ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ 

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ 

ନବରଙ୍ଗପୁର:(ତା ୩୧|୧୨)(ରବିନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ କ୍ରୀଡା ଓ ସାଂସ୍କୃତିକ ସଂଘ ଦ୍ୱାରା ଆୟୋଜିତ ତ୍ରୟୋଦଶ ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟର ଆଜି ଶୁଭ ଉଦଯାପିତ ହୋଇଯାଇଛି |ଏହି ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଝରୀଗାଁ ବିଧାୟକ ନରସିଂହ ଭତ୍ରl, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଜେପି ଜିଲ୍ଲା ସଭାପତି ଯଗଦୀଶ ବିଶୋଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଭାନୁ ଦାସ,ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ଭିକି ଜେନା,ପ୍ରତIପ ଚନ୍ଦ୍ର ରଥ, ପଦ୍ମନIଭ ପାଣ୍ଡେ,ଝରୀଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ,ପ୍ରଫୁଲ୍ଲ ପାଣ୍ଡେ, ମହେନ୍ଦ୍ର ନାୟକ, ପୂର୍ଣ୍ଣ ପୂଜାରୀ,, ସଂଘର ସଭାପତି ପ୍ରସନ୍ନ ମାଝୀ, ଦୁର୍ଗା ପ୍ରସାଦ ରାଓ, ପରମା ଗୌଡ଼,କୋଷାଧକ୍ଷ ଅନିଲ ଜୈନ, ସମ୍ପାଦକ ସନ୍ତୋଷ ରାଓ, ବୁଲୁ ଗୌଡ଼, ଭିକୁ ଲେଙ୍କା, ରଂଜିତ ବେହେରା,ଜି କ୍ରିଷ୍ଣା ରାଓ, ମହେଶ୍ୱର ତିୱାରୀ,ସମାଜ ସେବୀ ଉଦୟ ନାୟକ, କୁନୁ ତିୱାରୀ ପ୍ରମୁଖ ମଞ୍ଚାସୀନ ରହିଥିଲେ |୧୧ଦିନ ଧରି ଏହି କ୍ରିକେଟ ଟୁର୍ଣାମେଣ୍ଟ ଚାଲି ଥିବା ବେଳେ ୨୦ଟି ଦଳ ଏହି ଟୁର୍ଣାମେଣ୍ଟରେ ଭାଗ ନେଇଥିଲେ |ଆଜି ଫାଇନାଲ ଦିବସ ର ଟୁର୍ଣାମେଣ୍ଟରେ ଯାଜପୁର ଓ ସୁନାବେଡା ମଧ୍ୟରେ ମ୍ୟାଚ ହୋଇଥିଲା | ଆଜିର ଦୁଇ ଜଣ ମ୍ୟାଚ ପରିଚାଳକ ଭାବେ ସୁନୀଲ ବେହେରା ଓ ମହେନ୍ଦ୍ର ଦଳେଇ ମ୍ୟାଚ ପରିଚାଳନା କରି ଥିଲେ।ପ୍ରଥମେ ସୁନାବେଡା ଟଚ ଜିତିବା ପରେ ବେଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା |ସୁନାବେଡା ଦଳ ୨୦ ଓଭର ୭ ୱେକେଟ ଖେଳି ୨୨୦ ରନ ସଂଗ୍ରହ କରିଥିଲେ । ଦ୍ଵିତୀୟ ବେଟିଙ୍ଗ କରି ଯାଜପୁର ୧୬ ଓଭର ସମସ୍ତ ୱିକେଟ ହରାଇ ୭୦ ରନ ରେ ପରାଜୟ ହେଲେ। ବିଜୟ ଦଳ ସୁନାବେଡା କୁ ଝରୀଗାଁ ବିଧାୟକ ଙ୍କ ଦ୍ୱାରା ୮୮୮୮୮ ନଗଦ ଟଙ୍କା ସହ ଟ୍ରଫି ଓ ଯାଜପୁର ଉପବିଜେତା ଦଳ କୁ ୬୬୬୬୬ ନଗଦ ଟଙ୍କା ଓ ଟ୍ରଫି ସମସ୍ତ ଅତିଥି ପ୍ରଦାନ କରିଥିଲେ । |ଉକ୍ତ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବେ ରାଜା ମାଝୀ ଙ୍କୁ ଚୟନ କରା ଯାଇ ଥିଲା।ଟ୍ରଫି ପ୍ରଦାନ ଦେଖିବାକୁ ଝରୀଗାଁ ଓ ପଡୋଶୀ ବ୍ଲକର ସହସ୍ରାଧିକ ଖେଳପ୍ରେମୀ ଝରୀଗାଁ ମିନି ଷ୍ଟାଡିଅମରେ ଭରି ରହିଥିବା ଦେଖିବାକୁ ମିଳିଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ନିଉଜ୍ ମସିହା ନିଉଜ୍ 

Related posts

ହାଟବାଦଡାରେ ଲଞ୍ଚ ୱାଇଣ୍ଡୋ ଏଡୁକେଶନ ଟ୍ରଷ୍ଟ ଆନୁକୂଲ୍ୟରେ କମ୍ପ୍ୟୁଟର ସେଣ୍ଟର୍ ଉଦ୍ଘାଟିତ 

masiha

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗୁଡ଼ ସାମା ରିଟେନ୍ ପୁରସ୍କୃତ

Sunil Chandra Nayak

ଚନ୍ଦ୍ରପୁରୁ ବ୍ଲକରେ ଭୁଷୁଡି ପଡିଛି ଶିକ୍ଷା ବ୍ୟବସ୍ଥା, ୯ଟି ଶ୍ରେଣୀର ୫୮ପିଲାଙ୍କୁ ୨ଟି କୋଠରୀରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ

Sunil Chandra Nayak

Leave a Comment

error: Content is protected !!