ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ତ୍ରିଦିବସୀୟ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଚିହ୍ନଟ ଶିବିର ଅନୁଷ୍ଠିତ 

ରାଇରଙ୍ଗପୁର ରେ ତ୍ରିଦିବସୀୟ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଚିହ୍ନଟ ଶିବିର ଅନୁଷ୍ଠିତ 

 ମୟୂରଭଞ୍ଜ -୨୦/୦୨ // ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଵୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା । ଚକ୍ଷୁ ମଣିଷର ଏକ ଅମୂଲ୍ୟ ସଂପଦ ଓ ଅଙ୍ଗ। ଚକ୍ଷୁ ବିନା ମଣିଷ ସବୁଠାରୁ ବେସାହାରା ହୋଇଯାଏ ଏବଂ ପରିବାର ତଥା ସମାଜ ଉପରେ ବୋଝ ହୋଇଯାଏ।ପିଲାଟିଦିନରୁ ପିଲାମାନଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇ ଚକ୍ଷୁ ରୋଗୀ ଚିହ୍ନଟ କରିବା, ସେମାନଙ୍କୁ ଔଷଧ ଦେବା,ଚଷମା ଦେବା ଏବଂ ଉଚ୍ଚ ଚକ୍ଷୁ ରୋଗୀଙ୍କୁ ଚିହ୍ନଟ କରାଯାଇ ବାହାର ଅଂଚଳକୁ ଭଲ ଚକ୍ଷୁ ଚିକିତ୍ସାଳୟରେ ଚକ୍ଷୁ ଅପରେସନ କରିବା ତଥା ଅନ୍ଧତ୍ବ ଦୂରୀକରଣ କରିବା ଏହା ମୂଳ ଲକ୍ଷ୍ୟ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସ୍କୁଲର‌ ପ୍ରଥମରୁ ଦଶମ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ବାରା ଚକ୍ଷୁ ପରୀକ୍ଷା ଚିହ୍ନଟ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏହି ଅବସରରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ସ୍କୁଲ ର ଛାତ୍ରଛାତ୍ରୀମାନଙ୍କୁ ନେଇ ଗୋରୁମହିଷାଣୀ ଏବଂ ରାଇରଙ୍ଗପୁର ରେ ୧୨ ଟି କ୍ଲଷ୍ଟରକୁ ନେଇ ୧୫ ତାରିଖ ଦିନ ଗୋରୁମହିଷାଣୀରେ ୧୭ ତାରିଖ ଏବଂ ୨୦ ତାରିଖ ଦିନ ରାଇରଙ୍ଗପୁର ପିସିଏମ ସ୍କୁଲ ପରିସରରେ ଥିବା ଵିଆରସିସି ସମ୍ମିଳନୀ କକ୍ଷରେ ମେଗା ଚକ୍ଷୁ ଶିବିର ନବ ନିଯୁକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମୁର୍ମୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ଯାଳୟର ଶିକ୍ଷକ ଓ ଅଭିଭାବକମାନେ ସେମାନଙ୍କ ଚକ୍ଷୁ ପିଡିତା ୪୮୭ ଜଣଙ୍କୁ ଆଣି ଚକ୍ଷୁ ପରୀକ୍ଷା ନିମନ୍ତେ ନାମ ପଂଜୀକରଣ କରିଥିଲେ। ତନ୍ମଧ୍ୟରୁ ୧୬୦ ଜଣ ଛାତ୍ରଛାତ୍ରୀ ଚଷମା ପିନ୍ଧିବା ପାଇଁ ଚିହ୍ନଟ ହୋଇଥିବାବେଳେ,୧୦୮ ଜଣ ଛାତ୍ରଛାତ୍ରୀଙ୍କୁ ଚକ୍ଷୁ ଔଷଧ ପ୍ରଦାନ କରାଯାଇଥିଲା ତଦସହ ୫ ଜଣ ଉଚ୍ଚ ଚକ୍ଷୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଯିବାପାଇଁ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମାଗଣାରେ ଯିବା ଆସିବା,ଖାଦ୍ୟପେୟ ଏବଂ ଉଚ୍ଚ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଏବିଇଓ କାର୍ତ୍ତିକ କାରୁଆ,ଏବିଇଓ ହେମ ମାଝୀ, ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ମହାପାତ୍ର,ସାଗରୀକା ପଣ୍ଡା ,ସିଆରସିସି, ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ତଦାରଖ ସହ ସହଯୋଗ କରିଥିଲେ ।ଅପଥାଲମିକ୍( ଚକ୍ଷୁ) ଅଧିକାରୀ ମୀନକେତନ ଦାସ,ଅମିତ ସେନାପତି,ବୁଦ୍ଧେଶ୍ବର ସୋରେନ ପ୍ରମୁଖ ଛାତ୍ରଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ମୁଖ୍ୟ ଅତିଥି ବିଇଓ ଘନଶ୍ୟାମ ମୁର୍ମୁ ଶିକ୍ଷକ, ଶିକ୍ଷୟିତ୍ରୀ ,ଅଭିଭାବକ,ଅଭିଭାବିକା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଯେ ଆଖି ନାହିଁ ଯାହାର କେହି ନାହିଁ ତାହାର । ଚକ୍ଷୁ ଥିଲେ ଆମେ ସମସ୍ତେ ପ୍ରକୃତି, ମନୁଷ୍ୟ,ନିଜ ଵିଷୟରେ ସମାଜ ବିଷୟରେ ଜାଣି ପାରି ନିଜକୁ ସଠିକ ରାସ୍ତାରେ ଯିବାପାଇଁ ଉଚିତ ମଣିବା । ତେଣୁ ପିଲାଟି ଦିନରୁ ଚକ୍ଷୁ ସମ୍ବନ୍ଧୀୟ ସମସ୍ତେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇବା କେବଳ ସରକାରଙ୍କ ଦାୟିତ୍ଵ ନୁହେଁ ଆମ ସମସ୍ତଙ୍କର ଦାୟିତ୍ୱ । ପ୍ରାରମ୍ଭରୁ ଚକ୍ଷୁ ଚିକିତ୍ସା କଲେ ଆମ୍ଭେ ଆଶୁ ସୁଫଳ ପାଇବା ।ବିଳମ୍ବ ହେଲେ ଅଧିକ ଖର୍ଚ୍ଚାନ୍ତ, ଚକ୍ଷୁ ଚିକିତ୍ସା କଷ୍ଟକର ହେବ ଏବଂ ଚକ୍ଷୁ ରୋଗ ବଢିଯିବାର ସମ୍ଭାବନା ଦେଖା ଦେଇଥାଏ। ତେଣୁ ବେଳହୁଁ ସାବଧାନ ଓ ସଚେତନ ହେବା ଉଚିତ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

masiha

ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!