ଢେ଼ଙ୍କାନାଳ(ମ ସୀ ହା) ୦୯/୦୧_ମନୋରଞ୍ଜନ ନନ୍ଦ ଆଉ ନାହାନ୍ତି, ଆଜି ସନ୍ଧ୍ୟା ୦୭.୦୫ ମିନିଟ୍ ରେ ହୃଦଘାତ ରେ ଇହଲୀଳା ସମ୍ବରଣ କରିଛନ୍ତି l ଓଡ଼ିଆ ସାହିତ୍ୟ ତଥା ଢେଙ୍କାନାଳ ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି, ତାଙ୍କ ସ୍ଥାନ କେଜାଣି କିଏ ପୂରଣ କରିପାରିବ l
ଅନେକ ଲୋକଙ୍କର ଅନେକ କଥା କୁ ହୃଦୟ ରେ ଧରି ହସି ହସି ଯାଇଥାନ୍ତି, ଛାତ୍ର ନେତା ଭାବେ ବନ୍ଦୀ ହୋଇ ଜୀବନଯାପନ କରିଛନ୍ତି, 30 ରୁ ଉର୍ଦ୍ଧ ବର୍ଷ ଧରି ବିଭାବନା ର ସମ୍ପାଦକ ଭାବେ, ସାହିତ୍ୟ ଏକାଡେମୀ ର ସଦସ୍ୟ ତଥା ଅନେକ ଅନୁଷ୍ଠାନ ସହ ସମ୍ପୃକ୍ତ ଥିଲେ l ୫ଦଶନ୍ଧି ରୁ ଉର୍ଦ୍ଧ୍ୱ ସମୟ ଧରି ଓଡ଼ିଆ ସାହିତ୍ୟର ସେବା କରିଛନ୍ତି, ସ୍ରୁଷ୍ଟି କରିଛନ୍ତି ଅନେକ ସାହିତ୍ୟିକ l ଓଡ଼ିଆ ସାହିତ୍ୟ ହିଁ ତାଙ୍କ ଜୀବନ l ଭଗବାନ ଏଭଳି ଆତ୍ମା ଙ୍କୁ ସଦ୍ଗତି ପ୍ରଦାନ କରନ୍ତୁ l
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍