ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧୁତା ସମ୍ମାନ – ୨୦୨୪ ପାଇଲେ ଯୁବ ସମାଜସେବୀ ସରୋଜ ବାରିକ 

ସାଧୁତା ସମ୍ମାନ – ୨୦୨୪ ପାଇଲେ ଯୁବ ସମାଜସେବୀ ସରୋଜ ବାରିକ 

କଟକ : କଟକ ସଦର ବୋଧପୁର ପଞ୍ଚାୟତ ଉପକଣ୍ଠ ନାନପୁର ଗ୍ରାମର ଯୁବ ସମାଜସେବୀ ସରୋଜ କୁମାର ବାରିକ ନୂଆବଜାର ପୋଲ ତଳୁ ଏକ ମନି ପର୍ସ ପାଇଥିଲେ ଏହି ଘଟଣାକୁ ସିଆରଆରଆଇ ଥାନାରେ ଜଣାଇବା ସହ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିଥିଲେ । ସେହି ପର୍ସରେ ସାତ ହଜାର ଟଙ୍କା ଥିଲା ଏବଂ ଅନ୍ୟାନ୍ୟ କାଗଜ ପତ୍ରଥିଲା । ପରେ ଏହି ପର୍ସ ନୂଆବଜାର ଅଂଚଳର ସୁଶାନ୍ତ କୁମାର ପ୍ରଧାନଙ୍କ ଜଣା ପଡ଼ିବାରୁ ତାଂକୁ ଯୋଗାଯୋଗ କରି ଦିଆ ଯାଇଥିଲା । ଯୁବ ସମାଜସେବୀ ସରୋଜଙ୍କ ଏପରି ସାଧୁତା ତଥା ମହାନତାକୁ ସବୁଠି ଉଚ୍ଚ ପ୍ରଶଂସା କରାଯିବା ସହ ଶିକ୍ଷାବିତ୍ ବିମଳ କୁମାର ପଣ୍ଡା,ପଣ୍ଡିତ ହୃଦାନନ୍ଦ ହୋତା,ତ୍ରିନାଥ ବେହେରା,ଅଶୋକ ଭୋଇ,କାଳୀ କିଙ୍କର ପାଇକ,ପରିବେଶବିତ୍ ଦେଵୀ ପ୍ରାସାଦ ପତି,ସମୀର କୁମାର ସେନାପତି,ଜୟନ୍ତ ଦାସ,ସଙ୍ଗଠକ ପୀୟୂଷ ରଞ୍ଜନ ପରିଡ଼ା ପ୍ରମୁଖ ତାଂକୁ ଧନ୍ୟବାଦ ଜଣାଇବା ସହ ସାଧୁତା ସମ୍ମାନ – ୨୦୨୪ ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ଏକ ଜରୁରୀ ବୈଠକ

masiha

ଉଭିଦ ହିଁ ଔଷଧର ଶେଷ ଉତ୍ସ 

Sunil Chandra Nayak

ବାଂଲାଦେଶୀ ଝିଅ ବାଲେଶ୍ଵରରେ, ଦାବି କଲେ ବାଲେଶ୍ଵର ବୋହୂ ହେବାକୁ

masiha

Leave a Comment

error: Content is protected !!