୍ରସ୍ମିତା ପୁଟି, ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଭାନେତ୍ରୀ ଲୀଳାବତୀ ମହାନ୍ତ,ବିପିସି ସ୍ବର୍ଣପ୍ରିୟା ସାହୁ,ବିପିଏମ ଶାନ୍ତନୁ ସାହୁ ଏବଂ ମିଶନ ଶକ୍ତି ସଦସ୍ଯ ମାନେ ଉପସ୍ଥିତ ଥିଲେ ।ଉପ ଜିଲ୍ଲାପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ମିଳିମିଶି କାମ କରି ଅଧିକ ତାଲିମ ପ୍ରାପ୍ତ ହୋଇ ସଠିକ ପରିଚାଳନା ସହ କାମ କଲେ ନିଶ୍ଚିତ ଭାବେ ସଫଳ ହେବେ‌ ବୋଲି କହିଥିଲେ ।ମିଶନ ଶକ୍ତି ସଦସ୍ଯାବୃନ୍ଦ ତାଜମହଲ ଭଳି ନୂତନ ମିଶନ ଶକ୍ତି ଗୃହ ପାଇଥିବାରୁ ରାଜ୍ୟ ସରକାରଙ୍କୁ ବନାଇ ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ରଥଯାତ୍ରା ପ୍ରସ୍ତୁତି ବୈଠକ. ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପାଦନ ପାଇଁ ଉପଜିଲ୍ଲlପାଳ ଙ୍କ ଗୁରୁତ୍ୱlରୋପ. 

masiha

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ

masiha

ଜିଲ୍ଲାରେ “ଓଡ଼ିଆ ପକ୍ଷ “ପାଳନ ଅବସରରେ” ଶିଶୁ କଥା ଦିବସ” ଅନ୍ତର୍ଗତ ବର୍ଣ୍ଣ ବୋଧ ଓ ଶିଶୁ ଲେଖା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!