ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମ୍ପ୍ୟୁଟର ଦୋକାନୀ ମାନଙ୍କ ବୈଠକ 

କମ୍ପ୍ୟୁଟର ଦୋକାନୀ ମାନଙ୍କ ବୈଠକ 

କଲମପୁର -୧୦/୧୧(ମସିହା) କଲମପୁର ଧାନ ମଣ୍ଡି ପରିସରରେ ବ୍ଲକରେ ଥିବା ୧୧ ଗୋଟି ଗ୍ରାମ ପଞ୍ଚାୟତର କମ୍ପ୍ୟୁଟର ଦୋକାନୀ ମାନଙ୍କୁ ନେଇ ଜ୍ଞାନ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏଥିରେ କମ୍ପ୍ୟୁଟର କେନ୍ଦ୍ରରେ ଦେଇଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ! ନିଜ ନିଜ ମଧ୍ୟରେ ପ୍ରତିଯୋଗିତା ହେଉଥିବାରୁ କମ୍ପ୍ୟୁଟର ମାଲିକ ମାନେ ବେଳେ ବେଳେ କ୍ଷତିର ସମ୍ମୁଖିନ ହୋଇ ଆସୁଛନ୍ତି,ଗ୍ରାହକ ମହଳରେ ମଧ୍ୟ ଏଥିପାଇଁ ଅସନ୍ତୋଷ ଦେଖାଦେଇ ଆସୁଛି, ଏସବୁ ସମସ୍ୟାର ସମାଧାନ କରିବା ପାଇଁ ହେଲେ ସଂଘଠନ ଅତ୍ୟନ୍ତ ଆବଶ୍ୟକ ବୋଲି ସମସ୍ତେ ବୈଠକରେ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପ୍ରକାଶ ପାଇଥିଲା, ବୈଠକରେ ଉପସ୍ଥିତ ସମସ୍ତ ୩୬ଜଣ କର୍ମକର୍ତ୍ତାଙ୍କୁ ନେଇ କମ୍ପ୍ୟୁଟର ମାଲିକ ସଂଘ ଗଠନ କରାଯାଇଥିଲା, ଏଥିରେ ସଭାପତି ଭାବେ ଜ୍ଞାନ ରଞ୍ଜନ ପଣ୍ଡାଙ୍କୁ ମନୋନୀତ କରାଯାଇଥିବା ବେଳେ, ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ମାଝୀ, ଉପସଭାପତି ଭାବେ ମନୀଷ କୁମାର ନାଏକ, ଯୁଗ୍ମ ସମ୍ପାଦକ ଭାବେ ଦୁଷ୍ମନ୍ତ ଛତ୍ରିଆଙ୍କୁ ମନୋନୀତ କରାଯାଇଥିଲା!, ସେହିପରି ଉପଦେଷ୍ଟା ଭାବେ ବରିଷ୍ଠ ସଭ୍ୟ ନିରଞ୍ଜନ ପାଢ଼ୀ, ସୁଧୀର ରାଉତ, ମୃତୁଞ୍ଜୟ ବେହେରା ପ୍ରମୁଖ ମନୋନିତ ହୋଇଛନ୍ତି।

କଳାହାଣ୍ଡିରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ ମସିହା

Related posts

ତେନ୍ତୁଳିଖୁଣ୍ଟି ଡ୍ରାଇଭର  ମହାସଂଘ ର ଷ୍ଟେରିଂ ଛାଡ଼  ଆନ୍ଦୋଳନ  ଦ୍ବିତୀୟ ଦିବସ  ପ୍ରଭାବ  : ଆନ୍ଦୋଳନକାରୀ ଙ୍କ ସପକ୍ଷରେ  କଂଗ୍ରେସ

Sunil Chandra Nayak

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଡ ଏନ୍ ତିରୁମାଲା ନାୟକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

Sunil Chandra Nayak

ନୂଆପଡାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମୀକ୍ଷା ବୈଠକ ଅନୁଷ୍ଠିତ l ତାମିଲନାଡୁ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!