ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜୁନାଗଡ଼ ମଣ୍ଡି ପରିଦର୍ଶନ ଚାଷୀଙ୍କୁ ଭେଟିଲେ ସମସ୍ୟା ବୁଝିଲେ 

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜୁନାଗଡ଼ ମଣ୍ଡି ପରିଦର୍ଶନ ଚାଷୀଙ୍କୁ ଭେଟିଲେ ସମସ୍ୟା ବୁଝିଲେ 

ଜୁନାଗଡ଼ ୧୯/୧୨ ( ମ ନି ସ) ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଜୁନାଗଡ଼ ବ୍ଲକର ଜୁନାଗଡ଼ ,ତଳ ଜାରିଙ୍ଗ ,ବଣି ଜରା ଓ ଦାସୀ ଗାଁ ମଣ୍ଡି ଗୁଡିକ ପରିଦର୍ଶନ କରି ଚାଷୀଙ୍କ ସହ ସାକ୍ଷାତ କରି ବିଭିନ୍ନ ମଣ୍ଡି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଜୁନାଗଡ଼ ମଣ୍ଡିରେ ଚାଷୀ ମାନଙ୍କୁ ଡାକି ଧାନ କୁଇଣ୍ଟାଲ ପିଛା କେତେ ଟଙ୍କା ପାଉଛ ବୋଲି ଚାଷୀ ମାନଙ୍କୁ ପଚାରି ବୁଝିଥିଲେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଣ୍ଡିଆ ପିଠା ଓ ଆରିସା ପିଠା ଖାଇଥିଲେ ।ପରେ ଚାଷୀ ମାନେ କିପରି ସହଜେ ଧାନ ବିକ୍ରି କରିବେ ସେ ବିଷୟରେ କହିଥିଲେ ।ଚାଷୀ ମନେ ସେମାନଙ୍କ ଧାନ ସହଜରେ ମଣ୍ଡିରେ ଦେଇ ଉପଯୁକ୍ତ ପ୍ରାପ୍ୟ ପାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ।ଏଥିରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ,ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ,ପୂର୍ବତନ ନଗର ପାଳ ମୁକେଶ ଅଗ୍ରୱାଲ ,ସୁଧାଂଶୁ ବର।ଡ଼ ,ମଣ୍ଡଳ ସଭାପତି ଅଂଶୁମାନ ଯୋଶୀ, ରୂପେଶ ଜୈନ, ଟଂକଧର ନାଏକ, ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଲିଲି ଇଣ୍ଟରନ୍ୟାସନାଲ ବିଦ୍ୟାଳୟରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ 

masiha

ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟର ବାଷିକ ମହୋସବ ପାଳିତ

Sunil Chandra Nayak

ଫେବୃଆରୀ ୨ରୁ ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ 

Sunil Chandra Nayak

Leave a Comment

error: Content is protected !!