ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା

ଧର୍ମଗଡ ଠାରେ ଆସନ୍ତା ୧୫ ତାରିଖ ଠାରୁ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଆଜି ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବଣ୍ଡାକୁଟୁରା ସ୍ଥିତ କର୍ତ୍ତବ୍ୟ କାର୍ଯ୍ୟାଳୟ ଠାରୁ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ଦୀର୍ଘ ୯କିମି ରାସ୍ତା ଉପରେ ଏହି ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଧର୍ମଗଡ ଉପଜିଲ୍ଲାପାଳ ଶ୍ରୀ ବେଦଭୂଷଣ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ଧର୍ମଗଡ ବ୍ଲକ ରାଜ ମୋଟେର ଗ୍ରାମର ନିରେନ୍ଦ୍ର ଗହୀର ୩୬ ମିନିଟ ସମୟ ନେଇ ଧାର୍ଯ୍ୟ ଦୂରତା ଅତିକ୍ରମ କରି ପ୍ରଥମ ହୋଇଥିବା ବେଳେ କଲମପୁର ବ୍ଲକ ର ମଣ୍ଡଳ ଗ୍ରାମର ଗିରିଧାରି ବାଗ ୪୧ ମିନିଟ ରେ ଅତିକ୍ରମ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଧର୍ମଗଡ ବ୍ଲକ କାଙ୍କେରୀ ଗ୍ରାମ ର କ୍ଷୀର ମୋହନ ଛତ୍ରିଆ ୪୨ମିନିଟ ସମୟ ରେ ସେଇ ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନ ହାସଲ କରି । ଗଣ ଦୌଡ ସମୟ ରେ ରାସ୍ତାର ଦୁଇ କଡ଼ରେ ଲୋକେ ଠିଆ ହୋଇ ଗଣଦୌଡରେ ସାମିଲ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବ ପଡ଼ିଆ ଠାରେ ଆୟୋଜିତ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଧର୍ମଗଡ ଉପ ଜିଲ୍ଲାପାଳ ତଥା ଉତ୍ସବ କମିଟି ଅଧ୍ୟକ୍ଷ ବେଦ ଭୁଷଣ, ତହସିଲଦାର ହରେକୃଷ୍ଣ ବାରିହା, ସହ ଜିଲ୍ଲାପାଳ ଚିନ୍ମୟ ନାୟକ, କର୍ତ୍ତବ୍ୟ ଅନୁଷ୍ଠାନ ର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ ପଟ୍ଟନାୟକ,ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ମଞ୍ଚାସିନ ରହି ବିଜୟୀ କ୍ରୀଡାବିତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ କୁ ମାଧବ ଲହଜଲ ପରିଚାଳନା କରିଥିଲେ। ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ। ଖେଳ କମିଟିର ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ, ଶୋଦନ ନାଏକ, ଅଭୟ ବାଗ,ଶ୍ରବଣ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ମୂଖ୍ୟ ଉତ୍ସବ ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଜୁନାଗଡ଼ରେ ଚୈତ୍ର ପର୍ବ ଓ ଘଟ ଯାତ୍ରା ସମ୍ପନ

Sunil Chandra Nayak

ଧର୍ମଗଡ ଏନ୍ଏସି ପକ୍ଷରୁ ସ୍ୱଚ୍ଛତା ଏବଂ ପରିମଳର ସଚେତନତା ବାର୍ତ୍ତା ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ

masiha

ଆରଏସପି ସିନିୟର ସିଟିଜେନ୍ ଓ୍ବେଲଫେୟାର ଗୃପର ସାଧାରଣ ବୈଠକ ଓ ଆଲୋଚନାଚକ୍ର ,ବୈଠକରେ ୨୨ ଜଣିଆ କୋର୍ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!