ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚଇତି କ୍ରୀଡା ମହୋତ୍ସବର ଦ୍ୱିତୀୟ ଦିନରେ ବ୍ୟାଡମିଂଟନ ଓ ସ୍ଳୋ ସାଇକେଲ ପ୍ରତିଯୋଗିତା

ରାୟଗଡା/୯/୧/୨୩ : ଆସନ୍ତା ଜାନୁଆରୀ ୧୮ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ରାୟଗଡା ଜିଲ୍ଳାର ଲୋକ କଳା ଓ ସଂସ୍କୃତିର ସମ୍ଭାର ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୨’ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଚଇତି କ୍ରୀଡା ମହୋତ୍ସବ ଗତକାଲି ଜାନୁଆରୀ ୮ତାରିଖ ଠାରୁ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ । ଆଜି ଚଇତି କ୍ରୀଡା ମହୋତ୍ସବର ଦ୍ୱିତୀୟ ଦିନରେ ରାୟଗଡା ସହରର ଇଣ୍ଡୋର ଷ୍ଟାଡିୟମ ପରିସରରେ ସକାଳ ୯ରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଳକ ଓ ବାଳିକା ବର୍ଗ ଏବଂ ଅପରାହ୍ନ ୩ଟା ସମୟରୁ ରାତ୍ର ୯ଟା ପର୍ଯ୍ୟନ୍ତ ମହିଳା ଓ ପୁରୁଷ ବର୍ଗଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ବ୍ୟାଡମିଂଟନ ପ୍ରତିଯୋଗିତାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଚଇତି ଉତ୍ସବ କମିଟି ଅଧ୍ୟକ୍ଷା ତଥା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା,ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁର,ଡିଏସପି ସୁଶାନ୍ତ ତାଉଡିଆଙ୍କ ସମେତ ଚଇତି ସ୍ପର୍ଟସ୍ କମିଟି ସଦସ୍ୟସଦସ୍ୟାମାନେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ବ୍ୟାଡମିଂଟନ ପ୍ରତିଯୋଗିତା ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି । ସେହିପରି ଅପରାହ୍ନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବାଳିକା ବର୍ଗରେ ସ୍ଳୋ ସାଇକେଲ ରେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାୟଗଡା ନଗର ଉପାଧ୍ୟକ୍ଷା ଶ୍ରୀମତି ଶୁଭ୍ରା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ପୋଲିସ ପ୍ରଶାସନ ଏବଂ କମିଟି ସଦସ୍ୟସଦସ୍ୟା ଏବଂ କ୍ରୀଡା ଶିକ୍ଷକମାନଙ୍କ ଉପସ୍ଥିତିରେ ଚଇତି କ୍ରୀଡା ମହୋତ୍ସବ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାୟଗଡାରେ ଏକ କ୍ରୀଡା ପରିବେଶ ସୃଷ୍ଟି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

23 ତମ ସ୍ଵ.ଯାଦବ ମାଝୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଆନ୍ତଃଜିଲ୍ଲା ସିଏମ୍ ଟ୍ରଫି

Sunil Chandra Nayak

ପାଇକ ପୁରୁଣାକୋଟ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!