ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧା ଅନ୍ବେଷଣ ପରୀକ୍ଷା ୨୦୨୩ ଅନୁଷ୍ଠିତ

ମେଧା ଅନ୍ବେଷଣ ପରୀକ୍ଷା ୨୦୨୩ ଅନୁଷ୍ଠିତ

  ମୟୂରଭଞ୍ଜ – ( ମସିହା )ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ସ୍ଥିତ କିଚକେଶ୍ବରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ମାଧ୍ୟମିକ ଶିକ୍ଷକ ସଂଘ ଓଡିଶା’ଙ୍କ ଆନୁକୂଲ୍ୟରେ ମେଧା ଅନ୍ବେଷଣ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି।

       ଓଷ୍ଟା ସଂଘ ରାଜ୍ୟ ଉପସଭାପତି ଜ୍ଞାନରଞ୍ଜନ ପାଣିଗ୍ରାହି’ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ମେଧା ଅନ୍ବେଷଣ ପରୀକ୍ଷା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ମଧୁସୂଦନ ଦାସ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଏହି ମେଧା ଅନ୍ବେଷଣ ପରୀକ୍ଷାରେ ତିରିଂ ଓ ବହଳଦା ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୬୪’ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କିଚକେଶ୍ବରୀ ବାଳିକା ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷକ ଡିନଜନ ମହାନ୍ତ ପରୀକ୍ଷା ପରିଚାଳନା କରିଥିବାବେଳେ ମୟୁରଭଞ୍ଜ ୨ ଓଷ୍ଟା ସଂଘ ସହ ସଂପାଦକ ପ୍ରକାଶ ଚନ୍ଦ୍ର ନାୟକ, କୁଲଗୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଷ୍ଣୁପଦ ବାରିକ, ଅଁଳାଯୋଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ପ୍ରଭାତ ମାଝୀ, କିଚକେଶ୍ବରୀ ବାଳିକା ଉଚ୍ଚବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ସସ୍ମୀତା ମହାନ୍ତ, ଜାରିତାଣ୍ଡି ଉଚ୍ଚବିଦ୍ୟାଳୟ ସହକାରୀ ଶିକ୍ଷୟତ୍ରୀ ଭାରତୀ ଟୁଡୁ, ଶଶ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ସୀତା ମହାନ୍ତ, ଅଁଳାଯୋଡି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ତିଳତ୍ତମା ମହାନ୍ତ, ସଞ୍ଜୀବ ଗିରି ଓ ସରସ୍ବତୀ ପାତ୍ର ପ୍ରମୁଖ ପରୀକ୍ଷା ପରିଚାଳନାର ସହଯୋଗ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ଶାନ୍ତି ଶୃଙ୍ଖଳା ର ସହିତ ପରୀକ୍ଷା ପ୍ରଦାନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ସର୍ଭେ ନେଇ ପ୍ରଚାର

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

masiha

ମେଗା ଜଳ ଯୋଗାଣ ପ୍ରକଳ୍ପ :ପାଣି ଯୋଗାଇବ କେବେ ଠିକଣା ନାହିଁ ଏପଟେ ପାଇପ ବିଛାଇବା ରେ ରାସ୍ତାଘାଟ ବେହାଲ କରି ଛାଡି ଦେଉଛି

Sunil Chandra Nayak

Leave a Comment

error: Content is protected !!