ଡାବୁଗାଁରେ କଳ୍ପତରୁ ଉତ୍ସବ ପାଳିତ
ଡାବୁଗାଁ,୧/୧/୨୦୨୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ନିକଟସ୍ଥ ଗରୁଡଗୁଡା ଗ୍ରାମ ରାମକୃଷ୍ଣ ମିଶନ ଠାରେ ଡାବୁଗାଁ ରାମକୃଷ୍ଣ ଶାରଦା ସେବାସଙ୍ଘର କଳ୍ପତରୁ ଉତ୍ସବ ବୁଧବାର ପାଳିତ ହୋଇଯାଇଛି | ଏଥିରେ ପୂର୍ବତନ
ସାସଂଦ ଭଗବାନ ମାଝୀ ସଭାପତିତ୍ଵ କରିଥିଲେ | ରାମକୃଷ୍ଣ ଶାରଦା ସେବା ସଂଘର ସଭାପତି ସୁରେଶ ଚନ୍ଦ୍ର ସାମଲ ସ୍ଵାଗତ ଭାଷଣ ଦେବା ସହ କଳ୍ପତରୁର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ | ଏଥିରେ ଅତିଥି ଭାବେ ଉମରକୋଟ ସାରଦା ସେବା ସଙ୍ଘ ର ସଭାପତି ରମେନ
ବିଶ୍ୱାସ ଯୋଗ ଦେଇ ଠାକୁର ଶ୍ରୀ ରାମକୃଷ୍ଣ ଙ୍କର କଳ୍ପତରୁ ବିଷୟରେ ଠାକୁରଙ୍କ ମହତ ବାଣୀ ଭକ୍ତ ମାନଙ୍କୁ ଶୁଣାଇଥିଲେ | ଏଥିରେ ନବରଙ୍ଗପୁର ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ରାଧାନାଥ ବେହେରା ଠାକୁରଙ୍କର ଚୈତନ୍ୟ ଲାଭ ବିଷୟରେ କହିଥିଲେ | ଏହି ଉତ୍ସବରେ ଅବସରପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ସୁରେନ୍ଦ୍ର ନାଥ ଦାଶ, ବିବେକାନନ୍ଦ ଭାବ ପ୍ରଚାର ପରିଷଦ ଯୁଗ୍ମ ଆବାହକ ପୂର୍ଣ୍ଣ
ଚନ୍ଦ୍ର ସେନଗୁପ୍ତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନ୍ଦନ ମହାନ୍ତି, ବରିଷ୍ଠ ସଦସ୍ୟ ହରେନ୍ଦ୍ର ନାଥ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ | ଏଥିରେ ଡାବୁଗାଁ ସଂଘର କୋଷାଧ୍ୟକ୍ଷ ରଘୁନାଥ ବିଶୋଇ, ଗଙ୍ଗାଧର ମହାଙ୍କୁଡ, ରଞ୍ଜିତ ବିଶୋଇ, ଚୈତନ୍ୟ ବିଶୋଇ, ଶଙ୍କର ବିଶୋଇ ଓ ଅନ୍ୟ ଭକ୍ତ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଏହି ଉତ୍ସବରେ ପ୍ରାୟ ୧୦୦୦ ରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା | ସଂଘ ର ସମ୍ପାଦକ ଦିବାକର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ଶିଖା ବୈରାଗୀ, ରେବତୀ ମୋହନ ଶିବ ଓ ସିମାଞ୍ଚଳ ଜେନା ଭଜନ ପରିବେଷଣ କରିଥିଲେ | |
ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

