ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜୁନାଗଡ଼ ମଣ୍ଡି ପରିଦର୍ଶନ ଚାଷୀଙ୍କୁ ଭେଟିଲେ ସମସ୍ୟା ବୁଝିଲେ 

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜୁନାଗଡ଼ ମଣ୍ଡି ପରିଦର୍ଶନ ଚାଷୀଙ୍କୁ ଭେଟିଲେ ସମସ୍ୟା ବୁଝିଲେ 

ଜୁନାଗଡ଼ ୧୯/୧୨ ( ମ ନି ସ) ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଜୁନାଗଡ଼ ବ୍ଲକର ଜୁନାଗଡ଼ ,ତଳ ଜାରିଙ୍ଗ ,ବଣି ଜରା ଓ ଦାସୀ ଗାଁ ମଣ୍ଡି ଗୁଡିକ ପରିଦର୍ଶନ କରି ଚାଷୀଙ୍କ ସହ ସାକ୍ଷାତ କରି ବିଭିନ୍ନ ମଣ୍ଡି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଜୁନାଗଡ଼ ମଣ୍ଡିରେ ଚାଷୀ ମାନଙ୍କୁ ଡାକି ଧାନ କୁଇଣ୍ଟାଲ ପିଛା କେତେ ଟଙ୍କା ପାଉଛ ବୋଲି ଚାଷୀ ମାନଙ୍କୁ ପଚାରି ବୁଝିଥିଲେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଣ୍ଡିଆ ପିଠା ଓ ଆରିସା ପିଠା ଖାଇଥିଲେ ।ପରେ ଚାଷୀ ମାନେ କିପରି ସହଜେ ଧାନ ବିକ୍ରି କରିବେ ସେ ବିଷୟରେ କହିଥିଲେ ।ଚାଷୀ ମନେ ସେମାନଙ୍କ ଧାନ ସହଜରେ ମଣ୍ଡିରେ ଦେଇ ଉପଯୁକ୍ତ ପ୍ରାପ୍ୟ ପାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ।ଏଥିରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ,ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ,ପୂର୍ବତନ ନଗର ପାଳ ମୁକେଶ ଅଗ୍ରୱାଲ ,ସୁଧାଂଶୁ ବର।ଡ଼ ,ମଣ୍ଡଳ ସଭାପତି ଅଂଶୁମାନ ଯୋଶୀ, ରୂପେଶ ଜୈନ, ଟଂକଧର ନାଏକ, ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ମେଗାଲିଫ୍ଟ ରୁ ଜଳସେଚନ ଦାବି ରେ ଉପଜିଲ୍ଲାପାଳ ଓ ବିଧାୟକ ଙ୍କ ଦ୍ୱାରସ୍ତ ହେଲେ ଚାଷୀ

masiha

ବିନ୍ଧାଣୀ-ସାନଡୁଙ୍ଗୁରିଗୁଡା ରାସ୍ତା ମରାମତି ପାଇଁ ଦାବି

Sunil Chandra Nayak

ବିଶ୍ୱ ବରିଷ୍ଠ ନାଗରିକ ଦିବସରେ ଦର୍ଶକଙ୍କ ମନକୁ ଛୁଇଁଲା ନାଟକ “ପରେ କହିବି” 

Sunil Chandra Nayak

Leave a Comment

error: Content is protected !!