ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ “ନୂଆ – ଓ” କାର୍ଯ୍ୟକ୍ରମ ଉଦଯାପିତ

ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ “ନୂଆ – ଓ” କାର୍ଯ୍ୟକ୍ରମ ଉଦଯାପିତ

ବସ୍ତା,23/12 : ବସ୍ତା ବ୍ଲକ୍ ପାଉଁଶକୁଲି ସ୍ଥିତ ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଓଡ଼ିଶା ସରକାର ଙ୍କ “ନୂଆ -ଓ, ଯୁବ ଓଡ଼ିଶା,ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ଭାରପ୍ତାପ୍ତ ଅଧ୍ୟକ୍ଷ ଅଶୋକ କୁମାର ସାହୁ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ,ଅବକାରୀ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଚିତ୍ତରଞ୍ଜନ କୁଣ୍ଡୁ ଓ ସମ୍ମାନିତ ଅତିଥି ଭାବେ ବସ୍ତା ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ଦିଲ୍ଲୀପ ଦାସ ମହାପାତ୍ର, ପ୍ରତିଷ୍ଠାତା ସ୍ବର୍ଗତ ରାଧାନାଥ ଦାସ ଙ୍କ ପୁତ୍ର ବଧୂ ଗୀତାରାଣୀ ଦାସ, ଭେଲୋରା ସମିତି ସଦସ୍ୟ ଅନାଦି ଦାସ,୧୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ସେକ ଅବଦୁଲ ଗନି, ପାଉଁଶ କୁଲି ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କୁମାର ସେନାପତି ପ୍ରମୁଖ ଯୋଗ ଦେଇ, ବଡ ମଣିଷ ହେବା ସହିତ ଭଲ ମଣିଷ ହେବାକୁ ମତ ପ୍ରକାଶ କରିବା ସହିତ,ଛାତ୍ରଛାତ୍ରୀ ଓ ଯୁବଶକ୍ତି ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ । ଆଉ ସେମାନେ ଦକ୍ଷ ଓ ସଶକ୍ତ ହେଲେ ରାଜ୍ୟ ତଥା ଦେଶ ସଶକ୍ତ ହେବ। ଆଉ ଯୁବଶକ୍ତି କୁ ଶିକ୍ଷା ସହିତ କ୍ରୀଡା, ଚିତ୍ରାଙ୍କନ,ପେଣ୍ଟିଂ, ବିତର୍କ, ସାସ୍କୃତିକ ଓ ସାମାଜିକ ସେବା କାର୍ଯ୍ୟରେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରି ପ୍ରତିଷ୍ଠତ ହୋଇପାରିବେ। ଯାହା ନିଜ ଜନ୍ମମାଟି ଓ ରାଜ୍ୟ ପାଇଁ ଗର୍ବ ଗୌରବ ଅର୍ଜନ କରିବ ବୋଲି ମଞ୍ଚାଷିନ ଅତିଥି ଗଣ ଆହ୍ଵାନ ଦେଇଥିଲେ। ଏହି ଅବସରରେ ପ୍ରାକ୍ତନ ଶିକ୍ଷକ, ଶିକ୍ଷାବିତ୍, ସମାଜ ସେବୀ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ। ଅଧ୍ୟାପକ ହରିହର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଶିକ୍ଷୟତ୍ରୀ ରୁଦ୍ରାକ୍ଷରୀ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଚାଡ୍ରୀ ଓ ଜଜଗୋଡା ଗ୍ରାମରେ ପଞ୍ଚମ ବାର୍ଷିକ ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ

Sunil Chandra Nayak

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟରେ ଏନ୍‍ ଏସ୍‍ ଏସ୍‍ ତରଫରୁ ରକ୍ତଦାନ ଶିବିର

masiha

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!