ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ସ୍ଥିତ ପି ଏମ ଶ୍ରୀ ଜୱାହର ନବୋଦୟ ବିଦ୍ୟାଳୟ ରେ ବିଜ୍ଞାନ ପ୍ରଦର୍ଶନୀ: ଉଦ୍ଭାବନ ଏବଂ ବୈଜ୍ଞାନିକ ମନୋଭାବର ପ୍ରଦର୍ଶନ

ଇନ୍ଦ୍ରାବତୀ ସ୍ଥିତ ପି ଏମ ଶ୍ରୀ ଜୱାହର ନବୋଦୟ ବିଦ୍ୟାଳୟ ରେ ବିଜ୍ଞାନ ପ୍ରଦର୍ଶନୀ: ଉଦ୍ଭାବନ ଏବଂ ବୈଜ୍ଞାନିକ ମନୋଭାବର ପ୍ରଦର୍ଶନ

ତେନ୍ତୁଳିଖୁଣ୍ଟି ୦୬/୦୮/୨୬  ପି ଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ (ଜେ.ଏନ୍.ଭି.), ଖାତିଗୁଡ଼ା ନବରଙ୍ଗପୁର ପକ୍ଷରୁ ପାଞ୍ଚ ଅଗଷ୍ଟ ବୁଧବାର ଦିନ ବିଜ୍ଞାନ, ଗଣିତ ଏବଂ ସମାଜବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଏକ ବିଜ୍ଞାନ ପ୍ରଦର୍ଶନୀ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଭିନ୍ନ ବିଦ୍ୟାଳୟର ଯୁବ ଉଦ୍ଭାବକମାନଙ୍କୁ ସେମାନଙ୍କର ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଏବଂ ସମସ୍ୟା ସମାଧାନ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିଥିଲା।ଆୟୋଜନ ଏବଂ ପ୍ରଦର୍ଶିତ ମଡେଲ ସଂଯୋଜନା ପି. ଭି. ଏସ୍. ଏସ୍. ପ୍ରସାଦ କରିଥିବା ବେଳେ ଏବଂ ଆସ୍ଥା ଶର୍ମା ଏହାକୁ ସଂଯୋଜନା କରିଥିଲେ। ଶିକ୍ଷକ ମହେକ ମହେଲା, ରିଙ୍କି ରାଠୀ ଏବଂ ଗୌରବ ଯାଦବ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ବିଭିନ୍ନ ବିଦ୍ୟାଳୟରୁ ମୋଟ ୨୧ଟି ନୂତନ ମଡେଲ ପ୍ରଦର୍ଶିତ ହୋଇଥିଲା। କୃତ୍ରିମ ପ୍ରଜ୍ଞା (AI), ପରିବେଶ ସ୍ଥିରତା, ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ ସମ୍ପଦ ପରିଚାଳନା ଆଦି ସନ୍ଦର୍ଭ ର ପ୍ରକଳ୍ପ ଆଣିଥିଲେ। ବିଶ୍ୱଜିତ୍ ବାରିକ ଏବଂ କୁମୁଦ ଚନ୍ଦ୍ର ନାୟକ (ଜେ.ଏନ୍.ଭି. ଖାତିଗୁଡା ନବରଙ୍ଗପୁର) – “ଏଆଇ ହାଇଡ୍ରୋନେଟ୍ ୱାର୍କ” ପ୍ରକଳ୍ପ ପାଇଁ ପ୍ରଥମ ସ୍ଥାନ।

ସ୍ୱାଗତ ପଣ୍ଡା ଏବଂ ପୀୟୂଷ ରୟ (ଜେ.ଏନ୍.ଭି. ଖାତି ଗୁଡ଼ାନବରଙ୍ଗପୁର) – “ସ୍ପେସ୍ ଡେବ୍ରିସ୍ କଲିଜନ୍ ପ୍ରିଡିକ୍ସନ୍ ଆଣ୍ଡ ଓରବିଟାଲ୍ ମ୍ୟାନେଜମେଣ୍ଟ” ପ୍ରକଳ୍ପ ପାଇଁ। ବିଦ୍ୟୁତ୍ ପ୍ରଭା ମାଝୀ (ଇ.ଆର୍.ଏମ୍.ଏସ୍. ନବରଙ୍ଗପୁର) – “ପ୍ଲାଷ୍ଟିକ୍ କଲେକ୍ସନ୍ ଆଣ୍ଡ ଅପସାଇକ୍ଲିଂ” ପ୍ରକଳ୍ପ ପାଇଁ ତୃତୀୟ ସ୍ଥାନ ପାଇଥିଲେ। ।ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦକ୍ଷତା ଏବଂ ପରିବେଶ ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇଥିଲା। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ରିଷିଡା ଗ୍ରାମ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ରାୟଗଡ଼ା ମାଁ ମଙ୍ଗଳା ମନ୍ଦିରରେ ହନୁମାନ ଚାଳିଶା ପଠନ ଓ ଆଲୋଚନା

masiha

ପିଲାଙ୍କ ଗାନ୍ଧି’ ସଂପର୍କରେ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!