ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ

ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ କୋମନା ଥାନା ଅନ୍ତର୍ଗତ ଦେଓଧରା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନୂଆପଡ଼ା ଅବକାରୀ ରେଞ୍ଜ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ୩୦ ଲିଟର ବିୟର, ୧୦ ଲିଟର ମଦ (IMFL), ୮ ଲିଟର ଆଇ.ଡି. ମଦ, ୨୩ ଲିଟର ଓ.ଏସ୍. ମଦ ଏବଂ ୧୫୦ ଲିଟର ଖଜୁରୀ ତାଡ଼ି ଜବତ କରାଯାଇଥିଲା। ଏହି ଘଟଣାରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ, ମଙ୍ଗଳ ଛତ୍ରିଆ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ।ଜିଲ୍ଲାରେ ବେଆଇନ ମଦ କାରବାର ଓ ଚୋରାଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏଭଳି ସ୍ୱତନ୍ତ୍ର ଚଢ଼ାଉ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଚୋରା ମୋବାଇଲ୍ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ପଶ୍ଚିମବଙ୍ଗର ୨ ଗିରଫ,୨୬ ମୋବାଇଲ,୩୯ ବ୍ୟାଟେରୀ ଓ ସିମ୍ କାର୍ଡ ଜବତ 

Sunil Chandra Nayak

ଧାନ ବିଲ ରେ ନିଂଆ ଲଗାଇଲେ ଅଜଣା ଦୁର୍ବୁର୍ତ୍ତ, ପ୍ରାୟ 10 ଏକର ଧାନ ଫସଲ ପୋଡି ପାଂଉଶ 

masiha

ଜାଲ କାଗଜ ଜାତ ରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!