ରାଇରଙ୍ଗପୁର ଅମଲା ଲାଇନରେ ଜବରଦଖଲ ଉଛେଦ
ମୟୂରଭଂଜ – ୯/୦୯ — ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ରାଇରଙ୍ଗପୁର ଅମଲା କଲୋନୀ ସମ୍ମୁଖସ୍ଥ ରାଜପଥ ପାର୍ଶ୍ବର ଜବରଦଖଲରେ ଥିବା ୧୩ ଟି ଉଠା ଦୋକାନୀଙ୍କୁ ଆଜି ମଙ୍ଗଳବାର ଦିନ ଜେସିବି ଲଗାଇ ଉଛେଦ କରାଯାଇଛି ।ମାଜିଷ୍ଟ୍ରେଟ ଦାୟିତ୍ବରେ ବହଳଦା ତହସିଲଦାର ଶିବ ଶଙ୍କର ମୁର୍ମୁ,ରାଇରଙ୍ଗପୁର ଭାରାପ୍ରାପ୍ତ ତହସିଲଦାର ସୁଧାକର ୀ ସେଠୀ,ରାଇରଙ୍ଗପୁର ତହସିଲର ରାଜସ୍ଵ ପର୍ଯ୍ୟବେକ୍ଷକ ନିହାର ରଞ୍ଜନ ପାତ୍ର,ବିଶୋଇ ଆର ଆଇ ସୁନାରାମ ମାଝୀ,ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ଜ୍ୟୋତିପ୍ରକାଶ ସ୍ବାଇଁ,ରାଇରଙ୍ଗପୁର ଥାନାର ସମସ୍ତ ଏସ ଆଇ ,ପୋଲିସ କର୍ମଚାରୀଵୃନ୍ଦ ଉପସ୍ଥିତ ରହି ଜେସିଵି ଲଗାଇ ପୂର୍ବରୁ ନୋଟିସ ଦିଆଯାଇଥିବା ୧୩ ଟି ଉଠା ଦୋକାନୀଙ୍କୁ ଉଛେଦ କରାଇଥିଲେ । କେତେଜଣ ଦୋକାନୀମାନେ ନିଜ ଆସବାବ ପତ୍ର ନେଉଥିବାବେଳେ କିଛି ଦୋକାନୀ ବାଧ୍ଯଵାଧକତା ଓ ଭୟରେ ନିଜର ଆସବାବ ସାମଗ୍ରୀ ଉଠାଇ ନେଉଥିଲେ ।ଦୋକାନୀମାନେ ଆଖି ଲୁହ ଛଳ ଛଳ କରି କହୁଥିଲେ ଆଗକୁ ପାର୍ବଣ ଋତୁ ।କିଛି ଦୋକାନୀ ବ୍ଯଵସାୟ କାରବାର କରି ଦୁଇ ପଇସା କମାଇଥାନ୍ତୁ! କିନ୍ତୁ ଆମକୁ କଥାକୁ କର୍ଣ୍ଣପାତ ନ କରି ଆମ ଦାନା ପାଣିରେ ପ୍ରଶାସନର ଗୋଇଠା ମରାନୀତି ଆମକୁ ଭାରି ଵାଧୁଛି ।ଏବେ ଆମେ କୁଆଡେ ଯିବୁ । ଆଗକୁ ଆମ ପରିବାର ମୁହଁରେ ଆହାର କେଉଁଠୁ ଆଣିକି ଦେବୁ ।ଅପରପକ୍ଷରେ ପ୍ରଶାସନ କହୁଛି ରାଇରଙ୍ଗପୁର ପୋଲିସ ଜିଲ୍ଲା ହୋଇଗଲାଣି । ରାଇରଙ୍ଗପୁର ସହରର ଜନସଂଖ୍ୟା ବୃଦ୍ଧି ଚାଲିଛି ।ଆଗକୁ ମଧ୍ୟ ଜିଲ୍ଲା ଘୋଷଣା ହେବାର ଅଛି ।ଦିନକୁ ଦିନ ସରକାରୀ କର୍ମଚାରୀଙ୍କ ସଂଖ୍ୟା ବଢ଼ିଚାଲିଛି ।ଅମଲା କଲୋନି ହେଉଛି ଗୋଟିଏ ପ୍ଲଟ ।ଏଠାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ବଡ଼ ତ୍ରିତଳ ସ୍ତରୀୟ କୋଠାଘର ନିର୍ମାଣ ହେବ ।ତେଣୁ ସରକାରୀ ଜାଗାକୁ ସରକାର ନେଉଛନ୍ତି । ତଦସହ ଉଠା ଦୋକାନୀଙ୍କ ଯୋଗୁଁ ରାସ୍ତା ମଧ୍ୟ ସଙ୍କୁଚିତ ହୋଇ ଟ୍ରାଫିକ ସମସ୍ଯା ଗୁରୁତର ହେବା ସହ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।ଉଠା ଦୋକାନୀମାନେ କହୁଛନ୍ତି ଆମକୁ ଜବରଦସ୍ତ ଉଛେଦ କରୁଛି ପ୍ରଶାସନ କିନ୍ତୁ ବଡବଡିଆଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ରାଇରଙ୍ଗପୁର ଅବକାରୀ ବିଭାଗ ନିକଟସ୍ଥ,ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖ,ରାଇରଙ୍ଗପୁର ହାଇସ୍କୁଲ ସମ୍ମୁଖ,ଗୋଲେଇ ଛକ, ରାଇରଙ୍ଗପୁର ବଜାର ରେ ରାସ୍ତା ଉପରକୁ ଦୋକାନ ବଢ଼ାଇବା,ଜଵର ଦଖଲ କରିବା,ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ସମ୍ମୁଖ ଦେବୋତ୍ତର ଜମିରେ ବିଶାଳ ବିଶାଳ କୋଠାଘର ନିର୍ମାଣ କରିଥିବା ବଡବଡଡିଆ,ଜବରଦଖଲକାରୀ, ଏବଂ ଯେଉଁ ଅଧିକାରୀ ଅନୁମତି ଦେଇଛନ୍ତି ତାଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ?ସେମାନଙ୍କ ଉପରେ ଦୃଷ୍ଟି କ’ଣ ପଡୁନାହିଁ ପ୍ରଶାସନର ।ଵଡଵଡିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଛଘୁଞ୍ଚା ଦେଉଛି ପ୍ରଶାସନ !
ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

