ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିକ୍ରମାର ୧୪ ତମ ସ୍ଵନକ୍ଷତ୍ର ମହାସମାରୋହରେ ଅନୁଷ୍ଠିତ ଉତ୍ସବ ଅନୁଷ୍ଠିତ :୧୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା               

ପରିକ୍ରମାର ୧୪ ତମ ସ୍ଵନକ୍ଷତ୍ର ମହାସମାରୋହରେ ଅନୁଷ୍ଠିତ ଉତ୍ସବ ଅନୁଷ୍ଠିତ :୧୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା               

 ମୟୂରଭଞ୍ଜ -୦୧/୦୧/୨୫ //  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ “ପରିକ୍ରମା “ର ୧୪ ତମ ସ୍ଵନକ୍ଷତ୍ର ଉତ୍ସବ ଓ ବର୍ଷାନ୍ତ ଆଲୋଚନା ଚକ୍ର ‘ଚିନ୍ତନ 2024- ସମ୍ଭାବନା -2025’ ସ୍ଥାନୀୟ ପି ସି ଏମ କଲ୍ୟାଣ ମଣ୍ଡପ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି. ।ଏହି କାର୍ଯ୍ୟକ୍ରମରେ କବିତା ଆସର ‘ଶବ୍ଦରେ ଶିଶିର ‘. କଥାଶିଳ୍ପୀ ଲଳିତ ମହାନ୍ତ , ଅଧ୍ୟାପକ ଡଃ ଦିଗମ୍ବର ଗିରି , ଶିକ୍ଷକ ରଞ୍ଜନ ନନ୍ଦ ଏହାକୁ ପରିଚାଳନା କରିଥିଲେ. ।୨୦ ରୁ ଉର୍ଦ୍ଧ ଵାମନଘାଟୀ ଉପଖଣ୍ଡର ସାରସ୍ଵତ କବି ନିଜର ସ୍ୱରଚିତ କବିତା ପାଠ କରିଥିଲେ. । ତଦସହ ବିଶିଷ୍ଟ କୁଇଜ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ‘ପ୍ରଶ୍ନ ଆମର -ଉତ୍ତର ଆପଣଙ୍କର ‘ଅତି ଆକର୍ଷଣୀୟ ହୋଇଥିଲ ।. ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ପରିକ୍ରମାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ଦାସଙ୍କ ସଭାପତିତ୍ବ କରିଥିବାବେଳେମୁଖ୍ୟ ଅତିଥି ବାମନଘାଟି ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି ବୟନିକା ର ରାଜ୍ୟ ସଭାପତି ପ୍ରକାଶ ମେହେର, ବଲିଉଡ ତାରକା ରାମ ସିର୍କା,ବରିଷ୍ଠ ସାମ୍ବାଦିକ ଦୀପକ ମହାପାତ୍ର ଯୋଗଦେଇଥିବା ବେଳେ ପରିକ୍ରମାର ସମ୍ପାଦକ ସୁବାସ ପରିକ୍ରମାରେ ମଣ୍ଡଳ, ଉପଦେଷ୍ଟା ହରିହର ଗିରି, ମହେଶ୍ୱର ମହାନ୍ତ ପ୍ରମୁଖ ଯୋଗ ଦେଇଥିବାବେଳେ ଶିକ୍ଷକ ରଂଜନ ନନ୍ଦ ମଂଚ ପରିଚାଳନା କରିଥିଲେ ।. ଏହି ଅବସରରେ ଜୀବନବ୍ୟାପି ସାଧନା ନିମନ୍ତେ ବିଶିଷ୍ଟ ସାମ୍ବାଦିକ ଓ ସଂଗ୍ରାହକ ରାମଦାସ ମୁର୍ମୁ (ପାଟ୍ରାମହୁଲପାଣି ) ଙ୍କୁ ‘ସଂସ୍କୃତି ରଥୀ ସମ୍ମାନ ‘, ବରିଷ୍ଠ ସାମ୍ୱାଦିକ ମାନିକ ଲାଲ ପାଣି (ବାରିପଦା ), କ୍ରୀଡ଼ାବିତ ଓ ସଂଗଠକ ଗୌରୀ ଶଙ୍କର ସିହ୍ନା (କରଞ୍ଜିଆ ), ଛଉ ଉସ୍ତାଦ ଓ ବୃକ୍ଷ ମିତ୍ର ନାଥୁରାମ ହେମ୍ବ୍ରମ (ଉପରବେଡା ), କଣ୍ଠଶିଳ୍ପୀ ପ୍ରିୟବ୍ରତ ଦାସ (ରାଇରଙ୍ଗପୁର ), ଯୋଗ ଓ ସ୍ବଦେଶୀର ପ୍ରସାରକ ସତ୍ୟବ୍ରତ ଭୋଳ (ସାରସକଣା ),ସାରସ୍ୱତ ସାଧକ ଚନ୍ଦ୍ର ବିଜୟୀ ମିଶ୍ର (ନୟାଗଡ଼ ଙ୍କୁ “ଶିମିଳିପାଳ ଗୌରବ ସମ୍ମାନ ” , ପ୍ରଦାନ କରାଯାଇଥିବା ବେଳେ ଦେବବ୍ରତ ପଟ୍ଟନାୟକ ହୋଟେଲ ଲାଇସେନସି (ରାଇରଙ୍ଗପୁର), ସାମ୍ବାଦିକ ସୁକୁମାର ରଣା (ଜଳେଶ୍ୱର ), ସଙ୍ଗୀତ ନିର୍ମାତା ରାମଚନ୍ଦ୍ର ସୋରେନ (ରାଇରଙ୍ଗପୁର ନୃତ୍ୟ ନିର୍ଦ୍ଦେଶକ ମନୋଜ ମଲ୍ଲିକ, ଉତ୍ତମ ଶିକ୍ଷା ଅନୁଷ୍ଠାନ ଏସ ଏଲ ଏସ ମେମୋରିଆଲ ରେସିଡେନ୍ସିଆ ଲ ସ୍କୁଲ (ଉପରବେଡା )ଙ୍କୁ ‘ପରିକ୍ରମା ଉତ୍କର୍ଷ ସମ୍ମାନ -2024’ ପ୍ରଦାନ କରାଯାଇଥିଲା. ସେହିପରି ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ଦେବବ୍ରତ ରଥଶର୍ମା(ରାଇରଙ୍ଗପୁର ), ବିଶିଷ୍ଟ ଗୋ ସମ୍ପଦ ସଂରକ୍ଷକ ଦିଲ୍ଲୀପ ଦାସ (ବାରିପଦା ) ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିବା ବେଳେ ଉଦୀୟମାନ ବ୍ୟାଡ଼ମିଣ୍ଟନ ଖେଳାଳୀ ମନୀଷ ପାଲ (ରାଇରଙ୍ଗପୁର )ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏହାଛଡା ଏହି ଉପଲକ୍ଷେ ଆୟୋଜିତ ବକ୍ତୃତା, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାର ୬୦ ଜଣ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା. । ଅନୁଷ୍ଠାନ ପକ୍ଷରୁ ସମସ୍ତ କବି ଓ ଅତିଥିବୃନ୍ଦଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରୀତି ଉପହାର ଦିଆଯାଇଥିଲା. ଶେଷରେ ଅଧ୍ଯାପକ ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ. ।ପରେ ବିଶିଷ୍ଟ କଣ୍ଠଶିଳ୍ପୀ ବୈଷ୍ଣବ କୈଳାସ, ବ୍ରଜବନ୍ଧୁ, ପ୍ରିୟବ୍ରତ, ସୋନାଲିଙ୍କ ଦ୍ବାରା ସୁମଧୁରସଙ୍ଗୀତ ପରିବେଷଣ କରାଯାଇଥିବାବେଳେ ସଙ୍ଗୀତ ପରିଚାଳନାରେ ଜଗନ୍ନାଥ ଦାଶ. ଦିଲ୍ଲୀପ ମହାନ୍ତି, ତିମିର ରଞ୍ଜନ ପଣ୍ଡା, ଦିଗମ୍ବର ଗିରି,ପୁଷ୍ପଲତା ମହାନ୍ତି,ଦୁଷ୍ମନ୍ତ ଦାସ, ନରେନ୍ଦ୍ର ସି, ଈଶ୍ୱର ବେହେରା, କିଶୋର ମଲ୍ଲିକ, ପଙ୍କଜ ମହାନ୍ତି, ପ୍ରଶାନ୍ତ ପରୀକ୍ଷା, ବିମଳ ମହାନ୍ତି, ସୁବାସ ପାତ୍ର, ମେଘନାଦ ହେମ୍ବ୍ରମ, କ୍ରିଷ୍ଣା ପଟ୍ଟନାୟକ, ପିଣ୍ଟୁ ଦ୍ବିବେଦୀ, ସନୁ ମହାନ୍ତି, ପୂର୍ଣ୍ଣ ମହାନ୍ତ, ମନୋଜ ମହାନ୍ତ, ରଞ୍ଜନ ପାତ୍ର, ପ୍ରଣବ ବେହେରା, ପ୍ରମୁଖ ସହଯୋଗ କରିଥିଲେ. ।ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଵର୍ଷାନ୍ତର କାର୍ଯ୍ୟକ୍ରମ ଉପଭୋଗ କରି ପରିକ୍ରମାର ଆୟୋଜକ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।ପରେ ସମସ୍ତେ ପରସ୍ପରକୁ କୁଣ୍ଢାଇ, ଆଲିଙ୍ଗନ ଓ ହାତକୁ ହାତ ମିଳାଇ ନୂତନ ବର୍ଷ ପାଇଁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

masiha

ଦିତୀୟ ଦିବସରେ ବିହୂ ନୃତ୍ୟ ଏବଂ ସାଜ ଔର ଆଓ୍ବାଜ ସଂଗୀତ ମୂର୍ଚ୍ଛନା ରେ ଦୁଲୁକିଲା ବାମନଘାଟୀ ମହୋତ୍ସବ ମଂଚ

Sunil Chandra Nayak

Leave a Comment

error: Content is protected !!