ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟରେ ଯୋଗଦେଲେ ଶିକ୍ଷକ

କାର୍ଯ୍ୟରେ ଯୋଗଦେଲେ ଶିକ୍ଷକ

ରାୟଗଡ଼ା ତା ୨୧.୯.୨୦୨୩ // ରାୟଗଡ଼ା ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକଙ୍କ ଧାରଣା ଗତ ତା ୧୮.୯.୨୦୨୩ ଠାରୁ ସ୍ଥଗିତ ରହିଛି। ଗତ ୧୯ ତାରିଖ ଗଣେଶ ପୂଜା ଅବସରରେ ଶିକ୍ଷକ ବୃନ୍ଦ ବିଦ୍ୟାଳୟରେ ଅଗ୍ରପୂଜ୍ୟ ଗଜାନାନଙ୍କ ପୂଜାରେ ସାମିଲ ହେବାସହ ଦୁଇଦିନ ସରକାରୀ ଛୁଟି ପରେ ଗୁରୁବାର ନିଜ ବିଦ୍ୟାଳୟର ପିଲାଙ୍କ ଗହଣକୁ ଫେରିଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାଜ୍ୟ ସଂଘର ଡାକରାରେ ତିନି ଦଫା ଦାବି ନେଇ ଗତ ସେପ୍ଟେମ୍ବର ଆଠ ତାରିଖରୁ ପ୍ରତୀକ ଧାରଣା ସହ ତେର ତାରିଖରୁ ହଜାର, ହଜାର ଶିକ୍ଷୟିତ୍ରୀ ଓ ଶିକ୍ଷକ ସମୂହ ଛୁଟି ନେଇ ରାୟଗଡ଼ା ଜିଲ୍ଲାର ଏଗାର ଗୋଟି ବ୍ଲକରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜିଲ୍ଲାର ଆଠାନବେ ପ୍ରତିଶତ ବିଦ୍ୟାଳୟ ବନ୍ଦ ଥିବାରୁ ସରକାର ତଥା ଶିକ୍ଷା ବିଭାଗର ମୁଣ୍ଡବ୍ୟଥା ବଢିଥିଲା । ବିଭିନ୍ନ ଉପାୟରେ ନାଲି ଆଖି ଦେଖାଇ ଏହାକୁ ଭୁଁଡୁର କରିବା ନିମନ୍ତେ ଚେଷ୍ଟା ଜାରି ରହିଥିଲା । ଶେଷରେ ଗତ ଅଠର ତାରିଖ ଦିନ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ଓ ସଚିବଙ୍କ ଉପସ୍ଥିତିରେ ରାଜ୍ୟ ସଂଘ ସହ ଦୀର୍ଘ ସମୟ ଆଲୋଚନା ପରେ ଦାବିଗୁଡିକର ଯଥାର୍ଥତା ଉପଲବ୍ଧି କରିଥିଲେ । ଦାବୀ ପୂରଣ ସମୟ ସାପେକ୍ଷ ଥିବାରୁ ବିଦ୍ୟାଳୟକୁ ଫେରିଯିବାକୁ ଅନୁରୋଧ କରାଯାଇଥିଲା । ସରକାରଙ୍କ ପ୍ରତିଶ୍ରୁତି ପ୍ରତି ଆସ୍ଥା ପ୍ରକଟ କରି ଓ ଲକ୍ଷ୍, ଲକ୍ଷ ଶିଶୁଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେବାକୁ ରାଜ୍ୟ ସଂଘ ବାଧ୍ୟ ହୋଇଥିବା ଜିଲ୍ଲା ସମ୍ପାଦକ ନୀଳାଚଳ ମିଶ୍ର ପ୍ରକାଶ କରିଛନ୍ତି । ଦାବୀ ଗୁଡ଼ିକ ଯଥାର୍ଥ ଥିଲା ଏଣୁ ସରକାର ଶିକ୍ଷକଙ୍କ ଅନୁରୋଧକୁ ରକ୍ଷା କରି ଦାବି ପୂରଣ ଘୋଷଣା କରିଦେବାର ଜରୁରୀ ଥିଲା ବୋଲି ଦୁଃଖରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର କହିଛନ୍ତି । ଶିକ୍ଷକ, ଶିକ୍ଷୟିତ୍ରୀ ଅନିଚ୍ଛା ସତ୍ତ୍ବେ ବିଦ୍ୟାଳୟକୁ ଫେରୁଥିବା ସେ କହିଛନ୍ତି । ଏଥିରେ ସାମିଲ ଥିବା ଅନେକ ରାଜ୍ୟ ସଙ୍ଗଠନ ଲିଖିତ ଭାବେ ଧାରଣାରେ ଓହରିଥିବା ଦେଖିବାକୁ ମିଳିଛି । ସରକାରଙ୍କ ଅନୁରୋଧ ଆମେ ରକ୍ଷାକଲୁ। ଆମ ଦାବୀ ସରକାର ଯଥାଶୀଘ୍ର ପୂରଣ କରନ୍ତୁ ବୋଲି ରାୟଗଡ଼ା ଜିଲ୍ଲା ଓ ବ୍ଲକ ସଙ୍ଘୀୟ କର୍ମକର୍ତ୍ତା ଗଣମାଧ୍ୟମକୁ କହିଛନ୍ତି।

ତେବେ, ଆସନ୍ତା ସେପ୍ଟେମ୍ବର ତେଇଶି ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରାଜ୍ୟ ସଂଘକୁ ପୁନଃ ଆଲୋଚନା ଖବର ପ୍ରାପ୍ତ ହୋଇଥିବାରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମନରେ ବିରାଟ ଆଶାର ସଂଚାର ହୋଇଥିବା ଜିଲ୍ଲା ସଭାପତି ଅଜିତ ଚୌଧୁରୀ ପ୍ରକାଶ କରିଛନ୍ତି।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କ ଉଦ୍ୟମ କ୍ରମେ ଗାୟତ୍ରୀ ପିଠିରେ ନଳକୂପ ଖନନ

ଗାଆଁ କୁ ଫେରିଲା ଦାଦନ ଶ୍ରମିକ ଙ୍କ ଶବ

Sunil Chandra Nayak

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ 

masiha

Leave a Comment

error: Content is protected !!