ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାର ବୁଢିପଦରରେ ସଡ଼କ ଦୁର୍ଘଟଣା: ୨ଜଣ ଗୁରୁତର

ନର୍ଲାର ବୁଢିପଦରରେ ସଡ଼କ ଦୁର୍ଘଟଣା: ୨ଜଣ ଗୁରୁତର

ନର୍ଲା: (ମସିହା )ପିକଅପ ଭ୍ୟାନ ଡ୍ରାଇଭରର ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଶୁକ୍ରବାର ସକାଳୁ ରାକ୍ସି ଗ୍ରାମର ପ୍ରଦ୍ୟୁମ୍ନ ଭୋଇ ଓ ଟିଟିଲାଗଡ଼ ର ପ୍ରକାଶ ଚନ୍ଦ୍ର ଡାକୁଆ ନିଜ କର୍ମ କ୍ଷେତ୍ରକୁ ଏକ ବାଇକ୍ ଯୋଗେ ଯାଉଥିବା ସମୟରେ ନର୍ଲା ଥାନା ବୁଢିପଦର ଆଗକୁ ଥିବା ଶବରପଡା ତାରିଣୀ ମନ୍ଦିର ଛକ ବୁଲାଣିରେ ସେମାନଙ୍କ ବାଇକକୁ ବିପରିତ ପଟରୁ ଆସୁଥିବା ମଶାଣିବନ୍ଧର ଏକ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏଥିରେ ପ୍ରଦ୍ୟୁମ୍ନ ଭୋଇଙ୍କ ବାମ ଗୋଡ ଆଣ୍ଠୁର ହାଡ଼ ଭାଙ୍ଗି ବାହାରକୁ ବାହାରି ଆସିଥିଲା। ସେହିଭଳି ଟିଟିଲାଗଡ଼ ପ୍ରକାଶ ଚନ୍ଦ୍ର ଡାକୁଆଙ୍କ ଗୋଡ଼ ମଧ୍ୟ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ବୁଢିପଦର ଓ ଶବରପଡାର ଯୁବକମାନେ ପହଞ୍ଚି ଆହତ ଦୁଇଜଣଙ୍କୁ ଆମ୍ବୁଲାନ୍ସରେ ନେଇ ପ୍ରଥମେ ନର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ସ୍ଥାନାନ୍ତର କରିଥିବା ଜଣାପଡିଛି।

ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରାଥମିକ ପ୍ରସ୍ତୁତି ବୈଠକ ଆସନ୍ତା ୨ ରେ……

Sunil Chandra Nayak

ଘର ଡିହ ପଟ୍ଟା ପାଇବା ପାଇଁ ରାମଚନ୍ଦ୍ରପୁର ଗ୍ରାମବାସୀ ତହସିଲଦାରଙ୍କ ନିକଟ ରେ ଗୁହାରି 

masiha

ଅବଧି ସରି2ବର୍ଷ ହେଲା କିନ୍ତୁ ପ୍ରଧାନମନ୍ତ୍ରୀ ସଡ଼କ କାମ ସରିନାହିଁ ,ଲିଖିତ ପ୍ରତିଶୃତି ପାଣି ର ଗାର 

masiha

Leave a Comment

error: Content is protected !!