ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ଅମଲା ମଞ୍ଚ କର୍ମଚାରୀଙ୍କ ସମୂହ ଛୁଟି 

ଜୟପାଟଣା:୦୬/୦୬(ଅନୁପମ ମିଡ଼ିଆ) ଜିଲ୍ଲା ବ୍ୟାପି ମିଳିତ ଅମଲା କର୍ମଚାରୀଙ୍କ ଆନ୍ଦୋଳନ ଆଜି କ୍ରମାଗତ ୬ଦିନରେ ଉପନୀତ ହୋଇଛି । ଦାବି ପୁରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସୂଚନା ମିଳିଛି । ଦାବି ଅନୁଯାୟୀ ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକଙ୍କ ମୂଳ ବେତନ ସପ୍ତମ ବେତନ ସ୍ତର ୪ରୁ ସ୍ତର ୯ ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ଦାବି ଜଣାଇଛନ୍ତି । ଜୟପାଟଣା ବ୍ଲକ ମିଳିତ ଅମଲା କର୍ମଚାରୀ ସମୂହ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଗତ ୧ତାରିଖ ଦିନ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ଦପ୍ତର ପରିଷରରେ ଏକ ବୈଠକରେ ଏକତ୍ରିତ ହୋଇ ଜିଲ୍ଲା ଅମଲା ମଞ୍ଚର ନିଷ୍ପତ୍ତି କ୍ରମେ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି ନିଆଯାଇଛି । ସଂଘ ପକ୍ଷରୁ ଜିଲ୍ଲାପାଳଙ୍କର ଦପ୍ତର ପରିଷର ତଥା ଉପଜିଲ୍ଲାପାଳଙ୍କର ପରିଷରରେ ଧାରଣା ଅବ୍ୟାହତ ଜାରି ରହିଛି ।

ବରିଷ୍ଟ ପତ୍ରକାର ଜଗମୋହନ ପଟ୍ଟନାୟକ ଙ୍କ ରିପୋର୍ଟ୍

Related posts

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ

masiha

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା ସାହୁ 

masiha

Leave a Comment

error: Content is protected !!