ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୧୩ ତମ ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ୨0 ୨ ୫ ଅନୁଷ୍ଠିତ : ମହାରାଣୀ ସୁସାର ୟୁଥ କ୍ଲବ 

୧୩ ତମ ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ୨0 ୨ ୫ ଅନୁଷ୍ଠିତ : ମହାରାଣୀ ସୁସାର ୟୁଥ କ୍ଲବ 

 ମୟୂରଭଂଜତା -0୧ /0୮ ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ମହାରାଜପୁର, ତକତପୁରର ମହାରାଣୀ ସୁସାର ୟୁଥ କ୍ଲବ ଆନୁକୂଲ୍ୟରେ ୧୩ ତମ ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ୨0୨୫ ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟଟେନ୍ସୀ ଏବଂ ମେନେଜମେଣ୍ଟ ନିକଟରେ ଥିବା ଫୁଟବଲ ପଡିଆରେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଏମ. ସି. ଏ. ଏମ କଲେଜର ଅଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ଯୋଗଦାନ କରି ଖେଳାଳୀ ଟିମ ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ କ୍ଳବ ର ସଭାପତି ଦସା ମାରାଣ୍ଡିଙ୍କ ନେତୃତ୍ୱରେ ଆୟୋଜିତ ଫୁଟବଲ ଟୁର୍ନାମେଣ୍ଟକୁ ଅନ୍ୟ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁକୁମାର ରଞ୍ଜନ ପ୍ରଧାନ, କ୍ଳବ ର ସମ୍ପାଦକ ଦକ୍ଷିଣ ମୁର୍ମୁ, କ୍ଳବର କୋଷାଧକ୍ଷ କାନ୍ଦନ ମାର୍ଣ୍ଡି ଓ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ l ଏହି ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳର ମୋଟ ୮ ଟା ଟିମ ଅଂଶଗ୍ରହଣ କରିଥିବାବେଳେ, ଖେଳାଳିମାନଙ୍କୁ ଉତ୍ସାହିତ କରିବାନିମନ୍ତେ ଟୁର୍ନାମେଣ୍ଟରେ ପ୍ରଥମ ଟିମ ବିଜେତାକୁ ପୁରସ୍କାର ସହାୟତା ରାଶି ୫0,000/- ଟଙ୍କା, ଦ୍ୱିତୀୟ ବିଜେତା ଟିମ କୁ ରାଶି ୩0,000/- ଟଙ୍କା, ତୃତୀୟ ବିଜେତା ଟିମକୁ ରାଶି ୧0000/- ଟଙ୍କା ଓ ଚତୁର୍ଥ ବିଜେତା ଟିମ କୁ ରାଶି ୧0000/- ଟଙ୍କା ପୁରସ୍କାର ସ୍ୱରୂପ ଦିଆଯିବ l ଉକ୍ତ ଫୁଟବଲ ଟୁର୍ନାମେଣ୍ଟ ଯୋଗୁଁ ମହାରାଜପୁର ଅଂଚଳ ଏକରକମର ଜନସମାବେଶ ସହ ଏକ ଭାଇଚାରା ଓ କ୍ରୀଡ଼ା ପରିବେଶ ସୃଷ୍ଟି ହୋଗଛି l ମୟୁରଭଞ୍ଜ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟବଲ ।ପ୍ରତି କୋଣେ କୋଣେ ଫୁଟବଲ ଖେଳ ହେଉଛି ।ତେଣୁ କ୍ରୀଡା ବିଭାଗ ବହୁ ଆର୍ଥିକ ସଙ୍କଟ ଦେଇ ଆୟୋଜନ କରୁଥିବା ଫୁଟବଲ କ୍ରୀଡା ଅନୁଷ୍ଠାନକୁ କିଛି ଆର୍ଥିକ ସହାୟତା ଦେବାପାଇଁ କ୍ରୀଡ଼ାପ୍ରେମୀ ମହଲରୁ ଦାବି ହେଉଛି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

୧୭ ତମ ବିଶ୍ଵ ଭାରତୀ କ୍ଲବ ତରଫରୁ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ। ଜୟପୁରା କାଟେଣି ୨ ରନ୍ ରେ ଚାମ୍ପିଅନ

Sunil Chandra Nayak

ତେରେସିଂହା କପ୍ ଫୁଟବଲ୍: ବଡ଼ମାଲ ଚମ୍ପିଆନ

Sunil Chandra Nayak

ନରେନ୍ଦ୍ର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ

Leave a Comment

error: Content is protected !!