ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ବସ୍ତା 27/01/ – ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ତା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ମୁଖ୍ଯ ଅତିଥି ଭାବରେ ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ଯୋଗଦେଇ କାର୍ଯ୍ଯକ୍ରମ କୁ ଉଦଘାଟନ କରିଥିବା ବେଳେ ପ୍ରଶାସନ ପକ୍ଷରୁ ବାଦୀପାଲା ଓ ଏଲଇଡି ସ୍କ୍ରିନ ମାଧ୍ୟମରେ ପଞ୍ଚାୟତ ବାସୀଙ୍କୁ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ସଚେତନ କରା ଯାଇଥିଲା,ଜାମକୁଣ୍ତା ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭଙ୍କର ଦାସ, କନିଷ୍ଠ ଯନ୍ତ୍ରୀ ସୁବଳ ଚନ୍ଦ୍ର ମଲ୍ଲିକ , ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ର ସୁପରଭାଇଜର ରମାନାଥ କର, 23 ନମ୍ବର ଜୋନ୍ ଜିଲ୍ଲା ପରିଷଦ ବେଣୁଧର ଜେନା ,ନାଏବ ସରପଞ୍ଚ ଗୟାଧର ଦାସ , ଜିଲ୍ଲା ଯୁବ ବିଜେଡି ସଭାପତି ଜୟକୃଷ୍ନ ନାୟକ, ଜିଲ୍ଲା ବିଜେଡି ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ବ୍ଲକ ବିଜେଡି ଛାତ୍ର ସଭାପତି ସୁଶାନ୍ତ ବେହେରା, ବିଜେଡି ପଞ୍ଚାୟତ ସଭାପତି ବସନ୍ତ ମହାନ୍ତି, ବିଜେଡି ନେତା ରବିନ୍ଦ୍ର ପରିଡା, ଏମ ବି କେ ମଞ୍ଜୁଲତା ଦାସ , ଯୁବନେତା ସ୍ମୃତି ରଞ୍ଜନ ଖୁଣ୍ଟିଆ, ପଞ୍ଚାୟତ ଯୁବ ବିଜେଡି ସଭାପତି ଦୀପକ ଜେନା , ପୂର୍ବତନ ସରପଞ୍ଚ ବ୍ରଜ କିଶୋର ବିଶ୍ବାଳ, ପୂର୍ବତନ ସମିତି ସଭ୍ଯ ସୁଧାଂଶୁ ବାରିକ, ୱାର୍ଡ ସଭ୍ୟ ସଞ୍ଜୟ ଦାସ , ବିକ୍ରମ ବେହେରା, ଶ୍ରୀନିବାସ ସାହୁ , ହର ଦଳାଇ ପ୍ରମୁଖ ଯୋଗଦେଇ ଆମ ଓଡିଶା ନବୀନ ଓଡିଶା କାର୍ଯ୍ଯକ୍ରମ ରେ ଗ୍ରାମାଞ୍ଚଳ ରେ ଭିତ୍ତିଭୂମି ବିକାଶ କରିବା ଏବଂ ରାଜ୍ଯ ସରକାର ଙ୍କ ବିଭିନ୍ନ ଜନକଲ୍ଯାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଅବଗତ କରାଇ ଥିଲେ ,ଏହି ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ଦୁଇ ହଜାର ରୁ ଉର୍ଧ୍ବ ଜନସାଧାରଣ ସାମିଲ ହୋଇଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଧର୍ମପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

ଢେଙ୍କାନାଳ ବିଜେଡି ବିଧାୟକ ଙ୍କ ଦ୍ୱାରା ମିଳିତ ସାମ୍ବାଦିକ ସଙ୍ଘ କୁ କରଡlବଣି ମହୋତ୍ସବ ରେ ସମ୍ମାନ 

masiha

ବିଶ୍ଵ ମତ୍ସ୍ୟ ଦିବସ ପାଳନ 

masiha

Leave a Comment

error: Content is protected !!