ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ୍ ସମାଜ ପକ୍ଷରୁ ବୈଠକ ଅନୁଷ୍ଠିତ

ନବରଙ୍ଗପୁର ୧୫/୫/(ମସିହା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ସଭାପତି ହିମାଂଶୁ ଶେଖର ବାଘ ଙ୍କ ନେତୃତ୍ୱ ରେ ଆଜି କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ପଦାଧିକାରୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।ବ୍ଲକ ରେ ଵସବାସ କରୁଥିବା ସମସ୍ତ ଖ୍ରୀଷ୍ଟିଆନ ପରିବାର ଙ୍କ ବିଭିନ୍ନ ସମସ୍ୟା ଉପରେ ଆଜି ର ବୈଠକ ରେ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକ କୁ ବ୍ଲକ ଖ୍ରୀଷ୍ଟିଆନ ସମାଜ ର ସମ୍ପାଦକ ସୁନ୍ଦର ମୋହନ ଶିଷକ ପରିଚାଳନା କରିଥିଲେ। ଉପ ସଭାପତି ବିଲିଅମ ସିଫା, ଉପଦେଷ୍ଟା ରୁବେନ୍ କଚ୍ଛପ, କୋଷାଧକ୍ଷ ଫୁଲଚନ୍ଦ ପାଣି ଆଜିର ବୈଠକ ରେ ମଂଚାସୀନ ଥିଲେ। ବୈଠକ ରେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟ ଯୁବ ମଞ୍ଚ ର ସଂସ୍ଥାପକ ନରେନ୍ଦ୍ର ଭବାନୀ ଯୋଗ ଦେଇ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତା ଙ୍କୁ ନିଜ ବକ୍ତବ୍ୟ ରେ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି। ସମାଜ ଭିତରେ ଭାଇଚାରା ଏକତା ଓ ସମାଜ ର ବିକାଶ ଉପରେ ବିଶେଷ ଧ୍ୟାନ ଦେବାପାଇଁ ବୈଠକ ରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ସମାଜ ସଭାପତି ଶ୍ରୀ ବାଘ ଉପସ୍ଥିତ ସମସ୍ତ କର୍ମକର୍ତା ଙ୍କୁ ଧନ୍ୟବାଦ ଦେଇ ଆଜିର ବୈଠକ କୁ ଶେଷ କରିଥିଲେ|

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନର୍ଲାବ୍ଲକ୍ ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ, ଆଗାମୀ ମାର୍ଚ୍ଚମାସ ୧୫ ତାରିଖରୁ ଷ୍ଟିଅରିଂ ଛାଡ ନିଷ୍ପତି

Sunil Chandra Nayak

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ମାତ୍ରାଧିକ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

masiha

ଇନ୍ଦ୍ରାବତୀ ଡ୍ୟାମ ସର୍କଲ , ଅମଲା ଠୁଁ ଅଧିକାରୀ କାର୍ଯ୍ୟାଳୟ ରେ ଉପସ୍ଥିତି ହେଉଛି ଇଚ୍ଛାଧୀନ

masiha

Leave a Comment

error: Content is protected !!