ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ଦେଶ ବିଦେଶ…ବିଶ୍ବର ଦାମୀ ସ୍କୁଲ…

ଦେଶ ବିଦେଶ…

ଆଜିର ସମୟରେ ପିଲାମାନଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ପଢ଼ାଇବା ଏତେ ସହଜ ନୁହେଁ। କାରଣ ସେମାନଙ୍କ ବିଦ୍ୟାଳୟର ଫି’ ଏତେ ଅଧିକ ଯେ ଅଭିଭାବକଙ୍କୁ ଅନେକଥର ଚିନ୍ତା କରିବାକୁ ପଡ଼ିବ। ସାଧାରଣତଃ ବେସରକାରୀ ସ୍କୁଲଗୁଡ଼ିକର ଅତ୍ୟଧିକ ଫି’ ନେବା ଦ୍ୱାରା ଅସୁବିଧାରେ ପଡ଼ନ୍ତି ଅଭିଭାବକ। ତେବେ ଆଜି ବିଶ୍ୱର ସବୁଠାରୁ ମହଙ୍ଗା ବିଦ୍ୟାଳୟ ସ୍କୁଲ ବିଷୟରେ କହିବୁ, ବର୍ଷକୁ ୯୮ ଲକ୍ଷ ଫି’ ନେଇଥାଏ ସ୍କୁଲ।

ବିଶ୍ବର ଦାମୀ ସ୍କୁଲ…

ଏମିତି ସ୍କୁଲ ରହିଛି ୟୁରୋପରେ। ଏହାର ନାମ ଇନ୍‌ଷ୍ଟିଚ୍ୟୁଟ୍‌ ଲେ ରୋଜେ। ଯେଉଁଠି ଏଠାକାର ଧନୀ ପରିବାରର ପିଲାମାନେ ଏହି ସ୍କୁଲରେ ଅଧ୍ୟୟନ କରିଥାନ୍ତି। କାରଣ ଏଠାରେ ଫି’ ଏତେ ଅଧିକ ଯେ, ଜଣେ ସାଧାରଣ ପରିବାରର ପିଲାକୁ ପଢ଼ାଇବା ପାଇଁ ସାହସ ଜୁଟାଇ ପାରିବେନି ଅଭିଭାବକ। ପ୍ରତ୍ୟେକ ପିଲାଙ୍କ ପାଇଁ ବାର୍ଷିକ ଦେୟ ୧ ଲକ୍ଷ ୩୦୦ ହଜାର ଡଲାରରୁ ଅଧିକ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୯୮ ଲକ୍ଷ ଟଙ୍କା। ଏହି ସ୍କୁଲ ୧୮୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଯାହାକି ସବୁଠାରୁ ପ୍ରସିଦ୍ଧ ଏବଂ ପୁରାତନ ସ୍କୁଲ୍‌। ଏହି ସ୍କୁଲରେ ସ୍ପେନ, ଇଜିପ୍ଟ, ବେଲଜିୟମ, ଇରାନ ଏବଂ ଗ୍ରୀସର ରାଜାମାନେ ଅଧ୍ୟୟନ କରିଥିଲେ।

ଏହି ସ୍କୁଲର ଦୁଇଟି କ୍ୟାମ୍ପସ, ଟେନିସ କୋର୍ଟ, ଏକ ଶୁଟିଂ ରେଞ୍ଜ, ଆକ୍ୱାଷ୍ଟ୍ରେନ ସେଣ୍ଟର ଏବଂ ଏକ କନ୍ସର୍ଟ ହଲ୍‌ ସହିତ ଏହା ଏକମାତ୍ର ବୋର୍ଡିଂ ସ୍କୁଲ ଅଟେ। ଯାହା ପ୍ରାୟ ୪୦ ମିଲିୟନ ଡଲାର ମୂଲ୍ୟରେ ନିର୍ମିତ। ବିଦ୍ୟାଳୟର ଶୀତକାଳୀନ ଶିବିରରେ ଏକ ପୃଥକ୍‌ ସ୍କାଏକିଂ ସୁବିଧା ଯୋଗାଇ ଦିଆଯାଇଛି।

ଏହି ସ୍କୁଲରେ ଶିକ୍ଷକଙ୍କ ବି ଅଭାବ ନାହିଁ। ଏଠାରେ ୪୨୦ ଜଣ ଛାତ୍ରୀଛାତ୍ର ଅଛନ୍ତି, ଏମାନଙ୍କୁ ୧୫୦ ଶିକ୍ଷକ ପାଠ ପଢ଼ାଉଛନ୍ତି। ପ୍ରତ୍ୟେକ ଶ୍ରେଣୀରେ ୧୦ରୁ କମ୍‌ ପିଲା ଅଛନ୍ତି, ଫଳରେ ଶିକ୍ଷକମାନେ ସମସ୍ତଙ୍କୁ ଯଥେଷ୍ଟ ଧ୍ୟାନ ଦେଇପାରିବେ। ଏଠାରେ ଥିବା ଶିକ୍ଷକମାନଙ୍କ ପିଲାମାନଙ୍କ ପାଇ ୩୦ଟି ସିଟ୍‌ ସଂରକ୍ଷିତ, ସେଥିମଧ୍ୟରୁ ୩ଟି ପ୍ରତିବର୍ଷ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ବିଦ୍ୟାଳୟରେ ଆଡ୍‌ମିଶନ ବୟସ ୭-୧୮ବର୍ଷ ଅଟେ।

 ଇନଷ୍ଟଚ୍ୟୁଟ ଅଫ୍ ଲେ ରୋସେ ପରି ମହଙ୍ଗା ସ୍କୁଲରେ ୟୁରୋପର ସମସ୍ତ ଧନୀ ପରିବାରର ସନ୍ତାନମାନେ ପାଠ ପଢ଼ନ୍ତି । ସେଠାକାର ପାଠପଢ଼ା ଫିସ୍ ଏତେ ଅଧିକ ଯେ ସାଧାରଣ ଲୋକଟିଏ ତା’ର ଛୁଆକୁ ସେଠାରେ ପଢ଼ାଇବାକୁ ସ୍ୱପ୍ନ ବି ଦେଖିବ ନାହିଁ । ୧୮୮୦ ମସିହାରେ ପଲ୍ କର୍ଣ୍ଣନ ଉକ୍ତ ସ୍କୁଲର ସ୍ଥାପନ କରିଥିଲେ । ଏକମାତ୍ର ବୋର୍ଡିଂ ସ୍କୁଲ ଭାବେ ସେଠାରେ ଦୁଇଟି କ୍ୟାମ୍ପସ୍ ରହିଛି । ଯେଉଁଥିରେ କି ଟେନିସ୍ କୋର୍ଟ, ଶୁଟିଂ ରେଞ୍ଜ, ଏକେଷ୍ଟ୍ରେନ ସେଣ୍ଟର, କନସର୍ଟ ହଲ୍ ଆଦି ରହିଛି । ସେଠାରେ ୪୨୦ ଛାତ୍ର ପଢ଼ିବା ସହ ୧୫୦ ଶିକ୍ଷକ ରହିଛନ୍ତି । ଗୋଟିଏ କ୍ଲାସରେ ୧୦ ଜଣରୁ କମ୍ ଛାତ୍ର ବସିଥାନ୍ତି । ସେଠାକାର ଶିକ୍ଷକଙ୍କର ପିଲାଙ୍କ ପାଇଁ ୩୦ଟି ସିଟ୍ ସଂରକ୍ଷିତ ରହିଥାଏ । ଉକ୍ତ ସ୍କୁଲରେ ଆଡମିଶନ କରିବା ପାଇଁ ବୟସ ୭ରୁ ୧୮ ମଧ୍ୟରେ ହୋଇଥିବା ଦରକାର ।

ଭାରତର ସବୁଠାରୁ ମହଙ୍ଗା ସ୍କୁଲ….

ଭାରତରେ ଏପରି ସ୍କୁଲ ଅଛି ଯେଉଁଥିରେ ପଢିବା ପ୍ରାୟ ଅନେକଙ୍କ ପାଖରେ ଅସମ୍ଭବ । ଏହି ସ୍କୁଲ୍ର ଫି ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ଏହି ସ୍କୁଲ ଗୁଡିକର ବାର୍ଷିକ ଫି ହେଉଛି ଲକ୍ଷ ଲକ୍ଷ ଟଙ୍କା । ଏହି ସ୍କୁଲ୍ ଗୁଡିକ ଭାରତର ସବୁଠାରୁ ମହଙ୍ଗା ସ୍କୁଲ ଭାବେ ପରିଚିତ ।

ପ୍ରଥମରେ ରହିଛି ଡେରାଡୁନର ଡୁନ ସ୍କୁଲ୍ । ଏହି ସ୍କୁଲ କେବଳ ପୁଅମାନଙ୍କ ପାଇଁ ଉଦ୍ଧିଷ୍ଟ । ଏଠାରୁ କେତେକ ଧନୀ ପରିବାରର ପିଲାମାନେ ଅଧ୍ୟୟନ କରିଛନ୍ତି । ଏହି ସ୍କୁଲର ବାର୍ଷିକ ଫି ୯ ଲକ୍ଷ ୭୦ ହଜାର । କେବଳ ଆଡମିଶନ ସମୟରେ ଜମା କରିବାକୁ ପଡିଥାଏ ୩ ଲକ୍ଷ ୫୦ ହଜାର ଟଙ୍କା ।

ଦୁନିଆର ମହଙ୍ଗା ସ୍କୁଲ୍ ଲିଷ୍ଟର ଦ୍ବିତୀୟରେ ରହିଛି ୧୮୯୭ରେ ନିର୍ମିତ ଗ୍ବାଲିୟରର ସିନ୍ଧିଆ ସ୍କୁଲ୍ । ଏହାକୁ ତତ୍କାଳୀନ ମହାରାଜା ମାଧବ ରାଓ ସିନ୍ଧିଆ ଖୋଲିଥିଲେ। ଏଠାରୁ ଅନେକ ବଲିଉଡ ତାରକା ଅଧ୍ୟୟନ କରିଛନ୍ତି । ଏହି ସ୍କୁଲର ବାର୍ଷିକ ଫି ୭ ଲକ୍ଷ ୭୦ ହଜାର ଟଙ୍କା ।

ରାଜସ୍ଥାନ ଅଜମେରରେ ରହିଛି ମାୟୋ କଲେଜ । ୧୮୭୫ରେ ନିର୍ମିତ ଏହି ସ୍କୁଲ୍ ହେଉଛି ଭାରତର ସବୁଠାରୁ ପୁରୁଣା ବୋଡିଂ ସ୍କୁଲ୍ । ଏହାର ବାର୍ଷିକ ଫି ବାବଦରେ ଦେବାକୁ ପଡିଥାଏ ୫ ଲକ୍ଷ ୧୪ ହଜାର ।

ଇକୋଲ୍ ମୋଣ୍ଡିଆଲ୍ ୱାର୍ଲ୍ଡ ସ୍କୁଲ୍ ମୁମ୍ବାଇର ଜୁହୁରେ ରହିଛି । ଏହା ଏକ ଅନ୍ତରାଷ୍ଟ୍ରୀୟ ସ୍ତରର ସ୍କୁଲ୍, ଯାହା ୧୯୬୮ରେ ନିର୍ମିତ । ଏହି ସ୍କୁଲରେ ଗ୍ରେଡ୍ ୯ ଏବଂ ୧୦ ପାଇଁ IGCSE ପ୍ରଦାନ କରିଥାଏ । ଏହାର ବାର୍ଷିକ ଫି ୧୦ ଲକ୍ଷ ୯୦ ହଜାର ।

ଡେରାଡୁନର ୱେଲହମ୍ ବୟେଜ ସ୍କୁଲ୍ ହେଉଛି ଭାରତର ଦାମୀ ସ୍କୁଲ୍ । ଏହି ସ୍କୁଲରୁ ଅନେକ ବଡ ନେତା ଅଧ୍ୟୟନ କରିଛନ୍ତି । ଏହି ସ୍କୁଲର ବାର୍ଷିକ ଫି ୫ ଲକ୍ଷ ୭୦ ହଜାର ।

ସେହିପରି ମଇସୁରରେ ରହିଛି ଉଡଷ୍ଟୋକ୍ ସ୍କୁଲ୍।ଏହା ଏକ ବୋର୍ଡିଂ ସ୍କୁଲ୍ । ଏହି ସ୍କୁଲର ବାର୍ଷିକ ଫି ହେଉଛି ୧୫ ଲକ୍ଷ ୯୦ ହଜାରର ଟଙ୍କା । ଯାହା ଭାରତର ସବୁଠାରୁ ଦାମୀ ସ୍କୁଲ୍ ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା….

Related posts

ବେଣୁଧର ସୂତାର ଙ୍କ କବିତା l l ବୟସ ଯାଇଛି ହଜି

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା // ପ୍ରତୀକ୍ଷା ର ପ୍ରତିଧ୍ବନି

Sunil Chandra Nayak

ଡୁଇଟ ଡେଭିଡ ଫୀଳିପ ଙ୍କ କବିତା// ନୂତନ ବର୍ଷ, ମୃତ୍ୟୁ ଓଢ଼ଣା ଦେଇଛି, ଚେହେରା ପୁରୁଣା

Sunil Chandra Nayak

Leave a Comment

error: Content is protected !!