ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୪୦ତମ ବାର୍ଷିକ ସମାବେଶ

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୪୦ତମ ବାର୍ଷିକ ସମାବେଶ 

ଗନ୍ଧମାର୍ଦ୍ଦନ ଧ୍ଵଂସ ପାଇଁ ଚକ୍ରାନ୍ତ କରିଥିବା କଂଗ୍ରେସ ଓ ବିଜୁ ଜନତା ଦଳ ଜନସାଧାରଣଙ୍କୁ କ୍ଷମା ମାଗନ୍ତୁ ।।
ସାଂସଦ ପ୍ରଦୀପ ପୁରୋହିତଙ୍କୁ ଗନ୍ଧମାର୍ଦ୍ଦନ ର ସୁପୁତ୍ର ଭାବେ ଉପାଧି ପ୍ରଦାନ ।।

ପଦ୍ମପୁର,୧ ୵ ୧ // ଐତିହାସିକ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ” ବାଳକୋ ହଟାଓ – ଗନ୍ଧମାର୍ଦ୍ଦନ ବଞ୍ଚାଓ ” ର ୪୦ ତମ ବାର୍ଷିକ ସମାବେଶ ନୃସିଂହନାଥ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ପାଳିତ ହୋଇ ଯାଇଛି। ସର୍ବପ୍ରଥମେ ପାଇକମାଳ, ଝାରବନ୍ଧ, ପଦ୍ମପୁର, ଖପ୍ରାଖୋଲ,ଗାଇସିଲେଟ ଓ ଛତିଶଗଡ଼ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଗନ୍ଧମାର୍ଦ୍ଦନ ଆନ୍ଦୋଳନ କର୍ମୀମାନେ ଭାଗବତ ତତ୍ତ୍ଵ ଆଶ୍ରମରେ ଏକତ୍ରିତ ହେବାପରେ ଘଣ୍ଟ ଶଙ୍ଖ ସଂକୀର୍ତ୍ତନ ଦଳବାଦ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ନୃସିଂହନାଥ ମନ୍ଦିର ସ୍ଥିତ ଗାନ୍ଧୀ ସମାଧି ପୀଠରେ ପହଞ୍ଚିଥିଲେ। ପ୍ରଭୁ ନୃସିଂହ ଠାକୁର ଓ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୂର୍ବତନ ଆବାହକ ତଥା ସାଂସଦ ପ୍ରଦୀପ ପୁରୋହିତ ଙ୍କ ଦ୍ଵାରା ପୂଜାର୍ଚ୍ଚନା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ବରିଷ୍ଠ ନାରୀ ନେତ୍ରୀ ଜମ୍ବୋବତୀ ବିଜରା,ପ୍ରତିମା ବଗାର ଓ ଗନେଶି ତାଣ୍ଡି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ପୂର୍ବତନ ଆବାହକ ଶ୍ରୀ ଧିରେନ୍ ମହାନ୍ତି ପରିଚାଳନା କରିଥିବା ବେଳେ ଆବାହକ ଦୁର୍ଯୋଧନ ପୁଟା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପ୍ରଥମ ଆବାହକ ନିରଞ୍ଜନ ବିଦ୍ରୋହୀ ଓ ପାଇକମାଳ ର ନନ୍ଦଳାଲ ତ୍ରିବେଦୀ ଙ୍କ ପରଲୋକ ହେତୁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ବର୍ତ୍ତମାନ ଅଞ୍ଚଳରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ନେଇ ଚର୍ଚ୍ଚିତ ଥିବା ବେଳେ ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତାର ୪୦ତମ ବାର୍ଷିକ ସମାବେଶରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ସଂକଳ୍ପ ନେଇଛନ୍ତି। କସ୍ପିନ କାଳେ ମଧ୍ୟ କୌଣସି ପ୍ରକାରେ ଶେଷ ରକ୍ତ ବିନ୍ଧୁ ଥିବା ପ୍ରର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନରେ ଖଣି ଖଳନ କରାଯିବ ନାହିଁ ବୋଲି ସାଂସଦ ପ୍ରଦୀପ ପୁରୋହିତ ସମେତ ଆନ୍ଦୋଳନ କର୍ମୀ ମାନେ ସଂକଳ୍ପ ନେଇ ଶପଥ ପାଠ କରିଥିଲେ। ଏ ଅବସରରେ ଦିବ୍ୟଗତ ଆନ୍ଦୋଳନ କର୍ମୀ ମାନଙ୍କୁ ମରନୋତ୍ତର ” ଗନ୍ଧମାର୍ଦ୍ଦନ ଗୌରବ ସମ୍ମାନ ” ରେ ତାଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିଲା। ଏତତ୍ ବ୍ୟତୀତ ବିଗତ ଦିନରେ ଜାନୁୟାରୀ ୧ ତାରିଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ହୋଇଯାଇଥିବା ବାର୍ଷିକ ସମାବେଶ ଗାଁ ଗୁଡ଼ିକ ଯଥା ଝାରବନ୍ଧ,ଛିନ୍ଦେଇକେଲା,ସୋଢା, ବ୍ରାହ୍ମଣଡିହି,ପୁରେନା,ବଲାଙ୍ଗୀର,ଦେଉଳି, ବୁଧାପାଳି ଆଦି ଗ୍ରାମଗୁଡ଼ିକୁ ପ୍ରଶଂସାପତ୍ର ଓ ଉପଢ଼ୌକନ ଦେଇ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଅତୀତରେ ଗନ୍ଧମାର୍ଦ୍ଦନ ପାହାଡ଼ର ଧ୍ଵଂସ ପାଇଁ ଚକ୍ରାନ୍ତ କରିଥିବା କଂଗ୍ରେସ ଦଳ ଓ ବିଜୁ ଜନତା ଦଳ ସର୍ବସାଧାରଣ ଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସର୍ବସମ୍ମତି କ୍ରମେ ବାର୍ଷିକ ସମାବେଶ ରେ ପ୍ରସ୍ତାବ ପାରିତ କରିଥିଲା।ଏଥିସହ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଉପଦେଷ୍ଟା ତଥା ପୂର୍ବତନ ଆବାହକ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଆଜିକାର ଦିନରେ ” ଗନ୍ଧମାର୍ଦ୍ଦନ ପାହାଡର ସୁପୁତ୍ର ” ରୂପେ ଘୋଷଣା କରାଯାଇଥିଲା। ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଅତୀତରେ ଆନ୍ଦୋଳନର ନେତୃତ୍ଵ ନେଇ ଥିବାବେଳେ ଆଜି ବି ଦିନରେ ମଧ୍ୟ ଯେ କୌଣସି କମ୍ପାନୀ ସରକାର ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣିଖଳନ କରିବାକୁ ଆସେ ତେବେ ତୀବ୍ର ବିରୋଧ କରାଯିବ ବୋଲି କହି ମୋର ଶେଷ ରକ୍ତ ଵିନ୍ଧୁ ଥିବା ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ ଖଣି ଖଳନ କରିବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ। 

ନିରୋଜ କୁମାର ପାଣୀ ଙ୍କ ରିପୋର୍ଟ୍ 

Related posts

ବାଦାମପାହାଡ଼ ଥାନାରେ ଆମ ପୋଲିସ ସମିତି ବୈଠକ

Sunil Chandra Nayak

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ 2025 ଉଦଘାଟିତ 

Sunil Chandra Nayak

ନୂଆ – ଓ କାର୍ଯ୍ୟକ୍ରମର +୩ ଛାତ୍ର ଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ

masiha

Leave a Comment

error: Content is protected !!