ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

  l l l ଜଣାଣ l l l

              ମାନଗୋବିନ୍ଦ ସ୍ବାଇଁ

ତୋ ଚଢ଼ା ଫୁଲ ମୁଁ ଦେଇପାରୁ ନାହିଁ
     ଏଇଟି ଦେଉଛି ଯାଚି
ତୋ ଦେଉଳ ବାନା ଦର୍ଶନ ପାଉନି
   ଭକ୍ତିରେ ମୁ ଭାବେ ଅଛି।
ବଡ଼ଦାଣ୍ଡ ଧୂଳି ମୁଣ୍ଡ ପରେ ବୋଳି
       ଭକତ ପାଉଛି ଭାବ
ଭକତ ଆସୁଛି ଭକତ ଯାଉଛି
   ଭକ୍ତି ଭାବ ଦାଣ୍ଡ ଥିବ।
ତୂଳସୀ ମାଳାକୁ ଗଳାରେ ଦେବି ମୁଁ
    ଯିବା ମୋ ଭାଗ୍ୟ ଯୁଟୁନି
ସୁଯୋଗ ଆସିଲେ ସୁଯୋଗ ମିଳିଲେ
    ଦର୍ଶନ ମୋ ଭାଗ୍ୟ ଘେନି।
ଦୀପ ମୁଁ କରିଛି ସଳିତା ବଳିଛି
    ଜାଳିବି ପ୍ରଦୀପ ଶିଖା
ଦର୍ଶନ କରିବି ଦୁଃଖକୁ ଜଣାଇ
   ମୋ ପ୍ରଭୁ ହୋଇବ ଦେଖା।
ତୋ ପ୍ରଦୀପ ଧୂପ ଆଶିର୍ବାଦ ନେଇ
    ଆଗକୁ ଯାଉଛି ପଥ
ଆହେ ଜଗନ୍ନାଥ ପୂର୍ଣ୍ଣ କରି ଆଶା
    ଧନ୍ୟ ମୋ ଜୀବନ ପଥ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଡ. ଭବାନୀ ଶଙ୍କର ନିଆଲ ଙ୍କ କବିତା = ଆବେଦନ କରିନଥିଲି

masiha

ଅପର୍ତ୍ତ ସେଠୀ ଙ୍କ କବିତା// ଡୁଆଲ ସିମ୍

Sunil Chandra Nayak

ପ୍ରେମଲତା ଙ୍କ କବିତା  l l l ଡିସେମ୍ୱର l l l

Sunil Chandra Nayak

Leave a Comment

error: Content is protected !!