ସାହିତ୍ୟ ଅଗଣାକୁମାରୀ ପୁଷ୍ପଲତା ମୁଣ୍ଡା ଙ୍କ କବିତା = ଶୁଭ ଜନ୍ମ ଦିନ by Sunil Chandra NayakMarch 16, 2023053 Share0 ଶୁଭ ଜନ୍ମ ଦିନ ଶୁଣ! ଆଜିର ସକାଳ ଶୁଭ ସକାଳ , ଭରିଦେଉ ତୁମ ମନରେ ସରସ । ଦୂର ହେଉସବୁ ତୁମ ଦୁଃଖ ଦୁର୍ଦ୍ଦଶା , ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା। ଭଗବାନଙ୍କ ଆଶିର୍ବାଦ ରହୁ ସର୍ବଦା , ସବୁ କାମରେ ପାଉଥାଅ ସଫଳତା । ଆଶା ତ ଅନେକ ବାଟ ବହୁ ଦୂର, ତୁମ ଚଲାପଥ ହେଉ କୁସୁମିତ। ତୁମେ ହସିଲେ ଦିଶ ଭାରି ସୁନ୍ଦର, ସେଇ ହସ ରହିଥାଉ ସାରାଜୀବନ। ତୁମ ହସରେ ନ ଲାଗୁ କାହା ନଜର, ସେ ହସରେ ରହିଛି ମୋରି ଜୀବନ। ଦୂରରୁ ଜଣାଉଛି ତୁମକୁ ଅଭିନନ୍ଦନ, ଆଜିର ଦିନ ଟି ହୋଉ ମଙ୍ଗଳ ମୟ । ସବୁ ଦିନ ସବୁ ସମୟ ଖୁସିରେ ରୁହ, ତୁମ ଜନ୍ମ ଦିନରେ ମୋର ଏତିକି କାମନା। କୁମାରୀ ପୁଷ୍ପଲତା ମୁଣ୍ଡା ମଙ୍ଗଳ ପୁର /କେନ୍ଦୁଝର