ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡମ୍ବନା !!  କୁମ୍ଭାରୀ ଗ୍ରାମର ସର୍ଵ ସାଧାରଣ ରାସ୍ତାରେ ଖେଳୁଛି ହଂସ 

ଗୋଳାମୁଣ୍ଡା/୨୩/୧୨/ମସିହା/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗମନା ଗମନ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନତା ମନୋଭାବ ଯୋଗୁଁ ରାସ୍ତାର ସ୍ଥିତି ଜାଣି ଶୁଣି ଓ ଦୁଇ ଆଖିରେ ଦେଖିଲା ପରେ ବି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନ ଥିବା ଏକ ବିଡମ୍ବନାର ବିଷୟ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୋଳାମୁଣ୍ଡା ବ୍ଲକର ଟେମରି ଗ୍ରାମପଞ୍ଚାୟତ ଅଧୀନରେ ଥିବା କୁମ୍ଭାରୀ ଗ୍ରାମର ସର୍ଵ ସାଧାରଣ ଯାତାୟାତ ରାସ୍ତାରେ ଅନବରତ ବ୍ୟବହାର କରିଥିବା ପାଣି ଜମା ହୋଇଥିବା ଓ ନିଷ୍କାସନ ନ ହେବାରୁ ମଇଳା ପାଣି ଉପରେ ଯାତାୟାତ କରୁଥିବା ଲୋକେ ମଇଳା ପାଣିରେ ଚାଲିବାକୁ ବାଧ୍ୟ ହେଉଛନ୍ତି,। ପୁଣି ସେହି ପାଣିରେ ବୁଡି ହଂସ ଖେଳୁଛି,। ଗତ ବର୍ଷ ପଞ୍ଚାୟରେ ଜଣାଇ ଥିଲେ ମଧ୍ୟ ଗ୍ରାମରେ ୱାର୍ଡମେମ୍ବର,ନାଇକ ସରପଞ୍ଚ,ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ ରେ  ବି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରିବା ଗ୍ରାମର ଜନସାଧାରଣ ଙ୍କ ପାଇଁ କେତେ ଯେ କ୍ଷୟ କ୍ଷତି,ନା ଲାଭ ହେଉଛି ତାହା ବିଭାଗୀୟ ଅଧିକାରୀ ମାନେ ଏବଂ ରାଜନୈତିକ ଲୋକେ ନଜର ପକେଇ ସୁ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ନିବେଦନ କରିଛନ୍ତି।,ଏ ସମ୍ପର୍କରେ ଟେମରି ଗ୍ରାମପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ସା ଙ୍କ ସହ ଯୋଗାଯୋଗ  କରି ଥିବାରୁ ତାଙ୍କର ପ୍ରତିନିଧି କୁମୋଦ ସା କହିଛନ୍ତି ଯେ,ଏହି ରାସ୍ତା ଆରଡ଼ି ବିଭାଗ ଅଧିନରେ ଥିବା ବେଳେ  ପାଣି ନିଷ୍କାସନ ପାଇଁ ତଳ ପଟେ ଥିବା ଜମି ମାଲିକ ଛାଡୁ ନ ଥିବାରୁ ସେଭଳି ସମସ୍ୟା ସୃଷ୍ଟି ହୋଇଛି,। ତଥାପି ପଞ୍ଚାୟତ ଜରିଆରେ ମଇଳା ପାଣି ନିଷ୍କାସନ ପାଇଁ ଅଳ୍ପ ଦିନ ମଧ୍ୟରେ ବ୍ୟବସ୍ଥା କରା ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି,। ଏବେ ଦେଖିବାକୁ ବାକି ରହିଲା ସରପଞ୍ଚ ଙ୍କ ପ୍ରତିଶ୍ରୁତି କେବେ ପୂରଣ ହେବ,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା

Related posts

ଡ. ପଦ୍ମଲୋଚନ ରାଉତଙ୍କ ଇଂରାଜୀରେ ଡକ୍ଟରେଟ ଲାଭ

masiha

କଟକ ଜିଲ୍ଲାର ଶବର ସାହି, ମୁଣ୍ଡା ସାହି, ସାନ୍ତାଳ ସାହି ଗାଁ ର ଆଦିବାସୀ ପରିବାରଙ୍କ ଜଙ୍ଗଲ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ଜଙ୍ଗଲ ବିଭାଗ ଏବଂ ରାଜସ୍ବ ବିଭାଗ କୁ ନିର୍ଦେଶ ଦେଲେ ସରକାର l ଆଦିବାସୀ ଙ୍କୁ ପଟ୍ଟା ମିଳିବା ଆଶା ଉଜ୍ବଳ 

Sunil Chandra Nayak

୭ମ ବର୍ଷ ରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ  ଝଲସୁଛି କଳାହାଣ୍ଡି ରାଜ ଦରବାର ଆକୃତି ମଞ୍ଚ

masiha

Leave a Comment

error: Content is protected !!