ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ  ଅଭିଯୋଗ ଜନଶୁଣାଣି ଶିବିର

ଥୁଆମୂଳ ରାମପୁର:୦୯/୦୧ – (ମ.ନି.ସ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ବୈଠକ ଗୃହରେ ଆଜି ଯଥା ତା ୦୯/୦୧/୨୦୨୩ ରିଖ ସୋମବାର ଦିନ ଉପ- ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଟେଲଙ୍କ ଅଧ୍ଯକ୍ଷତାରେ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବମୋଟ ୬୩ ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା ସେଥିମଧ୍ୟରୁ ସାମୁହିକ ୧୯ ଗୋଟି ଓ ବ୍ଯକ୍ତିଗତ ସର୍ବମୋଟ ୪୪ ଟି ଅଭିଯୋଗ ପତ୍ର ଦାଖଲ ହୋଇଥିବା ଜଣାପଡିଛି। ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ଥୁଆମୂଳ ରାମପୁର ବ୍ଳକର ବିଡିଓ ଶ୍ରୀ ଶୁଭକାନ୍ତ ନାୟକ, ତହସିଲଦାର ଶ୍ରୀ ଇଶ୍ଵର ଚନ୍ଦ୍ର ଦାସ,ଏଇ ଶ୍ରୀ ବାଞ୍ଚାବଟ ପାଣ୍ତେ, ଡବ୍ଳୁଇଓ ଶ୍ରୀ ଗଙ୍ଗାଧର ବେହେରା, ଜିପିଓ ଶ୍ରୀ ଜ୍ଞାନରଞ୍ଜନ ଭୋଇ, ସମେତ୍ ବ୍ଳକ ସ୍ତରର ଅନ୍ଯାନ୍ଯ ବିଭାଗର କର୍ମକର୍ତ୍ତା ଉପସ୍ଥିତ ରହି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶ୍ରୀଜଗନ୍ନାଥଙ୍କ କଥାମୃତ କାର୍ଯ୍ୟକ୍ରମ 

ବର୍ଷା ଓ ବଜ୍ରପାତ ରୁ ଚାଷୀ ଭାଇ ଙ୍କ ସୁରକ୍ଷା କବଚ ତାଳପତ୍ର ପଖିଆ 

Sunil Chandra Nayak

୬୦ତମ ବାର୍ଷିକ ଗୁରୁ ଭକ୍ତ ସମ୍ମିଳନୀ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!