ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲଡୁଗାଁ କଲେଜରେ ବାର୍ଷିକ କ୍ରୀଡା ଉଦଯାପିତ

କୋକସରା,୨୪/୧୨- କୋକସରା ବ୍ଲକ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲରେ ଦୁଇ ଦିନ ଧରି ଅନୁଷ୍ଠିତ ୨୮ ତମ ବାର୍ଷିକ କ୍ରୀଡା ଉତ୍ସଵ ସ୍ଥାନୀୟ ମିନି ଷ୍ଟାଡିୟମରେ ଶୁକ୍ରବାର ଉଦଯାପିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଲଡୁଗାଁ ସରପଞ୍ଚ ନକୁଳ ନାଏକ ଯୋଗଦେଇ ହନୁମାନ ମନ୍ଦିରରୁ ବାହାରି ନଗର ପରିକ୍ରମା କରିବାପରେ ମଶାଲ ଯାତ୍ରାକୁ ସ୍ଥାପନ କରି ସାମୁହିକ ରୁପେ ଅଭିବାଦନ ସହ ଉଦଘାଟନ କରିଥିଲେ। କଲେଜର ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ ଓ କିଷନ ଧଙ୍ଗଡା ମାଝୀଙ୍କ ତତ୍ୱାବଧାନରେ ୨୨ ଟି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଫୁଲ୍ଲ ମାଝୀ ଓ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ହେମନ୍ତ ସାହୁ, ଶେଖ ନାସିରୁଦ୍ଧିନ ଯୋଗଦେଇ ଖେଳକୁଦ ପ୍ରତିଯୋଗିତାରେ ଅବତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଅଧ୍ୟାପକ ପ୍ରେମାନନ୍ଦ ସାହା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଅଧ୍ୟାପକ ହେମନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶଙ୍କର ସତନାମୀ, ଭାଗବତ କଟା, ପ୍ରଶାନ୍ତ ଯୋଷୀ, କଲ୍ୟାଣି ମହାନ୍ତି, ଶ୍ରୀକାନ୍ତ ଶର୍ମା, ଭାରତ ଭୂଷଣ ଠାକୁର, ବିଭୁ ସାହୁ, ଦିବାକର ଦୁର୍ଗା, ତୁଳସୀ ବାଗ ସମେତ ରେଡ଼ କ୍ରସ ପରାମର୍ଶ ଦାତା ଅଧ୍ୟାପକ ସଞ୍ଜୟ ପୁରୋହିତ କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ପାତର ବୁଢା ନକ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଧବଳେଶ୍ଵର କ୍ରିକେଟ କପ : ବରଗଡ଼ ଚମ୍ପିୟାନ 

masiha

ଚିଲିଗୁଡ଼ା କଲେଜରେ ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!