ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜାନକୀ ମହାନ୍ତ ଙ୍କ କବିତା l l ମିତଣୀ ଲୋ ମିତଣୀ

  ମିତଣୀ ଲୋ ମିତଣୀ

   

                ଜାନକୀ ମହାନ୍ତ

ଚାଲ୍ ଯିବା ଦୁହେଁ ଘଟଗାଁ ତାରିଣୀ,
ମିତଣୀ ଆଲୋ ମିତଣୀ,
ଦର୍ଶନ ପାଇଁ ଲୋ ହେଲାଣି ଉଛୁର
ଯିବାଲୋ ଘଟଗାଁ ପୁଣି ।।
ମିତଣୀ ଲୋ ମିତଣୀ….
ତାରିଣୀ ମାଆଲୋ ଜଗତ ଜନନୀ
ରଖ’ ଘଟଗାଁ ବାସିନୀ, 
ଏ ମାୟା ସଂସାରୁ ଉଦ୍ଧାର କରି ଦେ’
ମା’ଲୋ ମହୀଷାମର୍ଦ୍ଦିନୀ ।।
ମିତଣୀ ଲୋ ମିତଣୀ…..
ତାରିଣୀ ମାଆର ପଣତ କାନିଟି
ଜମାରୁ ଭୁଲି ହୁଏନି,
ରଖ ମା’ ଘୋଡେ଼ଇ ତୁମ ପଣତରେ
ମା’ଲୋ ଅଭୟ ଦାୟିନୀ ।।
ମିତଣୀ ଲୋ ମିତଣୀ….
ମିଛ ଦୁନିଆଁରେ ମାଆ ଏକା ସତ
ତୁହି ସଙ୍କଟ ତାରିଣୀ,
ମା’ କୋଳରେ ପିଲା ରହେ ଯେ’ ନିଶ୍ଚିନ୍ତ
ମାଆ ଲୋ ନଡ଼ିଆ ରାଣୀ ।।
ମିତଣୀ ଲୋ ମିତଣୀ….
ପୂର୍ବେ ଆସି ଥିଲି ମୁଁ ମା’ତୋ ଦର୍ଶନେ
ବସିଥିଲୁ ବୃକ୍ଷ ମୂଳେ,
 ଆଜି ତୋ’ର ପୀଠ ବିଶ୍ୱପ୍ରସିଦ୍ଧ ଲୋ 
 ବିଶ୍ୱାସ ସବୁରି ମୂଳେ ।।
ମିତଣୀ ଲୋ ମିତଣୀ….
ସଜବାଜ ହୋଇ ସାରିଲୁ କି ନାହିଁ
ଆଲୋ ଉଛୁର ହେଲାଣି,
ଚାଲ୍ ଏବେ ଯିବା ଦେଖିବା ଘଟଗାଁ 
ଉତ୍କଳର ଇଷ୍ଟ ରାଣୀ ।।
ମିତଣୀ ଲୋ ମିତଣୀ….
ପ୍ରୀତି ଅର୍ଘ୍ୟ ତୋତେ ଅର୍ପଣ କରେ ମା’
ତୁ’ଏକା ଆମର ସାହା,
କ୍ଳେଶ ହାରିଣୀ ମା’ଘଟଗାଁ ତାରିଣୀ 
ରକ୍ଷା କର ସର୍ବଂସହା ।।
ମିତଣୀ ଲୋ ମିତଣୀ…

ରାଜ୍ୟ ଉପ-ସଭାପତି

ଓଡ଼ିଶା ସାହିତ୍ୟିକ ସଂଗଠନ
 ଭୁବନେଶ୍ୱର ଓଡ଼ିଶା
  ବେଙ୍ଗାଲୁରୁ

Related posts

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା // ଆସିଛି ଜାଗର ପୂଜିବି ଶଙ୍କର

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା l l ପୌଷ ପୂର୍ଣ୍ଣିମା l l

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା // ସମୟ

Sunil Chandra Nayak

Leave a Comment

error: Content is protected !!