ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ୍ ସମାଜ ପକ୍ଷରୁ ବୈଠକ ଅନୁଷ୍ଠିତ

ନବରଙ୍ଗପୁର ୧୫/୫/(ମସିହା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ସଭାପତି ହିମାଂଶୁ ଶେଖର ବାଘ ଙ୍କ ନେତୃତ୍ୱ ରେ ଆଜି କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ପଦାଧିକାରୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।ବ୍ଲକ ରେ ଵସବାସ କରୁଥିବା ସମସ୍ତ ଖ୍ରୀଷ୍ଟିଆନ ପରିବାର ଙ୍କ ବିଭିନ୍ନ ସମସ୍ୟା ଉପରେ ଆଜି ର ବୈଠକ ରେ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକ କୁ ବ୍ଲକ ଖ୍ରୀଷ୍ଟିଆନ ସମାଜ ର ସମ୍ପାଦକ ସୁନ୍ଦର ମୋହନ ଶିଷକ ପରିଚାଳନା କରିଥିଲେ। ଉପ ସଭାପତି ବିଲିଅମ ସିଫା, ଉପଦେଷ୍ଟା ରୁବେନ୍ କଚ୍ଛପ, କୋଷାଧକ୍ଷ ଫୁଲଚନ୍ଦ ପାଣି ଆଜିର ବୈଠକ ରେ ମଂଚାସୀନ ଥିଲେ। ବୈଠକ ରେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟ ଯୁବ ମଞ୍ଚ ର ସଂସ୍ଥାପକ ନରେନ୍ଦ୍ର ଭବାନୀ ଯୋଗ ଦେଇ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତା ଙ୍କୁ ନିଜ ବକ୍ତବ୍ୟ ରେ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି। ସମାଜ ଭିତରେ ଭାଇଚାରା ଏକତା ଓ ସମାଜ ର ବିକାଶ ଉପରେ ବିଶେଷ ଧ୍ୟାନ ଦେବାପାଇଁ ବୈଠକ ରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ସମାଜ ସଭାପତି ଶ୍ରୀ ବାଘ ଉପସ୍ଥିତ ସମସ୍ତ କର୍ମକର୍ତା ଙ୍କୁ ଧନ୍ୟବାଦ ଦେଇ ଆଜିର ବୈଠକ କୁ ଶେଷ କରିଥିଲେ|

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଟିଗାଁ ଆମ୍ବେଦକର ନଗର ଠାରେ ୧୩୪ତମ ଡଃ ଆମ୍ବେଦକର ଙ୍କ ବିଶାଳ ଶୋଭାଯାତ୍ରା ଓ ଜୟନ୍ତି ସମାରୋହ

masiha

ଟାଟା ଷ୍ଟିଲ କୁ ମାନବ ସେବା କାର୍ଯ୍ୟ ପାଇଁ ଶ୍ରେଷ୍ଠ କର୍ପୋରେଟ୍ ପୁରସ୍କାର

masiha

ପେଟ କାମ ଚଳା ଶାଳ ଦାନ୍ତ କାଠି

Sunil Chandra Nayak

Leave a Comment

error: Content is protected !!