ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,୦୫/୯/୨୩- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଗଠିତ । ଅବହେଳିତ ଗଦ୍ୟ ସାହିତ୍ୟକୁ ପୁନଃର୍ଜିବୀତ କରି ଗଢି ତୋଳିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛି ଅନୁଷ୍ଠାନ । ଆଗଭଳି ଗଦ୍ୟ ସାହିତ୍ୟ ରଚନା କରିବାକୁ ପ୍ରାୟ ସାହିତ୍ୟ ସାଧକ/ସାଧିକା ମାନେ ମନବଳାଉ ନାହାନ୍ତି । କବିତା ଅର୍ଥାତ୍ ପଦ୍ଯ ସାହିତ୍ୟ ପ୍ରତି ଆସକ୍ତ ହେଉଛନ୍ତି । ଯାହାଦ୍ବାରା ଗଦ୍ୟ ସାହିତ୍ୟ ଅବହେଳାର ସ୍ବୀକାର ହେଉଛି । ତେଣୁ ଗଦ୍ୟ ସାହିତ୍ୟକୁ ନିଜ ହୃଦୟରୁ ଦୂରେଇ ନଦେବା ପାଇଁ ଏ ଅନୁଷ୍ଠାନ ସୃଷ୍ଟି । ଏହା ମୁଖ୍ୟତଃ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ମଙ୍ଗ ଧରିଛି । ଗଳ୍ପ, ପ୍ରବନ୍ଧ, ନିବନ୍ଧ, କାହାଣୀ, ଭ୍ରମଣ କାହାଣୀ, ଜାଣିବା କଥା, ରମ୍ଯରଚନା ଇତ୍ୟାଦି ପ୍ରତିଯୋଗିତା ମାଧ୍ୟମରେ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥାଏ । ଯେହେତୁ ଏହା ଏକ ସାହିତ୍ୟ ଶିକ୍ଷାର ଅନୁଷ୍ଠାନ । ଏହି ଅନୁଷ୍ଠାନରୁ ଶିକ୍ଷା ଲାଭ କରି ସାହିତ୍ୟ ବନ୍ଧୁ ମାନେ ବିଭିନ୍ନ ଅନୁଷ୍ଠାନରେ ପଦପଦବୀରେ ରହିଲେଣି । ସେଥିପାଇଁ ଅନୁଷ୍ଠାନ ଶତ ଧନ୍ୟବାଦ ଜଣାଉଛି । ଶିଖିବା ତଥା ଶିଖାଇବାର ଉଦ୍ଦେଶ୍ୟ ନେଇ ବେଳେବେଳେ ଟପିକ୍(ପ୍ରସଙ୍ଗ) ଗଦ୍ୟ ଦିଆଯାଇଥାଏ ଏବଂ କୁହାଯାଇଥାଏ ପଦ୍ଯ ରଚନା କରିବା ପାଇଁ । ଗତ ତା ୨୩/୮/୨୦୨୩ ରିଖରେ ” ଗୋସ୍ୱାମୀ ତୁଳସୀଦାସ ” ଗଦ୍ୟ ଟପିକ୍ ଦିଆଯାଇଥିଲା ଏବଂ କୁହାଯାଇଥିଲା ପଦ୍ଯ ରଚନା କରିବା ପାଇଁ, ଯାହାର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ କରାଯିବ । ପ୍ରାୟ ପ୍ରତ୍ୟେକ ସପ୍ତାହରେ ପ୍ରତିଯୋଗିତା ହୋଇଥାଏ । ବିଭିନ୍ନ ପ୍ରତିଯୋଗୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି । ସମୀକ୍ଷା କରିବା ପାଇଁ ମଧ୍ୟ ବିଭିନ୍ନ ସମୀକ୍ଷକ ଅଛନ୍ତି । ଏହିପରିପ୍ରେକ୍ଷୀରେ ଗତ ତା ୦୩/୯/୨୩ ରିଖରେ ପ୍ରସଙ୍ଗ- ” ତିନି ତୁଣ୍ଡରେ ଛେଳି କୁକୁର ” କୁ ନେଇ ଗଳ୍ପ ରଚନା କରିବା ପାଇଁ ପ୍ରତିଯୋଗୀ ମାନଙ୍କୁ କୁହାଯାଇ ଥିଲା । ଏଥିରେ ଯମୁନା ମହାପାତ୍ର ମିଶ୍ର, ତରଭା, ଗଞ୍ଜାମ, ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା, ଲବଦାନ ନାଏକ(ଛାତ୍ର), କାଶିପୁର, ରାୟଗଡା, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼, ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ, ଧରିତ୍ରୀ ଦାସ, ଯାଜପୁର ଓ ରୀତାଅପରାଜିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି । ଝାରସୁଗୁଡା ଜିଲ୍ଲାର ଶିକ୍ଷୟିତ୍ରୀ ଓ କବୟିତ୍ରୀ ମାଧୁରୀ ମିଶ୍ରଙ୍କ ସମୀକ୍ଷାରୁ ବିନୋଦିନୀ ନାୟକ ପ୍ରଥମ ସ୍ଥାନ, ଯମୁନା ମହାପାତ୍ର ମିଶ୍ର ଦ୍ବିତୀୟ ସ୍ଥାନ ଏବଂ ରୀତାଅପରାଜିତା ମହାନ୍ତିଙ୍କୁ ମିଳିଛି ତୃତୀୟ ସ୍ଥାନ । ସମସ୍ତ ଅଂଶ ଗ୍ରହଣକାରୀ ଓ କୃତି ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଭବିଷ୍ୟତ ସାହିତ୍ୟ ଜୀବନ ଚଲାପଥ ସମସ୍ତଙ୍କର କୁସୁମିତ ହେଉ ବୋଲି ଅନୁଷ୍ଠାନର ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

Pana Distribution Event Celebrates Odia New Year and Hanuman Jayanti  

masiha

ରାଉରକେଲା ମଜଦୁର ସଭା ର ମଇ ଦିବସ ପାଳନ

masiha

ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା ଅଭିଯୋଗ

masiha

Leave a Comment

error: Content is protected !!