ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷକ ମେଳା 

କୃଷକ ମେଳା 

ନବରଙ୍ଗପୁର-(ମ ନି ସ)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ଝାଲିଆଗୁଡl ଗ୍ରାମରେ ମହାସମାରୋହରେ କୃଷକ ମାନଙ୍କୁ ନେଇ କୃଷକ ମେଳା ଅନୁଷ୍ଟିତ ହୋଇଯାଇଛି l ଏହି ଅବସରରେ ଆଇ ଡି ଇ ଆଇ(ଇଣ୍ଟରନେସନାଲ ଡ଼େଭଲପମେଣ୍ଟ ଏଣ୍ଟରପ୍ରାଇଜେସ ଇଣ୍ଡିଆ ର ଜିଲ୍ଲା ସଂଯୋଜକ ତେଜେଶ୍ୱର ପ୍ରଧାନ ଙ୍କ ସଭାପତିତ୍ବରେ ବାଇଓ କମ୍ପୋଷ୍ଟ ଏବଂ ବାଇଓ ସିଡସ ଷ୍ଟାଫ୍ ଡାବୁଗାଁ ବ୍ଳକ ଶୁଭେନ୍ଦୁ ମିଶ୍ର,ପାପଡାହାଣ୍ଡି ବ୍ଳକ ଉର୍ଦ୍ଦବ ମାଳି, କୋଷାଗୁମୁଡ଼ା ବ୍ଳକ ବସନ୍ତ ସରାବୁ ପ୍ରମୁଖଙ୍କ ସହଯୋଗରେ କୃଷକ ମାନଙ୍କୁ ନେଇ କୃଷକ ସଭାରେ ସ୍ଵଳ୍ପ ଖର୍ଚ୍ଚ ରେ କରିବା ଚାଷ, ଅଧିକ ଅମଳ ଲାଭ ଅଶେଷ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା l ଇନ୍ଦ୍ର ଧନୁର ସପ୍ତରଙ୍ଗ ଓ ସପ୍ତାହ ର ସାତ ଦିନ ଭଳି ଚାଷବାସ ର ସାତ ଗୋଟି ମନ୍ତ୍ର lସାତ ଗୋଟି ଉନ୍ନତ ପ୍ରଣାଳୀ—ନର୍ସରୀ ବା ଚାରା ଉତ୍ପାଦନ, ମାଟିରେ ଅଣରାସାୟନିକ ଖତସାର ର ପ୍ରୟୋଗ,ଉଚ୍ଚ ପଟାଳିରେ ବିହନ/ଚାରା ଲଗାଇବା,ଧାଡି ଓ ଗଛ ମଧ୍ୟରେ ଉଚିତ୍ ବ୍ୟବଧାନ, ଲତା ଜାତୀୟ ପନିପରିବା ପାଇଁ ମଞ୍ଚl ବା ଭାଡି/ ଟ୍ରେଲିସ,ଯନ୍ତା ଫସଲ ଓ/ଯବକ୍ଷାରଜାନ ବିବନ୍ଧନ କରୁଥିବା ଫସଲ,ବାଢ ଫସଲ ବା ପାର୍ଶ୍ୱ ଫସଲ(ସଜନା,ଅମୃତଭଣ୍ଡା ଓ କଞ୍ଚା କଦଳୀ) ଓ ସାତ ଚାଷ ମନ୍ତ୍ର–ନିୟମିତ ମାଟିର ପରୀକ୍ଷା ଓ ତାର ଉପକାର, ଅଧିକରୁ ଅଧିକ ଅଣ ରାସାୟନିକ ଖତସାର ର ପ୍ରୟୋଗ ସୁସ୍ଥ, ଉନ୍ନତ ଗୁଣବତ୍ତା ଓ ଭଲଭାବରେ ପୂର୍ବରୁ ବିଶୋଧନ ହୋଇଥିବା ବିହନ ବ୍ୟବହାର, ପ୍ରାକୃତିକ ଉପାୟରେ ଜମିରେ ଯବକ୍ଷାରଜାନ ବିବନ୍ଧନ କରୁଥିବା ଫସଲ ର ରୋପଣ, ୠତୁ ଓ ପାଗ ଅନୁଯାୟୀ ଉପଯୁକ୍ତ ପରିମାଣ ର ଜଳସେଚନ ର ବ୍ୟବସ୍ଥା, ଯନ୍ତା ଫସଲ ଓ ଅନ୍ତଃ ଫସଲ ର ଉପଯୋଗ, ପ୍ରାକୃତିକ ମାଧ୍ୟମରେ ବା ନିଜସ୍ଵ ପ୍ରସ୍ତୁତ ଅଣ ରାସାୟନିକ ଖାଦ୍ୟସାର ଓ ଔଷଧ ର ନିୟମିତ ବ୍ୟବହାର l ଏଇ ଦୁଇଟି ବିଷୟରେ ବ୍ୟାପକ ବୁଝାଇ ଚାଷୀ ମାନଙ୍କୁ ପରାମର୍ଶ ଦେଇ ଥିଲେ l ସମସ୍ତ ଚାଷୀ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇ ଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଡ଼. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବିରେ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ ଓ ଶୋଭାଯାତ୍ରା

masiha

ନିଲାବାଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ନ ଥିବାରୁ ଘୁମୁରା ଗାଁରେ ପିଇବା ପାଣି ବିଲ୍ ପୈଠ ନହେବା ଯୋଗୁଁ ବିଜୁଳି କାଟ, ପାଣି ପାଇଁ ୧୬୦ ପାରିବାର ହନ୍ତସନ୍ତ

masiha

ଟ୍ବେଲ ପକ୍ଷରୁ ରାଉରକେଲାର ମାନସୀ ଦାସମହାପାତ୍ରଙ୍କୁ ଭାରତ ଆଇକନିକ୍ ପୁରସ୍କାର ୨୦୨୬

Leave a Comment

error: Content is protected !!