ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବି ଚାଷ ଜଳସେଚନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଚାଷି

ରବି ଚାଷ ଜଳସେଚନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଚାଷି

କୋକସରା,୨୨/୧୧ // ଆସନ୍ତା ଜାନୁୟାରୀ ୧ ତାରିଖରୁ ରବି ଧାନ ଚାଷ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ବାମ, ଦକ୍ଷିଣ ଓ ମେଗାଲିଫ୍ଟ କେନାଲରୁ ଜଳସେଚନ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ଜିଲ୍ଲାର ୬୮ ହଜାର ହେକ୍ଟର ଚାଷ ଜମିକୁ ରବି ଧାନ ଚାଷ ପାଇଁ ଜଳ ସେଚନ ଲକ୍ଷ୍ୟ ରଖାଯାଇଛି। ସେଥି ମଧ୍ୟରୁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ୩୪ ହଜାର ୫ଶହ ୧୫.୧୭ ହେକ୍ଟର ଜମି , ଦକ୍ଷିଣ କେନାଲରେ ୮୩ କିମି ପର୍ଯ୍ୟନ୍ତ ୨୦ ହଜାର ୭୩ ହେକ୍ଟର ଓ ମେଗାଲିଫ୍ଟ କେନାଲରେ ୧୩ ହଜାର ୫ଶହ ୩୩.୧୪ ହେକ୍ଟର ଜମିରେ ଜଳ ସେଚନ କରାଯିବା ନେଇ ବିଭାଗୀୟ ସୂଚନାରୁ ଜଣାପଡିଛି। ମେଗାଲିଫ୍ଟ କେନାଲରୁ ଗତବର୍ଷ ଡି ଏମ ୧୩ ପର୍ଯ୍ୟନ୍ତ ଜଳସେଚନ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଡହଗାଁ, ମୂଷାପାଲି, ଡାଲଗୁମା ପଞ୍ଚାୟତର ପ୍ରାୟ ୨ ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷଜମି ଜଳସେଚନ ପାଇବାରୁ ବଞ୍ଚିତ ହୋଇ ଆସୁଥିବା ବେଳେ ଜଳ ସେଚନ ହେଲେ ଏହି ୩ ପଞ୍ଚାୟତର ଚାଷି ମଧ୍ୟ ଚାଷ କରି ଉପକୃତ ହୁଅନ୍ତେ। ତେବେ ଚଳିତ ବର୍ଷ ଏହି ୩ ପଞ୍ଚାୟତକୁ ଜଳ ସେଚନ ଯୋଗାଇ ଦେବାକୁ ମଙ୍ଗଳବାର ଦଣ୍ଡପାଟ ଅଧିନସ୍ଥ କୃଷକ ସଙ୍ଘ ପକ୍ଷରୁ ୩ ପଞ୍ଚାୟତର ଶତାଧିକ ଚାଷି କୁସୁମଖୁଣ୍ଟି ହାଇସ୍କୁଲ ଛକରୁ ଶୋଭାଯାତ୍ରାରେ ବାହାରି ଉଠା ଜଳସେଚନ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଚାଷିଙ୍କ ସହ ଅଞ୍ଚଳର ବରିଷ୍ଠ ଜନ ପ୍ରତିନିଧି ଜନାର୍ଦ୍ଦନ ପଣ୍ଡା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଦଣ୍ଡପାଟ ଅଞ୍ଚଳର ସଂଗ୍ରାମୀ ଯୁବନେତା ଦିଗାମ୍ବର ଦୁରିଆ, ଡ଼ହଗାଁ କୃଷି ସମବାୟ ସଭାପତି ବ୍ରଜରାଜ ନାଏକ, ପୂର୍ବତନ ସରପଞ୍ଚ ଡ଼ହଗାଁ ଦୀପକ ପଣ୍ଡା, ସମିତି ସଭ୍ୟ ହେମକାନ୍ତ ପୁଝାରି, ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକଙ୍କ ନେତୃତ୍ୱରେ କୁସୁମଖୁଣ୍ଟି ମେଗାଲିଫ୍ଟ କାର୍ଯ୍ୟାଳୟରେ ପହଞ୍ଚି ଜଳ ସେଚନ ଦାବି କରି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଯଦି କୌଣସି ସମାଧାନ ନହେଲେ ଆସନ୍ତା ୨୮ ତାରିଖରେ କୁସୁମଖୁଣ୍ଟି ଉଠା ଜଳସେଚନ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଅବରୋଧ କରି ତୀବ୍ରତର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ୩ ପଂଚାୟତର ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଏନେଇ ସହକାରୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାରୁ ଆମେ ଚାଷିଙ୍କ ଦାବିକୁ ନିର୍ମାଣ ଯନ୍ତ୍ରୀ ମୁଖୀଗୁଡାଙ୍କୁ ପଠାଇବୁ ବୋଳି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ 

masiha

ହମିରପୁରରେ ସରକାରୀ ହସ୍ପିଟାଲ ଖୋଲିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର 

masiha

ଅଲ୍ ଓଡିଶା ଇ.ପି.ଏଫ ପେନସନ୍ ଆସୋସିଏସନ୍ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

masiha

Leave a Comment

error: Content is protected !!