ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ
ଡାବୁଗାଁ, ୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଠାରେ ଶିକ୍ଷକ ମାନଙ୍କୁ ଶୁକ୍ରବାର ଟାବଲେଟ ବଣ୍ଟନ କରାଯାଇଛି l ଉକ୍ତ ଟାବଲେଟ ମାଧ୍ୟମ ରେ ଶିକ୍ଷକ ମାନେ ଅନଲାଇନରେ ଇ- ଆଟେନାନ୍ସ ପକାଇବେ l ଏହି ଟାବଲେଟ ରେ ସରକାର ଙ୍କ ତରଫରୁ ୯ ଟି ଆପ ଦିଆଯାଇଛି l ଏହି ଆପ ମାଧ୍ୟମରେ ଶିକ୍ଷକ ମାନେ ବିଭିନ୍ନ ଅନଲାଇନ୍ କାର୍ଯ୍ୟ କରିବେ l ବ୍ଲକ୍ ଅଧୀନ ମୋଟ ୧୮୪ ଜଣ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଏହି ଟାବଲେଟ ବଣ୍ଟନ କରାଯାଇଛି l ଏହି ଟାବଲେଟ ବଣ୍ଟନ ସମୟରେ ବ୍ଲକ୍ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବିଆର୍ ସିସି ଭଗବାନ ମାଝୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଓ ଦେବରାଜ ଗୋପାଳ, ସିଆର ସି ସି ହେମନ୍ତ କୁମାର ପଣ୍ଡା, ପ୍ରସନ୍ନ କୁମାର ଦଣ୍ଡସେନା ଙ୍କ ସମେତ ସମସ୍ତ ସିଆରସିସି ଓ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ l