ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ

ଲାଞ୍ଜିଗଡ଼,୧୩/୦୧(ମନିସ)-ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଘୁନାଥ ପୁଝାରୀଙ୍କ ତାଙ୍କ ଲାଞ୍ଜିଗଡସ୍ଥିତ ବାସଭବନରେ ପରଲୋକ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିବାବେଳେ ଆଜି ଏକ ଶୋକାକୁଳ ପରିବେଶରେ ମଶାଣିରେ ଦାହସଂସ୍କାର କରାଯାଇଛି । ତାଙ୍କ ବିୟୋଗରେ ଅଞ୍ଚଳ ବ୍ୟାପି ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ, ପୂର୍ବତନ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ମନୋହର ହରପାଲ, ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ଜଗଦୀଶ ବେନିଆଁ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଆଜି ଲାଞ୍ଜିଗଡ ମଶାଣିରେ ବଡପୁଅ ଜ୍ୟୋତିନ୍ଦ୍ର ମୁଖାଗ୍ନି ଦେଇଥିବାବେଳେ ସାନପୁଅ ଶିଶିରଙ୍କ ସମେତ ବନ୍ଧୁବାନ୍ଧବ ଓ ପ୍ରିୟଜନ ଶବାଧାରରେ ସାମିଲ ହୋଇଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଆର୍ଯ୍ୟମାନଙ୍କ ସଫଳତା

masiha

ବାହାରର ଟିପ୍ପର ଆରଏସପିରୁ ମାଲ ପରିବହନକୁ ବିରୋଧ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବହଳଦାରେ ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ

Sunil Chandra Nayak

Leave a Comment

error: Content is protected !!