ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜାତୀୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜାତୀୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ

ଜୁନାଗଡ଼୧୩/୯(ମନୀସ:) ଜାତୀୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ ଶ୍ରୀ କୈଶବ ବିହାରୀ (ଭାରତ ସରକାରଙ୍କ ସଚିବ ପାହ୍ୟା) ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ସଫେଇ ବ୍ୟବସ୍ଥା ଓ ସଫେଇ କର୍ମଚାରୀମାନଙ୍କ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ।

ପରିଦର୍ଶନ ସମୟରେ ଶ୍ରୀ ବିହାରୀ ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ କାର୍ଯ୍ୟ, ସମସ୍ୟା, ସୁବିଧା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ସଫେଇ କର୍ମଚାରୀମାନେ ନିଜର ବିଭିନ୍ନ ସମସ୍ୟା ଓ ଦାବି ତାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।

ଏହି ସମୟରେ ମେଡିକାଲ ଅଫିସର ଇନ୍‌ଚାର୍ଜ ଡା. ଭଗବାନ ପଣ୍ଡାଙ୍କ ସମେତ ପ୍ରତିକ ଯୋଶୀ, କୁଞ୍ଜବିହାରୀ ଅଗ୍ରୱାଲ, ବିରଞ୍ଚି ନାରାୟଣ ପଣ୍ଡା, କୁବଳେଶ୍ୱର ପାଣିଗ୍ରାହୀ, ଓୟୁଜେ ରାଜ୍ୟ ଉପ-ସଭାପତି ସନ୍ତୋଷ କୁମାର ସିଂହଦେଓ,ଅଂଶୁମାନ ଯୋଶୀ, ପ୍ରେମ ବାଗ, ହସ୍ପିଟାଲ କର୍ମଚାରୀ ନିରାକାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ହାଇକୋର୍ଟର ବଡ଼ ରାହତ: ପୁଣି ନଗରପାଳ ପଦକୁ ଫେରିବେ ଶୁଭେନ୍ଦୁ ସାହୁ

Sunil Chandra Nayak

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

masiha

PARENTS AS PARTNERS MEETING HELD AT ANCHALBADI SEVASHRAM

masiha

Leave a Comment

error: Content is protected !!