ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦାନବୀର ଜଗତଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦାନବୀର ଜଗତଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ନବରଙ୍ଗପୁର:( ୩୧.୧୨.୨୦୨୪)(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ଦପ୍ତରି ଦାନବୀର ଜଗତ ଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମହେଶ୍ଵର ଚନ୍ଦ୍ର ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନବୀନ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଶ୍ରୀ ଜଗତଙ୍କ କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରୋଭିଜିନାଲ ପେନସନ ମଧ୍ୟ ପ୍ରଦାନ କରିବା ପରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଡେପୁଟି ଜିଲ୍ଲାପାଳ, ଗୀତାଞ୍ଜଳି ବେହେରା, ପି ମନସ୍ମିତା, ସମସ୍ତ ସହକାରୀ ଜିଲ୍ଲାପାଳ , ବିଜୟ ସାହୁ, ସୁରେଶ ପଟ୍ଟନାୟକ, ଜିତେନ୍ଦ୍ର ଚୌଧୁରୀ, ଅଜୟ ସାହୁ, ସତ୍ୟନାରାୟଣ ସାହୁ, ସୁବାସ ସାହୁ, ଜୋଛନା ଚୌଧୁରୀ, ସୁନୀଲ କୁମାର ଦାସ,ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟ୍ଟନାୟକ,ବିଶ୍ୱଜିତ ମହାନ୍ତି, ସୌରଭ ଦାସ, ରିନା ପାତ୍ର ପ୍ରମୁଖ ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। 

( ମ ନି ସ )

Related posts

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ 

Sunil Chandra Nayak

ସରପଞ୍ଚଙ୍କ ଗାଦିରେ ଦବଙ୍ଗଗିରି ଶ୍ୱଶୁର !

Sunil Chandra Nayak

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ବିଅନପିଟ ଗାଁ ! ବଣ ମଣିଷ ଭଳି ଜୀବନ କାଟୁଛନ୍ତି ପାଖାପାଖି ୪୦ ଆଦିବାସୀ ପରିବାର !!

Sunil Chandra Nayak

Leave a Comment

error: Content is protected !!