ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ନୂତନ ଶିକ୍ଷାର୍ଥୀ ଚୟନ ଶିବିର
ଡାବୁଗାଁ, ୨୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସମର ବାହିନୀ ର ନୂତନ ଶିକ୍ଷାର୍ଥୀ ଚୟନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇଥିଲେ। ପ୍ରଥମେ ଚୟନ ହେବା ପାଇଁ ଆସିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଅଧକ୍ଷ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ମହାବିଦ୍ୟାଳୟ ମୁଖ୍ୟ ମହେନ୍ଦ୍ର ଦେବରପଲ୍ଲୀ ଶିବିର ର ଆୟୋଜନ କରିଥିଲେ । ଏଥିରେ ମହାବିଦ୍ୟାଳୟ ଅଧ୍ୟାପିକା ଉର୍ମିଳା ବ୍ରହ୍ମା, ପୁଷ୍ପାଞ୍ଜଳି ସାହୁ ଓ ଚନ୍ଦନ ପଣ୍ଡା , ଅଧ୍ୟାପକ ସନ୍ୟାସୀ ସାହୁ, ଦୟାରାମ୍ ମନୋହର, ମେକ୍ସ ନାୟକ ଆଦି ଶିକ୍ଷକ ମାନେ ସହଯୋଗ କରିଥିଲେ । ଏହି ଚୟନ ପ୍ରକ୍ରିୟାରେ ପି.ଆଇ. ଷ୍ଟାପ ୧୩ ଓଡ଼ିଶା ବାଟାଲିୟନର ହାବିଲଦାର ରାଜକୁମାର ରୟାତ୍, ସୁବେଦାର ସୁନିଲ ହଂସାଦ ଛାତ୍ରୀ ଛାତ୍ର ଙ୍କୁ ଚୟନ କରିଥିଲେ । ଏଥିରେ ୨୫ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୦ ଜଣଙ୍କୁ ଚୟନ କରାଯାଇଥିଲା |