ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳକୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଫୁଟ୍‌ବଲ୍‌ ଓ କବାଡ଼ି ଆୟୋଜିତ

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳକୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଫୁଟ୍‌ବଲ୍‌ ଓ କବାଡ଼ି ଆୟୋଜିତ

ରାଉରକେଲା/ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳ – କୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ କବାଡ଼ି ଓ ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଯୁକ୍ତ ଦୁଇ ପାଇଁ ନୋଡାଲ ଅଧିକାରୀ ଅଜୟ କୁମାର ବେହେରା ଓ ଯୁକ୍ତ ତିନି ଓ ସ୍ନାତକୋତ୍ତର ସ୍ତର ପାଇଁ ନୋଡାଲ ଅଧିକାରୀ ମାୟାଧର ବାରିକଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଚାଲିଛି। ପ୍ରତିଯୋଗିତାଗୁଡ଼ିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବର୍ଗ ପାଇଁ ସଂଯୋଜକ ପ୍ରଦୀପ ଖେସ୍‌ ଓ ସ୍ନାତକ ଓ ସ୍ନାତକୋତ୍ତର ପାଇଁ ସଂଯୋଜକ ସମୀର ସୌରଭ ପୃଷ୍ଟିଙ୍କ ଦ୍ୱାରା ପରିଚାଳିତ ହେଉଛି। ଦ୍ୱିତୀୟ ଦିନରେ ଯୁକ୍ତ ଦୁଇ ସହିତ ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କବାଡ଼ିର ଯୁକ୍ତ ଦୁଇ ବାଳିକା ଓ ବାଳକ ବର୍ଗରେ ପ୍ରଥମ ବର୍ଷ ଦଳ ବିଜେତା ଏବଂ ଦ୍ୱିତୀୟ ବର୍ଷ ଉପବିଜେତା ହୋଇଛନ୍ତି। ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ଯୁକ୍ତତିନି ଦ୍ୱିତୀୟ ବର୍ଷ ଦଳ ବିଜୟୀ ଏବଂ ଯୁକ୍ତ ତିନି ପ୍ରଥମ ବର୍ଷ ଦଳ ଉପବିଜେତା ହୋଇଛନ୍ତି। ସେହିଭଳି ବାଳକ ବର୍ଗରେ ଯୁକ୍ତତିନି ଦ୍ୱିତୀୟ ବର୍ଷ ଦଳ ବିଜୟୀ ଏବଂ ସ୍ନାତକୋତ୍ତର ଶେଷ ବର୍ଷ ଦଳ ଉପବିଜେତା ହୋଇଛନ୍ତି। ଅନ୍ୟପକ୍ଷରେ ସ୍ନାତକ ଓ ସ୍ନାତକୋତ୍ତର ଦଳ ଏବଂ ମହିଳା କର୍ମଚାରୀଙ୍କ ଦଳ ମଧ୍ୟରେ ହୋଇଥିବା ଆକର୍ଷଣୀୟ ଖେଳରେ ୨୧-୧୯ ରେ କର୍ମଚାରୀ ଦଳକୁ ହରାଇଛନ୍ତି। କବାଡ଼ି ଖେଳକୁ କ୍ରୀଡ଼ା ଶିକ୍ଷକ କ୍ୟାପ୍‌ଟେନ ମୀନା ଦାସଙ୍କ ସମେତ ଜାତିୟ କବାଡ଼ି ଖେଳାଳୀ ହିମାଂଶୁ ଶେଖର ତ୍ରିପାଠୀ, ସୁରେଶ ମହାପାତ୍ର ଓ ଶୁଭମ ଦାସ ପରିଚାଳନା କରିଥିଲେ। ସେହିପରି ଫୁଟ୍‌ବଲ୍‌ ଖେଳର ଯୁକ୍ତଦୁଇ ବାଳକ ବର୍ଗରେ ବିଷ୍ଣୁଙ୍କ ନେତୃତ୍ୱରେ ଦ୍ୱିତୀୟ ବର୍ଷ ଦଳ ବିଜୟୀ ଏବଂ ସୁଧାଂଶୁଙ୍କ ନେତୃତ୍ୱାଧିନ ପ୍ରଥମ ବର୍ଷ ଦଳ ଉପବିଜେତା ହୋଇଛନ୍ତି। ଅନ୍ୟପକ୍ଷରେ ଯୁକ୍ତ ଦୁଇ ବାଳଳ ଫୁଟ୍‌ବଲ୍‌ ଦଳ ସହ କର୍ମଚାରୀ ଓ ଅଧ୍ୟାପକମାନଙ୍କର ଏକ ମିଳିତ ଖେଳରେ ବାଳକ ଦଳ ୪-୨ ବିଜୟୀ ହେବା ଦ୍ୱିତୀୟ ଦିନ ଖେଳର ଅନ୍ୟତମ ଆକର୍ଷଣ ଥିଲା। ସ୍ନାତକ ଓ ସ୍ନାତକୋତ୍ତର ପୁରୁଷ ବର୍ଗର ଫୁଟ୍‌ବଲ୍‌ ଖେଳ ବେଶ୍‌ ରୋମାଞ୍ଚକର ହୋଇ ଶେଷ ପର୍ଯ୍ୟନ୍ତ ଅମିମାଂସିତ ରହିଥିଲା। ଶେଷରେ ପେନାଲ୍‌ଟି ସୁଟ୍‌ଆଉଟ ମାଧ୍ୟମରେ ସ୍ନାତକ ବର୍ଗର ପ୍ରଥମ ବର୍ଷ ଦଳ ବିଜୟୀ ଏବଂ ଦ୍ୱିତୀୟ ବର୍ଷ ଦଳ ଉପବିଜେତା ହୋଇଛି। ଅନ୍ୟପକ୍ଷରେ ଭଲିବଲ୍‌ର ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ପୁରୁଷ ବିଭାଗରେ ଟିମ୍‌ ବୁମର ଦଳ ଚିତ୍ତାକର୍ଷକ ପ୍ରଦର୍ଶନ ମାଧ୍ୟମରେ ଟିମ୍‌ ଅନ୍‌ଏକ୍ସପେକ୍ଟେଡ ଦଳକୁ ହରାଇ ବିଜୟୀ ହୋଇଛି। ଫୁଟବଲ୍‌ ଖେଳକୁ କୁଆଁରମୁଣ୍ଡା ପଦ୍ମପୁର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଇଗ୍ନେଶ ମାଝିଙ୍କ ନେତୃତ୍ୱରେ ପୋଟଲ ଏକ୍କା, ପ୍ରେମାନନ୍ଦ ନାୟକ ଓ ସୁରେଶ ଲାକ୍ରା ପରିଚାଳନା କରିଥିଲେ। ସମସ୍ତ ଖେଳକୁ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକମାନେ ସଞ୍ଚାଳନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜବାହାର ଉଚ୍ଚ ବିଦ୍ୟାଳୟର ୨ ଛାତ୍ର ରାଜ୍ୟ କ୍ରିକେଟ ଚାମ୍ପିୟନସିପ ପାଇଁ ମନୋନୀତ

Sunil Chandra Nayak

ଦିବାରାତ୍ରୀ ରାଜ୍ୟ ସ୍ତରୀୟ ନକଆଉଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଲାଙ୍ଗିର ଚାମ୍ପିୟାନ

Sunil Chandra Nayak

ଦଶହରା କପ୍ ରାତ୍ର କାଳୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ତିନୋଟି ଦଳର ପ୍ରଦର୍ଶନ l ଉମରି ଦଳ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!