ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଶୂନ୍ୟତାର ସାଗର

ଶୂନ୍ୟତାର ସାଗର

               ଜ୍ୟୋତ୍ସ୍ନା ରାଣୀ ଦେବୀ

ଶୂନ୍ୟତାର ସାଗର କୋଳେ
       ଆଶାର ଶତ ଲହରୀ ଖେଳେ
         ନିସ୍ଵତାର ପଥେ
ନରମି ଯାଏ ସରମି ଯାଏ
        ତୁହିନ କାହିଁ ଉଜାଡି ନିଏ
  ସ୍ଵପ୍ନ କଳି ଯେତେ ।
ତଥାପି ଉଠେ ପ୍ରାଚୀ ନଭେ
     ଦୁକୂଳ ବର୍ଣ୍ଣ ବିଭା
ତିମିର ନାଶି ଘନ ବିଧ୍ଵଂସି
      ଗଗନ ପ୍ରାନ୍ତେ ଉଭା
 ଆଲୁଅ ଦିଏ ଢାଳି
ଅନ୍ତରେ ଫୁଟେ ନିମିଷେ ଛୁଟେ
    ସୁବାସେ ମଧୁ ଢାଳି ।
ବଞ୍ଚିବାର ମୋହ ଇଏ
      ଜୀବନ ଶିଖା ଜାଳି
ଆଗକୁ ଆଗ ପଥ କେତେ 
      ପାରେ କି କିଏ କଳି
   ଧୂମାଳ ନଭ ତଳେ
ଶୁଭ୍ର ରେଖା ଜ୍ୟୋତି ଧାରେ
   ସର୍ବଦା ଉଙ୍କି ମାରେ ।
ଏହିତ ମନ୍ତ୍ର ସଂଜୀବନୀ
    ମୁମୂର୍ଷୁ ପ୍ରାଣେ ସିଞ୍ଚି
ଆୟୁଷ ରେଖା ଦୀର୍ଘ କରି
  ଆଶାର ଫୁଲ ବିଞ୍ଚି
    ବଞ୍ଚିବା ପାଇଁ ହେବ
ଦେବ ଦୁର୍ଲଭ ପରାଣ ତଟେ
   ସୁକୀର୍ତ୍ତି ରହିଥିବ ।

     ବ୍ରହ୍ମପୁର, ଗଂଜାମ

Related posts

ପ୍ରତିମା ଶତପଥି ଙ୍କ କବିତା l l ପୌଷ ପୂର୍ଣ୍ଣିମା l l

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ଜଗମୋହନ ପଟ୍ଟନାୟକ ଙ୍କ କବିତା = ପୁରୁଣା ସ୍ମୃତି,ମୋ ଅନୁଭୂତି

Leave a Comment

error: Content is protected !!