ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାର ବୁଢିପଦରରେ ସଡ଼କ ଦୁର୍ଘଟଣା: ୨ଜଣ ଗୁରୁତର

ନର୍ଲାର ବୁଢିପଦରରେ ସଡ଼କ ଦୁର୍ଘଟଣା: ୨ଜଣ ଗୁରୁତର

ନର୍ଲା: (ମସିହା )ପିକଅପ ଭ୍ୟାନ ଡ୍ରାଇଭରର ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଶୁକ୍ରବାର ସକାଳୁ ରାକ୍ସି ଗ୍ରାମର ପ୍ରଦ୍ୟୁମ୍ନ ଭୋଇ ଓ ଟିଟିଲାଗଡ଼ ର ପ୍ରକାଶ ଚନ୍ଦ୍ର ଡାକୁଆ ନିଜ କର୍ମ କ୍ଷେତ୍ରକୁ ଏକ ବାଇକ୍ ଯୋଗେ ଯାଉଥିବା ସମୟରେ ନର୍ଲା ଥାନା ବୁଢିପଦର ଆଗକୁ ଥିବା ଶବରପଡା ତାରିଣୀ ମନ୍ଦିର ଛକ ବୁଲାଣିରେ ସେମାନଙ୍କ ବାଇକକୁ ବିପରିତ ପଟରୁ ଆସୁଥିବା ମଶାଣିବନ୍ଧର ଏକ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏଥିରେ ପ୍ରଦ୍ୟୁମ୍ନ ଭୋଇଙ୍କ ବାମ ଗୋଡ ଆଣ୍ଠୁର ହାଡ଼ ଭାଙ୍ଗି ବାହାରକୁ ବାହାରି ଆସିଥିଲା। ସେହିଭଳି ଟିଟିଲାଗଡ଼ ପ୍ରକାଶ ଚନ୍ଦ୍ର ଡାକୁଆଙ୍କ ଗୋଡ଼ ମଧ୍ୟ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ବୁଢିପଦର ଓ ଶବରପଡାର ଯୁବକମାନେ ପହଞ୍ଚି ଆହତ ଦୁଇଜଣଙ୍କୁ ଆମ୍ବୁଲାନ୍ସରେ ନେଇ ପ୍ରଥମେ ନର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ସ୍ଥାନାନ୍ତର କରିଥିବା ଜଣାପଡିଛି।

ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ବଲାଙ୍ଗିର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ 

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ଓ ଆର୍ ଜି ଏଚ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ସମସ୍ୟା ଉପରେ ବିଧାୟକ ଦୁର୍ଗା ତନ୍ତୀଙ୍କ ଆଲୋଚନା 

masiha

ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ପକ୍ଷ ପାଳନ 

Sunil Chandra Nayak

Leave a Comment

error: Content is protected !!