ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ 

ବନ୍ଧୁଗାଁ ତା, ୩୧/୧୨/୨୪,ବନ୍ଧୁଗାଁରେ ଚାଷୀଙ୍କ ଅଭିନବ ପ୍ରତିବାଦ, ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ ଗଛ ନେଇ ପହଞ୍ଚିଲେ ତହସିଲ କାର୍ଯ୍ୟାଳୟ I ଉଜୁଡ଼ି ଗଲା ସୁନାର ଫସଲ । କ୍ଷତି ପୂରଣ ଦାବିରେ ତାତିଲେ ଚାଷୀ ଆଉ ବିଶାଳ ରାଲି କରି ତହସିଲଦାର ଶ୍ରୀମତି ସୋନାଲି ପାତ୍ରଙ୍କୁ ସରକାରଙ୍କ ଉଦ୍ୟେଶରେ ଦାବୀ ପତ୍ର ଦେବାକୁ ଆସିଲେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଚାଷୀ । ଅଦିନିଆ ବର୍ଷା ଯୋଗୁଁ ସାରା ଓଡ଼ିଶାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏକାଧିକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ମଧ୍ୟ ଆସିଛି ।  ଓଡ଼ିଶାର କୋରାପୁଟ ଜିଲ୍ଲାରେ ମଧ୍ଯ ଅଦିନିଆ ବର୍ଷା ର ପ୍ରକୋପ ଦେଖିବାକୁ ମିଳିଥିଲା ଆଜି ବନ୍ଧୁଗାଁ ବ୍ଲକ୍ ର ଚାଷୀ ସ୍ଥାନୀୟ ତହସିଲଦାର ଙ୍କୁ ଦାବୀ ପତ୍ର ଦେଇଥିବା ସମୟରେ କଣ୍ଡଗୋରି ପାଇଡ ଆମା, ସୂରିଆମା ପିଡ଼ିକା,ସୁବାରାଓ କେଣ୍ଡରୁକା,ଆଦାନl କାଡ୍ରାକା,ଜିରାମ ମାଝୀ,ପୀଡ଼ିକା ସୀତା,କାଡ୍ରାକା ସୀତାଇ,ପୁଆଲା ସିଙ୍ଗନା,ପୁଆଲା ମାଲି ଓ ବ୍ଲକରୁ ଆସିଥିବା ବହୂଚାଷୀ ଉପସ୍ଥିତ ରହିଥିଲେ I 

ସଂଜୀବ କୁମାର ବଂଗରୀ ଙ୍କ ରିପୋର୍ଟ୍ 

Related posts

ଅନ୍ତରାରେ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Sunil Chandra Nayak

ବ୍ଲକ ଅଧ୍ୟକ୍ଷ ଓ ବିଡିଓ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ

Leave a Comment

error: Content is protected !!