ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଣ୍ଢି ସମାଜ ର କୁଳପତି ହେଲେ ପୂର୍ବ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା

ଶୁଣ୍ଢି ସମାଜ ର କୁଳପତି ହେଲେ ପୂର୍ବ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା

ତୁରେକେଲା : ନିଖିଳ ଉତ୍କଳ ସୁବର୍ଣ୍ଣ ଗ୍ରାହୀ ଶୁଣ୍ଢି ସମାଜ ର ୨ ଦିନିଆ ମହାସଭା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାସଭା ରେ ଓଡିଶା ର କୋଣ ଅନୁକୋଣ ରୁ ଶହ ଶହ ସଂଖ୍ୟା ରେ ମହାସଭା ରେ ଯୋଗ ଦାନ କରିଥିଲେ । ପ୍ରଥମେ ଶୁଣ୍ଢି ସମାଜ ର ଇଷ୍ଟ ଦେବୀ ସୁବର୍ଣ୍ଣ ଗ୍ରାହୀ ଙ୍କୁ ପୂଜାର୍ଚ୍ଚନା କରି ସଭକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ସମାଜ ରେ ପ୍ରଚଳିତ ବିଭିନ୍ନ ପ୍ରକାର ନିୟମ କାନୁନ କୁ ସଂଶୋଧନ କରି ଆଗାମୀ ଦିନରେ ଏକ ସୁସ୍ଥ ସମାଜ ଓ ଶକ୍ତିଶାଳୀ ଶୁଣ୍ଢି ସମାଜ ଗଠନ କରିବା ପାଇଁ ଉପସ୍ଥିତ ମଞ୍ଚାସିନ ବକ୍ତା ଓ ଶୁଣ୍ଢି ସମାଜ ର ମାନ୍ୟଗଣ୍ୟ ବ୍ୟକ୍ତି ଗୁରୁତ୍ତ୍ୱ ଆରୋପ କରିଥିଲେ ।ନାରୀ ମାନେ ଶସକ୍ତ ଓ ଶିକ୍ଷା ର ବୃଦ୍ଧି ହିଁ ସମାଜ ଆଗକୁ ଯିବ ଓ ସସକ୍ତ ହେବା ସହ ଯୁବପିଢ଼ି ଆଗେଇଲେ ହିଁ ଆଗାମୀ ଦିନରେ ସାରା ଓଡ଼ିଶାରେ ସୁବର୍ଣ୍ଣ ଗ୍ରାହୀ ଶୁଣ୍ଢି ସମାଜ ଏକ ସ୍ୱତନ୍ତ୍ର ପରିଚୟ ସ୍ୱଷ୍ଟି କରି ଶକ୍ତିଶାଳୀ ସମାଜ ଭାବେ ଅଞ୍ଚଳ ରେ ଉଭା ହେବା ସହିତ ଖ୍ୟାତି ଅର୍ଜନ କରିବ ବୋଲି ମଞ୍ଚାସିନ ବକ୍ତା ମାନେ ନିଜର ମତ ବ୍ୟକ୍ତ ରଖିଥିଲେ ।ପରିଶେଷରେ ସର୍ବ ସମ୍ମତି କ୍ରମେ ନିଖିଳ ଉତ୍କଳ ସୁବର୍ଣ୍ଣ ଗ୍ରାହୀ ଶୁଣ୍ଢି ସମାଜ ର ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କୁ ସର୍ବ ସମ୍ମତି କ୍ରମେ ଅଲ ଓଡିଶା ପ୍ରାନ୍ତ ଶୁଣ୍ଢି ସମାଜ ର କୁଳପତି ଭାବେ ଚୟନ କରାଯାଇଛି ।ସେହିପରି ଉପ କୁଳପତି ଭାବେ ଦଶମୁ ବେହେରା, ତାରିଣୀସେନ ବେହେରା,ସମ୍ପାଦକ ହରିହର ବେହେରା, ସହ ସମ୍ପାଦକ ପୁଲସ୍ତି ବେହେରା, କ୍ଷୀତିଶ ବେହେରା, କୋଷାଧ୍ୟକ୍ଷ ଡମ୍ବରୁ ବେହେରା ଙ୍କୁ ମନୋନୀତ କରି ଶୁଣ୍ଢି ସମାଜ ର।ସମସ୍ତ ଦାୟିତ୍ୱ ଭାର ପ୍ରଦାନ କରାଯାଇଛି । ନବ ନିର୍ବାଚିତ କୁଳପତି ତଥା ସଭାପତି ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

masiha

ଗାଁ ଗହଳିରେ ପାଚିଲା ଆମ୍ବ ପାଇଁ ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼ 

masiha

ଫୁଲବାଣୀ ଠାରେ ଜାତୀୟ ଯୁବ ସପ୍ତାହ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!