ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମିନତି ଦାସ ଙ୍କ କବିତା l l ଶୀତ ଆସିଛି l l

l l ଶୀତ ଆସିଛି l l

କୁଲକୁଲିଆ ଉତ୍ତରା
ସହ ମଞ୍ଜ ଥରା ହେମାଳ..
ଗବାକ୍ଷ ଦରଜା ଫାଙ୍କରୁ 
ଧସେଇ ପଶେ,
ହାଡ଼ ଗୁଡ଼ ପିଞ୍ଜରା ସହ ଦାନ୍ତ ପାଟିର
ଠକଠକ ଶବ୍ଦ,
ରାସ୍ତା କଡ଼ର ବିନା ଛାତ ର ଜୀବନ
ଦେହ କୁ ଦେହ ଘଷି
ଉଷ୍ମତା ଶୋଷେ.
କୋତାରା ରେ ମୁହଁ ଦେହ ରୁ
ଫାଳକ ଘୋଡେଇଲେ
ଆର ଅଧକ ମନକୁ ମନ ଉଷୁମ,
ଶୀତର କୁହାଟ
ଜୀବନ ର ଆର୍ତ୍ତ..
କେଇ ଦଣ୍ଡ ପାଇଁ ଉଭାନ… ଉଡନ ଛୁ
ସୁଖର ଆଶ୍ଳେଷ ରେ ଜୀବନ.
ବାଡ଼ି ଅଗଣା ପ୍ରୀତି ଫୁଲିଆ..
ଗେଣ୍ଡୁ ସୋରିଷ ଶିରିଶ ଫୁଲର
ଛିଟପକା ପିତାମ୍ବରୀ ଓଢଣୀରେ,
ପତର ଚୁଲୀ ରେ ବାମ୍ଫୁଆଣି ଭାତ ହାଣ୍ଡିରୁ କୁଣ୍ଡଳୀ ମରା ଧୂଆଁ
ଭଙ୍ଗା ଚାଳ ଛପର ଦେଇ ଆକାଶ କୁ
ଉଠିଲା ବେଳେ..
ପଧାନ ଘର ଛାତ ବି ହାଇ ମାରେ,
ସାଙ୍ଗ ହୋଇ ଦୁହେଁ ଆକାଶ ଓଢଣୀ ତଳେ କୋଳା କୋଳି ହୋଇ
ଶୁଣାନ୍ତି ସାମ୍ୟବାଦର ଦୃପ୍ତ ଧ୍ୱନି.
ମା ମୁହଁ ଶେତା..
ଦେହ ବି ଗୁର୍ମା ଗୁର୍ମା…
ବା,’ ର ଖୁଁ ଖୁଁ କାଶ..
ପୁଅ ନାକରୁ ସିଙ୍ଗାଣି ଶୁଖୁନି
ଅଙ୍ଗନବାଡି ସୁଇଟର
ଏ ଯାଏ ଆସିନି…..
ଛିଣ୍ଡା ଫ୍ରକ ରେ ବଢିଲା ଝିଅଟାର
ଦେହ ମୁହଁ ଲୁଚୁଛି କଉଠି
ବରଂ ଫୁଟି ଦୁ’ ଛି….
ଧାନ କାଟିବା ପାଇଁ ଠିକାଦାର
ଡାକି ଆଇ ଥିଲା ଯେ….
କଥା କହୁ କହୁ ତାକୁ ହିଁ
ଅନାଉ ଥିଲା.
ଶୀତ ରେ ଖାଲି ହେମାଳିଆ ଦୁଃଖ
ନା ଟୋପା ଟୋପା କାକର ସହ
କିଛି ପ୍ରେମ ବି ଫୁଆରିଆ ହୋଇ ଝରେ?
ଘାସ ପତ୍ର ଫୁଲ ରେ
ମୁକ୍ତା ମାଳ ଦେଖି ଭ୍ରମର ଭ୍ରମିତ,
କୁନି କୁନି ଅନାମି ପକ୍ଷୀ
ଆପଣା ସ୍ୱର ରେ ଗୀତ ଗାଇ
ଡେଉଁଛନ୍ତି ଗେଣ୍ଡୁରୁ କାଗଜି ଫୁଲକୁ
ପ୍ରଜାପତି ଉଡ଼ୁଛି କଣ୍ଟା କୁସୁମ ରୁ
ସୋରିଷ ଫୁଲ କୁ ପରାଗ ଝାଡ଼ି
ସୂର୍ଯ୍ୟ ମୁଖି ସୂର୍ଯ୍ୟ ଅନିଶା ରେ
ସରସୀ ରେ ପୋଷା ପୋଷା କାକର ମାଖି… ସଜ କଇଁ ଦରଫୁଟା.
ରୋଷେଇ ଶାଳ ରୁ
ଅଦା ଧନ୍ଵନ୍ତରି ତେଜପତ୍ର ର
ଭୁରୁ ଵାସ..
ମା ବୁଢ଼ୀ ନିଜ ନାକ ମୁହଁ କୁ
ଛିଡା କାନି ରେ ଜାକି…
ଅଧା ବେଲା ନାଲି ଚା ସହ
ଟୋକେଇ ରେ ମୁଢି ଯାଚି କହେ……
ଏଇ ନିଏ ଗରମ ଗରମ ପି ଦିଅ
ଥଣ୍ଡା କଟି ଯିବ.

ମିନତି ଦାସ 

ବାରିପଦା

Related posts

ଅବିନାଶ ମହାପାତ୍ର ଙ୍କ କବିତା //  ପ୍ରେମରେ ଯାଇଛି ପଡି       

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଗୋ ମାତା ସୁରକ୍ଷା

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା // ତୁମେ ମୋ ଆଖିର ସତ ସପନ

Sunil Chandra Nayak

Leave a Comment

error: Content is protected !!