ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ଼ରେ ଦିବ୍ୟଶଙ୍କରଙ୍କ ହ୍ୟାଟ୍ରିକ ବିଜୟ 

ଜୁନାଗଡ଼ରେ ଦିବ୍ୟଶଙ୍କରଙ୍କ ହ୍ୟାଟ୍ରିକ ବିଜୟ 

ଜୁନାଗଡ଼ ୭/୬ (ମ ନି ସ)କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ହ୍ୟାଟ୍ରିକ ବିଜୟ ହୋଇଛନ୍ତି । ନାଟକୀୟ ଢଙ୍ଗୀ ତଥା ଉତ୍କଣ୍ଠା ପୂର୍ଣ ପରିସ୍ଥିତି ରେ ତାଙ୍କର ଫଳାଫଳ ଘୋଷଣା ହୋଇଥିଲା।ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମନୋଜ ମେହେରକୁ ପରାଜିତ କରି ପୁଣିଥରେ ବିଜୟ ମୁକୁଟ ପିନ୍ଧିଛନ୍ତି । ଗୋଲାମୁଣ୍ଡା ବ୍ଲକ ଓ ଜୁନାଗଡ଼ ବ୍ଲକ କୁ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏଥିରେ ବିଜେପି ପ୍ରାର୍ଥୀ ମନୋଜ ମେହେର ୭୫ ହଜାର ୧୦୪ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି କଂଗ୍ରେସ ପ୍ରାର୍ଥି ତୁଲେଶ୍ୱର ନାଏକ ୩୯ ହଜାର ୫୨ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ସେହିଭଳି ବିଜେଡିର ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ୭୬ ହଜାର ୪୮୩ ଭୋଟ ପାଇଥିଲେ ଓ ବିଜେପିର ମନୋଜ ମେହେରଙ୍କୁ ମାତ୍ର ୧୩୭୯ ଭୋଟ ରେ ପରାଜିତ କରିଛନ୍ତି । ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ଅନେକ ବାଦ ବିବାଦ ଯୋଡି ହୋଇଥିଲେ ସୁଦ୍ଧା ଜନମତ ଦିବ୍ୟଶଙ୍କର ସପକ୍ଷରେ ଯାଇଛି । ଏହି ବିଜୟ ପରେ କର୍ମୀ ଓ ସମର୍ଥକଙ୍କ ମହଲରେ ବେଶ ଉଷାହ ଦେଖିବାକୁ ମିଳିଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

masiha

ରାଇରଙ୍ଗପୁରରେ ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଙ୍କ ବିଶାଳ ରୋଡ଼ ସୋ

masiha

ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!