ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ

 ଭବାନୀ ପାଟଣା // ସ୍ଥାନୀୟ ସରଧାପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ରାଣୀ ଢାଲୀଙ୍କ ଅବସର କାଳୀନ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇସାରଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନଞ୍ଜୟ ସାହୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶିକ୍ଷକ ନେତା ପ୍ରକୃତି ବନ୍ଧୁ ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ ମହୋଦୟ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଠାକୁର ଚରଣ ସାହୁ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀପାଟଣା ଉପସ୍ଥିତ ଥିଲେ। ବିଶିଷ୍ଟ ଅତିଥି ଭାବରେ ଜୟ କୁମାର ମାଝୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭୃକୁଟି ଗଉଡ଼ ରାଜ୍ୟ କାର୍ଯକାରୀ ସଭାପତି, ପ୍ରଫୁଲ୍ଲ କୁମାର ଠାକୁର ସି ଆର ସି ସି ମଝିପଡା, ତୁଳସୀ ରାମ ସାହୁ ସି ଆର ସି ସି ମେଦିନୀପୁର , ବିଶ୍ୱଜିତ ରାୟ ସି ଆର ସି ସି ଗଣନାଥପୁର, ସତ୍ୟ ସାହୁ ନାଏବ ସରପଞ୍ଚ, ଲୋକନାଥ ଗଉଡ ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ଜଗନ୍ନାଥ ପ୍ରସାଦ ଦାଶ ପ୍ରଧାନ ଶିକ୍ଷକ ଗୁଡ଼ିଆଲିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବସୁମତୀ ସାହୁ ପ୍ରଧାନ ଶିକ୍ଷୟତ୍ରୀ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚିତ୍ତ ରଞ୍ଜନ ରାୟ ପ୍ରମୁଖ ମଞ୍ଚାସିନ ଥିଲେ। ଦୁର୍ଯୋଧନ ମାଝୀ ସାଧାରଣ ସମ୍ପାଦକ ସି ଟି ସଂଘ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଗଣନାଥପୂର୍ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ, ସରଧାପୁର ଗ୍ରାମର ଗ୍ରାମବାସୀ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଅତିଥିମାନେ ଅବସର ନେଇଥିବା ପ୍ରଧାନ ଶିକ୍ଷୟତ୍ରୀ ଢାଲୀଙ୍କ ଶିକ୍ଷକ ଜୀବନର ସ୍ମୃତି ଚାରଣ କରିଥିଲେ ଓ ସରଧାପୁର ପ୍ରାଥମିକ ବିଦ୍ୟାଳୟରେ ପାନୀୟ ଜଳର ସୁବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଗୃହ ଓ ଛାତ୍ରଛାତ୍ରୀମାନଙ୍କ ବସିବା ପାଇଁ ବେଞ୍ଚ ଡେସ୍କର ବ୍ୟବସ୍ଥା କରିବା ପାଇଁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସମସ୍ତେ ପ୍ରଶଂସା କରିଥିଲେ । ସ୍ଵଚ୍ଛତା ହିଁ ପବିତ୍ରତା – ସ୍ଵଚ୍ଛତା ହିଁ ସେବା ବାର୍ତ୍ତା ବହନ କରୁଥିବା ଏହି ସଭାରେ ଶିକ୍ଷକ ନେତା ପ୍ରଦୀପ କୁମାର ସାହୁ ସ୍ୱଚ୍ଛ ଓ ସ୍ଵଚ୍ଛତାର ଆବଶ୍ୟକତା ତଥା ଅବସର ଶିକ୍ଷକଙ୍କୁ ପୂଜ୍ୟ ପୂଜାର ବାର୍ତ୍ତା ପ୍ରେରଣ କରିଥଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନଞ୍ଜୟ ସାହୁ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିବାବେଳେ ଅବସର ପ୍ରଧାନ ଶିକ୍ଷୟତ୍ରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରୀତି ଉପହାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ଓ ରଞ୍ଜିତା ଶବର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନଞ୍ଜୟ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ବୈଠକ

ନୂଆପଡ଼ାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଶୁଭାରମ୍ଭ
 ମହିଳା ଉଦ୍ୟମିତାକୁ ଗୁରୁତ୍ୱ, ଯୁବପିଢ଼ି ନିଯୁକ୍ତିଦାତା ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

Sunil Chandra Nayak

ଦିଲ୍ଲୀ ସ୍ଥିତ ଆଇ ଆଇ ଏମ ସି ବ୍ୟାଖ୍ୟାନମାଲାରେ ଡ଼. ଭବାନୀ ଶଙ୍କର ନିଆଲଙ୍କର ଉଦବୋଧନ

masiha

Leave a Comment

error: Content is protected !!