ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ
ବାଲେଶ୍ଵର,୦୫/୯/୨୩- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଗଠିତ । ଅବହେଳିତ ଗଦ୍ୟ ସାହିତ୍ୟକୁ ପୁନଃର୍ଜିବୀତ କରି ଗଢି ତୋଳିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛି ଅନୁଷ୍ଠାନ । ଆଗଭଳି ଗଦ୍ୟ ସାହିତ୍ୟ ରଚନା କରିବାକୁ ପ୍ରାୟ ସାହିତ୍ୟ ସାଧକ/ସାଧିକା ମାନେ ମନବଳାଉ ନାହାନ୍ତି । କବିତା ଅର୍ଥାତ୍ ପଦ୍ଯ ସାହିତ୍ୟ ପ୍ରତି ଆସକ୍ତ ହେଉଛନ୍ତି । ଯାହାଦ୍ବାରା ଗଦ୍ୟ ସାହିତ୍ୟ ଅବହେଳାର ସ୍ବୀକାର ହେଉଛି । ତେଣୁ ଗଦ୍ୟ ସାହିତ୍ୟକୁ ନିଜ ହୃଦୟରୁ ଦୂରେଇ ନଦେବା ପାଇଁ ଏ ଅନୁଷ୍ଠାନ ସୃଷ୍ଟି । ଏହା ମୁଖ୍ୟତଃ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ମଙ୍ଗ ଧରିଛି । ଗଳ୍ପ, ପ୍ରବନ୍ଧ, ନିବନ୍ଧ, କାହାଣୀ, ଭ୍ରମଣ କାହାଣୀ, ଜାଣିବା କଥା, ରମ୍ଯରଚନା ଇତ୍ୟାଦି ପ୍ରତିଯୋଗିତା ମାଧ୍ୟମରେ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥାଏ । ଯେହେତୁ ଏହା ଏକ ସାହିତ୍ୟ ଶିକ୍ଷାର ଅନୁଷ୍ଠାନ । ଏହି ଅନୁଷ୍ଠାନରୁ ଶିକ୍ଷା ଲାଭ କରି ସାହିତ୍ୟ ବନ୍ଧୁ ମାନେ ବିଭିନ୍ନ ଅନୁଷ୍ଠାନରେ ପଦପଦବୀରେ ରହିଲେଣି । ସେଥିପାଇଁ ଅନୁଷ୍ଠାନ ଶତ ଧନ୍ୟବାଦ ଜଣାଉଛି । ଶିଖିବା ତଥା ଶିଖାଇବାର ଉଦ୍ଦେଶ୍ୟ ନେଇ ବେଳେବେଳେ ଟପିକ୍(ପ୍ରସଙ୍ଗ) ଗଦ୍ୟ ଦିଆଯାଇଥାଏ ଏବଂ କୁହାଯାଇଥାଏ ପଦ୍ଯ ରଚନା କରିବା ପାଇଁ । ଗତ ତା ୨୩/୮/୨୦୨୩ ରିଖରେ ” ଗୋସ୍ୱାମୀ ତୁଳସୀଦାସ ” ଗଦ୍ୟ ଟପିକ୍ ଦିଆଯାଇଥିଲା ଏବଂ କୁହାଯାଇଥିଲା ପଦ୍ଯ ରଚନା କରିବା ପାଇଁ, ଯାହାର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ କରାଯିବ । ପ୍ରାୟ ପ୍ରତ୍ୟେକ ସପ୍ତାହରେ ପ୍ରତିଯୋଗିତା ହୋଇଥାଏ । ବିଭିନ୍ନ ପ୍ରତିଯୋଗୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି । ସମୀକ୍ଷା କରିବା ପାଇଁ ମଧ୍ୟ ବିଭିନ୍ନ ସମୀକ୍ଷକ ଅଛନ୍ତି । ଏହିପରିପ୍ରେକ୍ଷୀରେ ଗତ ତା ୦୩/୯/୨୩ ରିଖରେ ପ୍ରସଙ୍ଗ- ” ତିନି ତୁଣ୍ଡରେ ଛେଳି କୁକୁର ” କୁ ନେଇ ଗଳ୍ପ ରଚନା କରିବା ପାଇଁ ପ୍ରତିଯୋଗୀ ମାନଙ୍କୁ କୁହାଯାଇ ଥିଲା । ଏଥିରେ ଯମୁନା ମହାପାତ୍ର ମିଶ୍ର, ତରଭା, ଗଞ୍ଜାମ, ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା, ଲବଦାନ ନାଏକ(ଛାତ୍ର), କାଶିପୁର, ରାୟଗଡା, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼, ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ, ଧରିତ୍ରୀ ଦାସ, ଯାଜପୁର ଓ ରୀତାଅପରାଜିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି । ଝାରସୁଗୁଡା ଜିଲ୍ଲାର ଶିକ୍ଷୟିତ୍ରୀ ଓ କବୟିତ୍ରୀ ମାଧୁରୀ ମିଶ୍ରଙ୍କ ସମୀକ୍ଷାରୁ ବିନୋଦିନୀ ନାୟକ ପ୍ରଥମ ସ୍ଥାନ, ଯମୁନା ମହାପାତ୍ର ମିଶ୍ର ଦ୍ବିତୀୟ ସ୍ଥାନ ଏବଂ ରୀତାଅପରାଜିତା ମହାନ୍ତିଙ୍କୁ ମିଳିଛି ତୃତୀୟ ସ୍ଥାନ । ସମସ୍ତ ଅଂଶ ଗ୍ରହଣକାରୀ ଓ କୃତି ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଭବିଷ୍ୟତ ସାହିତ୍ୟ ଜୀବନ ଚଲାପଥ ସମସ୍ତଙ୍କର କୁସୁମିତ ହେଉ ବୋଲି ଅନୁଷ୍ଠାନର ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା କହିଛନ୍ତି ।।