ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତେରେସିଂହା କପ୍ ଫୁଟବଲ୍: ବଡ଼ମାଳ ଦଳ ବିଜୟୀ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୁଲ୍ୟରେ ୨୨ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଅଛି l ଟୁର୍ଣ୍ଣାମେଣ୍ଟ ର ଦ୍ବିତୀୟ ଦିନ ସୋମବାର ବଡ଼ମାଳ (ବଲାଙ୍ଗୀର) ଓ ରାସ୍ତାମାଲ (କଳାହାଣ୍ଡି) ମଧ୍ୟରେ ଖେଳର ଅନୁଷ୍ଠିତ ହୋଇଥିଲା l ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ କେହି କାହାରିକୁ ଗୋଲ୍ କରିପାରି ନ ଥିବା ବେଳେ ଟାଇବ୍ରେକର ଜରିଆରେ ବଡ଼ମାଳ ଦଳ ବିଜୟୀ ହୋଇଥିଲା l ଏଥିରେ ଅତିଥି ଭାବରେ ପୌରକେଲା ସରପଞ୍ଚ ଯଶୋସ୍ଵିନୀ ଧରୁଆ, ରିଷିଡ଼ା ସରପଞ୍ଚ ସେବତୀ ରଣା, ଅବସପ୍ରାପ୍ତ ପୋଲିସ ଅଧିକାରୀ କ୍ଷମାନିଧି ସାହୁ, କର୍ଲାମୁଣ୍ଡା ସିଆରସିସି ମଧୁସୂଦନ ଧରୁଆ, ଯୁବନେତା କପିନ୍ଦ୍ର ରଣା ପ୍ରମୁଖ ଯୋଗ ଦେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟ ରେ ବିଶେଶ୍ୱର ପଧାନ ଖେଳ ପରିଚାଳନା କରିଥିବା ବେଳେ ଲୋଚନ ମାଝୀ, କିଶୋର ଚନ୍ଦ୍ର ନାଏକ ଓ ବୁଲୁ ରଣା ସହଯୋଗ କରିଥିବା ବେଳେ ପ୍ରହଲ୍ଲାଦ ପଧାନ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ l ଆୟୋଜକ କମିଟି ସଭାପତି କିଶୋର ଚନ୍ଦ୍ର ନାଏକ, ସମ୍ପାଦକ ରଶ୍ମି ରଞ୍ଜନ ରଣା, ଗଜାନନ ଗହିର, କ୍ଷେତ୍ରମଣି ରଣା, ବସନ୍ତ ସାହୁ, ତପନ ମାଝୀ, ଚୈତନ୍ୟ ନାଏକ, ସମ୍ପଦ ରଣା, ଅରୁଣ ରଣା, ମନୋଜ ରଣା, ନିଳାଞ୍ଚଳ ଗହୀର, ଦୟା ଭୋଇ ପ୍ରମୁଖ ସହଯୋଗ କରିଥିଲେ l ମଙ୍ଗଳବାର ଡଙ୍ଗାପଟା ଓ ନୂଆପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହେବାର ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି l 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଲାଠିକଟା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ହସ୍ତବାହିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ହସ୍ତବାହିନୀ ଚମ୍ପିୟାନ

Sunil Chandra Nayak

ମା ବସ୍ତରlଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଦଣ୍ଡେଶରା ବିଜୟୀ

masiha

Leave a Comment

error: Content is protected !!