ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଝାରୀଗୁଡ଼ା ରେ ଗୋଣ୍ଡ ସମାଜର ନୂଆଖାଇ ଭେଟଘାଟ

ପୁଝାରୀଗୁଡ଼ା ରେ ଗୋଣ୍ଡ ସମାଜର ନୂଆଖାଇ ଭେଟଘାଟ 

ଚନ୍ଦାହାଣ୍ଡି- ( ଦିଲୀପ ଦାସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ପୁଝାରୀଗୁଡ଼ା ଗୋଣ୍ଡ ସାଂସ୍କୃତିକ ଭବନ ପଡ଼ିଆ ଠାରେ ପାନାବେଡ଼ା ଅଞ୍ଚଳରେ ବସବାସ କରୁଥିବା ଗୋଣ୍ଡ ସମ୍ପ୍ରଦାୟର ଲୋକଙ୍କୁ ନେଇ ଏକ ନିଆରା କାର୍ଯ୍ୟକ୍ରମ ପାରମ୍ପରିକ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି l ଗୋଣ୍ଡ ସମାଜ ବ୍ଲକ୍ ସଭାପତି ଯଦୁନାଥ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ ସମ୍ମାନିତ ଅତିଥି ରୂପେ ଚନ୍ଦାହାଣ୍ଡି ବ୍ଲକ୍ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ରାଇଘର ଅତିରିକ୍ତ ତହସିଲଦାର ଜଗୁ ପୂଜାରୀ ଜଳନ୍ଧର ମାଝୀ, ରଘୁ ପୂଜାରୀ, ହୀରାସିଂ ନେତାମ , ସିନାପାଲି ଅଞ୍ଚଳର ଗୋଣ୍ଡ ସାଂସ୍କୃତିକ ସମାଜର ସମାଜସେବୀ କ୍ରାନ୍ତିକାରୀ ଅମ୍ବିକା ମର୍କାମ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ବୈଠକରେ ଗୋଣ୍ଡ ସମାଜର ବିକାଶ କୁ ଗୁରୁତ୍ଵ ଦେଇ ଶିକ୍ଷା ସ୍ୱାସ୍ଥ୍ୟ ଅନ୍ଧବିଶ୍ୱାସ ସମେତ ବାଲ୍ୟବିବାହ ଉପରେ ଧ୍ୟାନ ଦେଇ ସମାଜକୁ ଗଢିବାକୁ ମଞ୍ଚାସୀନ ଅତିଥିବୃନ୍ଦ ଅଭିଭାଷଣ ପ୍ରଦାନ କରିଥିଲେ l ସିନାପାଲି ବ୍ଲକ୍ ର ସମାଜସେବୀ କ୍ରାନ୍ତିକାରୀ ଅମ୍ବିକା ମର୍କାମ ଗୋଣ୍ଡ ସମାଜର ବିକାଶ ପାଇଁ ଅର୍ଥ ସହଯୋଗ ଲୋଡ଼ା ହୋଇଥିବା ସହ ସମାଜ ଶିକ୍ଷିତ ହେଲେ ଆଗକୁ ବଢ଼ି ପାରିବ ଓ ସମାଜ ଏକ ଧାରାରେ ରହିବାକୁ ପଡ଼ିବ ବୋଲି କହିଥିଲେ ଏହା ସହିତ ଆଦିବାସୀଙ୍କ ହକ୍ ଅଧିକାର ପାଇଁ ଯୁବପିଢ଼ି ଆଗକୁ ବଢିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ l ସେହିପରି ସମ୍ମାନୀତ ଅତିଥି ହୀରାସିଂ ମାଝୀ ହିଂସା ଓ ନିଶା ଆଜି ଗୋଣ୍ଡ ଜାତି ସମାଜ କୁ କ୍ଷତିରେ ପହଞ୍ଚାଉଥିବା ବେଳେ ଆମେ ଏହାକୁ ପରିତ୍ଯାଗ କରିବାକୁ ପଡ଼ିବ ବୋଲି ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ ଆଦିବାସୀ ର ପରମ୍ପରା, ସଂସ୍କୃତି, ଜୀବନ ଜିବିକା, ଆଦିବାସୀ ଭାଷା, ସଂସ୍କୃତି ର ବିକାଶ ଲାଗି ଆଦିବାସୀ ରୀତି ନୀତି କୁ ଗୁରୁତ୍ଵ ଦେବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଗଣ୍ଡ ସମାଜର ଉନ୍ନତି ଓ ଶିକ୍ଷା ଉପରେ ଗୁରୁତ୍ବ ଦେଇ ନିଶା ନିବାରଣ ଉପରେ ଦୃଷ୍ଟି ଦେଇ ସମାଜ କୁ ଆଗକୁ ବଢିବାକୁ ଦିଗ୍ଦର୍ଶନ ଦେଇଥିଲେ ଓ ବୁଢ଼ାଦେଓ ମନ୍ଦିର ନିର୍ମାଣ ସହ ଖୁବଶୀଘ୍ର ମନ୍ଦିର ପ୍ରାଙ୍ଗଣରେ ଗୋଣ୍ଡ ସମାଜର ଅନୁରୋଧ କ୍ରମେ ସ୍ଵର୍ଗତ ଯାଦବ ମାଝୀ ଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ଖମେଶ୍ଵର ମାଝୀ ଓ ଲାଲୁ ପ୍ରସାଦ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ମଞ୍ଚରେ ଆଦିବାସୀ ପରମ୍ପରା ସମ୍ବନ୍ଧିତ କଛାରପଡା ର ମାଦଲି ନୃତ୍ୟ , ଅମଳିପଦର ର ଆଦିବାସୀ ନୃତ୍ୟ ସମେତ ଅଞ୍ଚଳର ଅନେକ ଆଦିବାସୀ ନୃତ୍ୟ କଳାକାର କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଅର୍ଜୁନ ଗଏନ୍ତା ,ଡମ୍ବରୁ ମାଝୀ, ମୁରଲୀଧର ପୂଜାରୀ, ମୋହନ ମାଝୀ, ସୋମନାଥ ମାଝୀ, କୁମର ଗାଉଁଟିଆ , ବିରେନ୍ ମିତ୍ର ମାଝୀ, ମାର୍କଣ୍ଡ ପୂଜାରୀ, ଦେବୀସିଂ ମାଝୀ, ଶରତ ଅଣ୍ଟି , ଭୁବନେଶ୍ବର ମାଝୀ, ତିରଣ ମାଝୀ, ପଦୁ ପୋଟା , କମଳୁ ମାଝୀ, ଚେନସିଂ ପୂଜାରୀ, ଦୁର୍ଯ୍ଯୋଧନ ପୂଜାରୀ, ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶେଷରେ ଗଙ୍ଗାରାମ ଅଣ୍ଟି ଉପସ୍ଥିତ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଚିନ୍ମୟ ଦାସପଟ୍ଟନାୟକ “ନାଟ୍ୟ ଗୌରବ ସମ୍ମାନ” ରେ ସମ୍ମାନିତ

Sunil Chandra Nayak

ରାଜ ଯୋଗ ଦ୍ଵାରା ଚିନ୍ତା ମୁକ୍ତ ଜୀବନ ଓ ଶାନ୍ତି ର ଅନୁଭୂତି ପ୍ରାପ୍ତ ହୁଏ- ରାଜ ଯୋଗିନୀ ଉର୍ମିଳା ଦିଦି

Sunil Chandra Nayak

ରାତ୍ରି କାଳୀନ ବସ ମାଲିକଙ୍କ ମନମାନି; ପରମିଟ ଅନୁସାରେ ମୂଳ ସ୍ଥାନରୁ ଗଡୁନି ଘରୋଇ ରଘୁନାଥ ବସ୍ ; ସୁଲାଇପାଟ ଅଂଚଳଵାସୀ ଅସନ୍ତୁଷ୍ଟ

Sunil Chandra Nayak

Leave a Comment

error: Content is protected !!