ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଯୋଗେନ୍ଦ୍ର ମହାରଣାଙ୍କ ମହାପ୍ରୟାଣ 

ଜଗତସିଂହପୁର   – ଭାରତର ସ୍ୱାଧୀନତା ସମୟରେ ମହାତ୍ମାଗାନ୍ଧୀ ଙ୍କ ଭାରତଛାଡ଼ ଆନ୍ଦୋଳନରେ ଯେଉଁ କେତେଜଣ ଦୁଃସାହସୀ ସଂଗ୍ରାମୀ ବାନରସେନାରେ ଯୋଗଦେଇ ଆନ୍ଦୋଳନକୁ ଆଗେଇ ନେଇଥିଲେ ସ୍ବର୍ଗତ ଯୋଗେନ୍ଦ୍ର ମହାରଣା ସେମାନଙ୍କ ମଧ୍ୟରେ ଅନ୍ୟତମ ସାରଥୀ !ଜଗତସିଂହପୁର ର ସଦର ବ୍ଲକ ଅନ୍ତର୍ଗତ ଅଁଳା ଗ୍ରାମରେ ୧୯୨୬ ମସିହାରେ ସ୍ବର୍ଗତ ମହାରଣା ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଛବ ମହାରଣା ମା ଧରିତ୍ରୀ ମହାରଣା ! ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ! ମୃତ୍ୟୁ ବେଳକୁ ତାଙ୍କର ବୟସ ୯୬ ବର୍ଷ ହୋଇଥିଲ। ତାଙ୍କର ବିୟୋଗରେ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟଓ୍ବାରୀ ସ୍ବର୍ଗତ ମହାରଣା ଙ୍କ ମୃତ୍ୟୁ ରେ ଶୋକପ୍ରକାଶ କରି ଥିବା ବେଳେ, ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ତାଙ୍କ ଗ୍ରାମରେ ପହଞ୍ଚି ସ୍ବର୍ଗତ ମହାରଣା ଙ୍କ ମରଶରୀର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ , ଜଗତସିଂହପୁର ବିଡିଓ ଶ୍ରୀ ସାଗର କୁମାର ନନ୍ଦ, ତହସିଲଦାର ଶ୍ରୀମତୀ ଅ°ଜଳି ତରାଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ର°ଜନ ପଟ୍ଟନାୟକ, ଜିଲ୍ଲା ସ°ସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ତାଙ୍କର ଶେଷ ଦର୍ଶନ କରି ମରଶରୀର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ମୃତ୍ୟୁ ବେଳେ ତାଙ୍କ ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news odisha

Related posts

ନର୍ଲା ଯାଦବ ସମିତିର ସାଧାରଣ ତନ୍ତ୍ର ଦିବସ ପାଳିତ

masiha

ଏକସନ ମୋଡରେ ଗୋଷ୍ଠୀ ଶିକ୍ଷାଧିକାରୀ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ, ୫ ଶିକ୍ଷକଙ୍କ ଦରମା ବନ୍ଦ

masiha

କୁମ୍ଭାରୀ ପୁଟ ରେ ପଞ୍ଚାୟତ ସ୍ତରିୟ ସଚେତନତା ଓ ଜନ ଶୁଣାନୀ  ଅଭିଯୋଗ ଶିବିର 

masiha

Leave a Comment

error: Content is protected !!