ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କ୍ୟାପିଟାଲ୍ ହସ୍ପିଟାଲରେ ଆରମ୍ଭ ହେଲା ଇ-ଟିକେଟ୍ ବ୍ୟବସ୍ଥା। ଆଉ ଲମ୍ବା ଲାଇନରେ ଠିଆ ହେବେନି ଲୋକ…

ଆଗକୁ ଆଉ କ୍ୟାପିଟାଲ ହସ୍ପିଟାଲରେ ଲମ୍ବା ଲାଇନ ଲଗାଇ ଟିକେଟ କାଟିବାକୁ ପଡ଼ିବନି । ବିଭିନ୍ନ ବିଭାଗରେ ଚିକିତ୍ସା ପାଇଁ ଏବେ ରୋଗୀମାନେ ଅନଲାଇନରେ ଟିକେଟ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏହି ବ୍ୟବସ୍ଥା ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ ଲାଗୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ରୋଗୀ ତଥା ତାଙ୍କ ସମ୍ପର୍କୀୟ ମାନେ www.eswastya.odisha.gov.in ରେ ଲଗଇନ୍ କରି ସେଠାରେ ନିଜର ତଥ୍ୟ ଆଉ ବିଭାଗକୁ ଚୟନ କରିବେ । ତାପରେ ତାରିଖ ଦେଇ ଟିକେଟ ବୁକ୍ କରିବେ । ସେଠାରେ ଆସିଥିବା ଫାଇଲକୁ ପ୍ରିଣ୍ଟ ବାହାର କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ନଚେତ୍ ସେହି ଫାଇଲରେ ଥିବା କ୍ୟୁଆର କୋଡକୁ ସ୍କାନ କରିବା ପାଇଁ ଏକ କିଓସ୍କ ମେସିନକୁ ହସ୍ପିଟାଲରେ ବସାଯାଇଛି । ଏଠାରେ ସେହି କୋଡକୁ ସ୍କାନ କରି ପ୍ରିଣ୍ଟ ବାହାର କରିହେବ ।

କେବଳ ରବିବାରକୁ ଛାଡ଼ି ପ୍ରତିଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ରୋଗୀ । ଏନେଇ ପ୍ରତିଦିନ ରାତି ୧୨ ଟାରୁ ଆମ୍ଭ ହୋଇ ତା ପରଦିନ ସନ୍ଧ୍ୟା ୫ଟା ମଧ୍ୟରେ ବିଭିନ୍ନ ବିଭାଗରେ ଟିକେଟ ବୁକ୍ କରିହେବ । ପ୍ରାରମ୍ଭିକ ପର୍ୟ୍ୟାୟରେ ୫୦୦ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । କଟକ ବଡ଼ ମେଡିକାଲ ଓ ଏବେ କେବଳ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଶହେରୁ ଅଧିକ ଲୋକେ ଅନଲାଇନରେ ଟିକେଟ ବୁକ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣ କିଓସ୍କ ମେସିନରୁ ଟିକେଟ ବାହାର କରିଛନ୍ତି । ତେବେ ରୋଗୀ ଓ ତାଙ୍କର ସମ୍ପର୍କୀୟ ମାନେ ଏହାର ଲାଭ ଉଠାଇବା ପାଇଁ କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖରିଆରୋଡ ରେ ରକ୍ତଦାନ ଶିବିର

Sunil Chandra Nayak

ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ୨୦୫ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Leave a Comment

error: Content is protected !!