ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଇନଡୋର ଷ୍ଟାଡିୟମ ଉଦଘାଟନ ସହ ନର୍ଲାରୁ ଭୁବନେଶ୍ୱର ଯାଏଁ ବସସେବାର ଶୁଭାରମ୍ଭ

ନର୍ଲା ଇନଡୋର ଷ୍ଟାଡିୟମ ଉଦଘାଟନ ସହ ନର୍ଲାରୁ ଭୁବନେଶ୍ୱର ଯାଏଁ ବସସେବାର ଶୁଭାରମ୍ଭ

ନର୍ଲା (ମନିସ ) ନର୍ଲା ଠାରେ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ କରକମଳରେ ଇନଡୋର ଷ୍ଟାଡିୟମ ଓ ଗ୍ୟାଲେରୀ ଉଦଘାଟିତ ହୋଇଯାଇଛି। ଏହା ସହ ଦୀର୍ଘ ଦିନର ଦାବି ଅନୁସାରେ ନର୍ଲା ଭାୟା ରୁପ୍ରାରୋଡ଼, ପଲମ ଦେଇ ୨ ଗୋଟି ଏସି ଡିଲକ୍ସ ବସର ଚଳାଚଳ ଆରମ୍ଭ ହୋଇଛି। ଇନଡୋର ଷ୍ଟାଡିୟମ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ନର୍ଲା ବିଧାୟକଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦିପ, ନର୍ଲା ବ୍ଳକ ବିଜେଡି ସଭାପତି ପରେଶ ପଧାନ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈ।ଡିଆ, ନର୍ଲା ସମିତି ସଭ୍ୟ ସୁଦାମ ଝାଙ୍କର, ଶିଳ୍ପପତି ବିମଳ କେଡିଆ, ପୂର୍ବତନ ସରପଂଚ ହମେଶ ଜୈନ, କିଶୋର ମାଝୀ,ସୁମନ୍ତ ପୁଝାରୀ, ନାରୀ ନେତ୍ରୀ ପଙ୍କଜିନୀ ନାୟକ ସହ କ୍ରୀଡ଼ା ପ୍ରେମୀ, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏସି ବସର ଶୁଭାରମ୍ଭ ଉଦଘାଟନରେ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଦ୍ଵାରା ଏହାର ଶୁଭାରମ୍ଭ ହୋଇଛି। ଆଜି ସନ୍ଧ୍ୟା ୬ଟା ୩୦ମି ସମୟରେ ନର୍ଲା ଠାରେ ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥଲେ। ଏଥିରେ ମାଁ ମାଣିକେଶ୍ଵରୀ କର୍ମଚାରୀ ସଂଘ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ଭବାନୀପାଟଣାର ସାଧାରଣ ସମ୍ପାଦକ ମୋହନ କୁମାର ଭଟ୍ଟ ସହ ସ୍ଥାନୀୟ ଅଂଚଳର ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ନର୍ଲା ଠାରେ ଭାୟା ରୁପ୍ରାରୋଡ଼ ଦେଇ ବସଟି ଯାତ୍ରା କଲା ସମୟରେ ମାଣ୍ଡେଲ ଓ ରୁପ୍ରାରୋଡ ଠାରେ ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ଏହାର ସ୍ଵାଗତ କରାଯାଇଥିଲା। ରୁପ୍ରାରୋଡ଼ ଗାୟତ୍ରୀ ମନ୍ଦିର ନିକଟରେ ଓ ପରେ ରୁପ୍ରାରୋଡ଼ ହନୁମାନ ପ୍ରତିମୂର୍ତ୍ତି ନିକଟରେ ବସଟିକୁ ସ୍ଵାଗତ କରାଯାଇ ନର୍ଲା ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଠାରେ ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ମଧ୍ୟ ବାଜା ବଜାଇ ,ମିଣ୍ଟାନ୍ନ ବଣ୍ଟନ କରାଯାଇ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୀଲ ଅଗ୍ରୱାଲ, ଦୀପକ ମହାନ୍ତି,ହମେଶ ଜୈନ,ଶାନୁ ଶର୍ମା, ରଜନୀକାନ୍ତ ସା, ସନ୍ତୋଷ ଭୋଇ, ତ୍ରିଲୋଚନ ପଧାନ, ଗଜମନ ଭୋଇ, ପୂଜକ ଗୋପାଳ ପାଢ଼ୀ,ଚୁମନ ଗଉଡ ସହ ରୁପ୍ରାରୋଡ଼, ବଲବସପୁର, ବରଗାଁ, ଲାଖଗୁଡା, ଭୀମକେଲା, ସରିଆଁ ଅଞ୍ଚଳର ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ବସ ଚଳାଚଳ ଯୋଗୁଁ ଖୁସି ବ୍ୟକ୍ତ କରିଥିଲେ।

ନର୍ଲାରୁ ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଫକୀର ମୋହନ ମାର୍କେଟ କମିଟିର ଫକୀର ମୋହନ ଜୟନ୍ତୀ ପାଳନ 

masiha

ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

ବ୍ରାହ୍ମଣ ସମାଜ ପକ୍ଷରୁ ସାମୂହିକ ରକ୍ଷା ବନ୍ଧନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!