ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ

ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ

ଡାବୁଗାଁ, ୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଠାରେ ଶିକ୍ଷକ ମାନଙ୍କୁ ଶୁକ୍ରବାର ଟାବଲେଟ ବଣ୍ଟନ କରାଯାଇଛି l ଉକ୍ତ ଟାବଲେଟ ମାଧ୍ୟମ ରେ ଶିକ୍ଷକ ମାନେ ଅନଲାଇନରେ ଇ- ଆଟେନାନ୍ସ ପକାଇବେ l ଏହି ଟାବଲେଟ ରେ ସରକାର ଙ୍କ ତରଫରୁ ୯ ଟି ଆପ ଦିଆଯାଇଛି l ଏହି ଆପ ମାଧ୍ୟମରେ ଶିକ୍ଷକ ମାନେ ବିଭିନ୍ନ ଅନଲାଇନ୍ କାର୍ଯ୍ୟ କରିବେ l ବ୍ଲକ୍ ଅଧୀନ ମୋଟ ୧୮୪ ଜଣ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଏହି ଟାବଲେଟ ବଣ୍ଟନ କରାଯାଇଛି l ଏହି ଟାବଲେଟ ବଣ୍ଟନ ସମୟରେ ବ୍ଲକ୍ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବିଆର୍ ସିସି ଭଗବାନ ମାଝୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଓ ଦେବରାଜ ଗୋପାଳ, ସିଆର ସି ସି ହେମନ୍ତ କୁମାର ପଣ୍ଡା, ପ୍ରସନ୍ନ କୁମାର ଦଣ୍ଡସେନା ଙ୍କ ସମେତ ସମସ୍ତ ସିଆରସିସି ଓ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ 

masiha

ସଂଗ୍ରାମୀ ଅଶୋକ ଭୋଇ ଅମର ରହେ

Sunil Chandra Nayak

ପୂର୍ବତନ ଫୁଟବଲ ଖେଳାଳୀ ହର ଜାଲ ଙ୍କ ପରଲୋକ

masiha

Leave a Comment

error: Content is protected !!